Weather Update: ଆଜିଠୁ ଆହୁରି ବଢିବ ତାତି, ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ ଅଧିକ ରହିପାରେ ପାରଦ
Advertisement

Weather Update: ଆଜିଠୁ ଆହୁରି ବଢିବ ତାତି, ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ ଅଧିକ ରହିପାରେ ପାରଦ

Weather Update News In Odia: ତତଲା କଢେଇ ଭାଜି ହେଉଛି ଓଡିଶା(Odisha) । ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ସକାଳ ଆଠଟା ପରେ ଘରୁ ବାହାରକୁ ଯିବା ହୋଇଯାଉଛି ମୁସସ୍କିଲ୍ । ରାଜଧାନୀ ଭୁବନେଶ୍ୱର (Bhubaneswar )ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update News In Odia: ତତଲା କଢେଇ ଭାଜି ହେଉଛି ଓଡିଶା(Odisha) । ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ ।  ସକାଳ ଆଠଟା ପରେ ଘରୁ ବାହାରକୁ ଯିବା ହୋଇଯାଉଛି ମୁସସ୍କିଲ୍ । ରାଜଧାନୀ ଭୁବନେଶ୍ୱର (Bhubaneswar )ସହ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ସାଢ଼େ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି (37.2 degree Celsius in Bhubaneswar )। ଏଭଳି ଭାବେ ତାପମାତ୍ରା ହଠାତ ବଢ଼ିଯିବା ନେଇ ଲୋକମାନେ କଲବଲ ହେଉଛନ୍ତି (Heat Wave Grips Odisha)।

ଏହା ସହ ସମ୍ବଲପୁରରେ ୩୮, ଝାରସୁଗୁଡ଼ାରେ ୩୭.୬, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିବା ଜଣାପଡିଛି । ସେହିପରି ବାଲେଶ୍ୱରରେ ୩୬.୮, ହୀରାକୁଦରେ ୩୬.୨, କେନ୍ଦୁଝରରରେ ୩୫.୪, ଗୋପାଳପୁରରେ ୩୪, ପୁରୀରେ ୩୩.୮, ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି(IMD) ।

 

Also Read : Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...

Also Read : Rinku Singh: ରିଙ୍କୁଙ୍କର ପ୍ରଶଂସା କଲେ ପର୍ଣ୍ଣ ଷ୍ଟାର; ପ୍ରଶଂସକ ଦେଲେ ଏଭଳ ପ୍ରତିକ୍ରିୟା

 

ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,(India Meteorological Department) ଦିନ ୧୦ ଟାରୁ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ବିଶେଷ କରି ଭୁବନେଶ୍ୱର କଟକରେ ବହୁଛି ଅସହ୍ୟ ଝାଞ୍ଜି । ସମୟ ଯେତେ ବଢୁଛି ତାତି ବି ସେତିକି ଅସହ୍ୟ ହେଉଛି । ଝାଞ୍ଜି ପବନର ଜ୍ୱାଳା ଦେହକୁ ପୋଡ଼ି ପକାଉଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସୋମବାର ପ୍ରଚଣ୍ଡ ଗରମ ଅନୁଭୂତ ହୋଇଥିଲା । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ । ପଣା ସଂକ୍ରାନ୍ତିରେ (Pana Sanskrit) ୪୨ ଡିଗ୍ରୀ ପାର କରିପାରେ ପାରଦ । 

ଗତକାଲି (ସୋମବାର) ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଗତକାଲି, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି, ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଛି ପାରଦ । ରାଜଧାନୀ ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୁତ ହେଉଛି । ଦିନ ବଢିବା ସହ ତାତି ବଢିବାରେ ଲାଗିଛି । ସକାଳେ ଆଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ଅଧିକ ହେଉଛି ।

Also Read : Kisi Ka Bhai Kisi Ki Jaan Trailer: ସଂସ୍କୃତରେ ଅନର୍ଗଳ ଶ୍ଲୋକ ଗାଇଲେ ଭାଇଜାନ୍, ଫ୍ୟାନ୍ସ କହିଲେ WOW

Also Read : Preity Zinta Behaviour: ଦିବ୍ୟାଙ୍ଗଙ୍କୁ ଡିମ୍ପର୍ଲ ଗର୍ଲଙ୍କ ଏ କି ବ୍ୟବହାର ? ଫ୍ୟାନ୍ସ କହିଲେ ଛି ଛି...