Old Pension Scheme: ପୁରୁଣା ପେନସନ୍ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍: ଜାଣନ୍ତୁ କେନ୍ଦ୍ର ସରକାରଙ୍କ କ’ଣ ରହିଛି ପ୍ଲାନ୍, କେବେ ଲାଗୁ ହେବ OPS?
Advertisement

Old Pension Scheme: ପୁରୁଣା ପେନସନ୍ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍: ଜାଣନ୍ତୁ କେନ୍ଦ୍ର ସରକାରଙ୍କ କ’ଣ ରହିଛି ପ୍ଲାନ୍, କେବେ ଲାଗୁ ହେବ OPS?

Old Pension Scheme: ପୁରୁଣା ପେନସନ ଯୋଜନା ଅନେକ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏଥି ସହିତ ଅନେକ ରାଜ୍ୟରେ ପୁରୁଣା ପେନସନ ପୁଣ ଲାଗୁ କରିବା ପାଇଁ ଦାବି ଚାଲିଛି । ପୁରୁଣା ପେନସନ୍ ଯୋଜନା ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ତରଫରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । 

Old Pension Scheme: ପୁରୁଣା ପେନସନ୍ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍: ଜାଣନ୍ତୁ କେନ୍ଦ୍ର ସରକାରଙ୍କ କ’ଣ ରହିଛି ପ୍ଲାନ୍, କେବେ ଲାଗୁ ହେବ OPS?

Old Pension Scheme: ପୁରୁଣା ପେନସନ ଯୋଜନା (OPS) କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ପ୍ରକାରର ଆଲୋଚନା ଚାଲିଛି । ଏହି ଯୋଜନା ଅନେକ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଏଥି ସହିତ ଅନେକ ରାଜ୍ୟରେ ପୁରୁଣା ପେନସନ (Old Pension Scheme) ପୁଣ ଲାଗୁ କରିବା ପାଇଁ ଦାବି ଚାଲିଛି । ପୁରୁଣା ପେନସନ୍ ଯୋଜନା ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ (Haryana CM) ମନୋହର ଲାଲ ଖଟ୍ଟର (Manohar Lal Khattar) ଙ୍କ ତରଫରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା କେତେବେଳେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନା ପୁନ ଲାଗୁ କରିପାରନ୍ତି?

ମନୋହର ଲାଲ ଖଟ୍ଟର (Manohar Lal Khattar) କହିଛନ୍ତି ଯେ, ପୁରୁଣା ପେନ୍ସନ୍ ଯୋଜନା ବା ଓପିଏସ୍ କାର୍ଯ୍ୟକାରୀ ହେଲେ ୨୦୩୦ ସୁଦ୍ଧା ଭାରତ ଦେବାଳିଆ ହୋଇଯିବ । ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ, "ଗତକାଲି ମୁଁ ହ୍ୱାଟସ୍ ଆପରେ ଏକ ମେସେଜ ପାଇଛି ଯେଉଁଥିରେ ଜଣେ କେନ୍ଦ୍ର ସରକାରୀ ଅଧିକାରୀ କହିଛନ୍ତି ଯେ ଯଦି ପୁରୁଣା ପେନସନ୍ ସ୍କିମ୍ (OPS) କାର୍ଯ୍ୟକାରୀ ହୁଏ ତେବେ ୨୦୩୦ ସୁଦ୍ଧା ଦେଶ ଦେବାଳିଆ ହୋଇଯିବ ।" ହରିୟାଣାର ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୬ ମସିହାରେ ମଧ୍ୟ ପୁରୁଣା ପେନସନ୍ ଯୋଜନା ବିରୁଦ୍ଧରେ ବିରୋଧ କରାଯାଇଥିଲା । ଦେଶର ମହାନ ଅର୍ଥନୀତିଜ୍ଞ ମନମୋହନ ସିଂ ୨୦୦୬ ମସିହାରେ କହିଥିଲେ ଯେ ପୁରୁଣା ପେନସନ ଯୋଜନା ଭାରତକୁ ପଛୁଆ କରିପାରେ ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ପୁଣି ୩ଟି ସହରରେ ଆରମ୍ଭ ହେଲା ଏୟାରଟେଲର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଅଧିକ ପଢ଼ନ୍ତୁ:-ଖୁସି ଖବର: ମହିଳାଙ୍କୁ ମିଳିବ ୧୨ ହଜାର ଟଙ୍କା, ଏହି ଦିନ ହେବ ଆକାଉଣ୍ଟକୁ ଜମା, ସରକାର କଲେ ଘୋଷଣା

ଅଧିକ ପଢ଼ନ୍ତୁ:-ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ କେଉଁଟା? ଯେଉଁଠି ଆପଣଙ୍କ ଗୋଟିଏ ଗୋଟିଏ ପଇସା ରହିବ ସୁରକ୍ଷିତ, RBI କହିଲା ଏହି ଏସବୁ ବ୍ୟାଙ୍କର ନାମ

 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।