Odisha 10th Supplementary Exam 2023: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜାଣନ୍ତୁ କେତୋଟି କେନ୍ଦ୍ରରେ ହେଉଛି ଏକ୍ସଜାମ୍?
Advertisement
Article Detail0/zeeodisha/odisha1763583

Odisha 10th Supplementary Exam 2023: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜାଣନ୍ତୁ କେତୋଟି କେନ୍ଦ୍ରରେ ହେଉଛି ଏକ୍ସଜାମ୍?

Odisha Matric Supplementary Exam 2023:  ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା (Odisha Matric Supplementary Exam 2023) ଆରମ୍ଭ ହୋଇଛି ।  ଏହା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଆଜି ଆରମ୍ଭ ହୋଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ। ପଢନ୍ତୁ ଏହି ରିପୋର୍ଟ..

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Matric Supplementary Exam 2023:  ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା (Odisha Matric Supplementary Exam 2023) ଆରମ୍ଭ ହୋଇଛି ।  ଏହା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଆଜି ଆରମ୍ଭ ହୋଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସାରା ରାଜ୍ୟରେ ୮୦ଟି କେନ୍ଦ୍ର କରାଯାଇଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ହେବ। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ମାକଟ୍ରି ସପ୍ଲିମେଣ୍ଟାରୀ ପରୀକ୍ଷା ।

Also Read: Indian Railways: ପବିତ୍ର ଶ୍ରାବଣ ପାଇଁ କାଲିଠୁ ଏହି ସବୁ ଷ୍ଟେସନ ଓ ଟ୍ରନରେ ଯାତ୍ରୀଙ୍କୁ ମିଳିବନି ଆମିଷ ଖାଦ୍ୟ

Also Read: Dhenkanal News: ପ୍ରେମିକ ସହ ଫେରାର୍ ହେଲା ଗର୍ଭବତୀ ସ୍ତ୍ରୀ , ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ଚଳିତ ଥର ୧ ହଜାର ୩୧୧ ଛାତ୍ରଛାତ୍ରୀ(student) ସପ୍ଲିମେଣ୍ଟାରୀ (Matric Supplementary Exam)ପରୀକ୍ଷା ଦେଉଛନ୍ତି। ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଉଛନ୍ତି । ଯେଉଁମାନେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିଲେ ସେହି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି। ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ ତାରିଖରୁ ଫର୍ମ ଫିଲଅପ୍‌ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Also Read: Shukra Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ଶୁକ୍ର, ଖୋଲିଯିବ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଧନ ଢାଳିବେ ମାଆ ଲକ୍ଷ୍ମୀ!

Also Read: Horoscope Today 03 July 2023: ଏହି ୨ ରାଶିଙ୍କ ବିଗିଡ଼ିପାରେ କାମ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ

ଚଳିତ ବର୍ଷ  ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏବଂ ମେ ୧୮ରେ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷର ପାସହାର ୯୬.୪୦ % ରହିଥିଲା । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି ।  କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ରହିଛି । ସେହିପରି  ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮% ରହିଛି ।

Also Read: MO BUS: ଗଡ଼ିବ ଆଉ ୨୦୦ଟି ‘ମୋ ବସ’, ରାଜଧାନୀରେ ଖୁବଶୀଘ୍ର ଚାଲିପାରେ ଇ-ବସ୍! ଜାଣନ୍ତୁ କେବେ ?

Also Read: Ollywood Actress Archita Sahu: ଜାଣନ୍ତୁ ଅର୍ଚ୍ଚିତାଙ୍କ ବିଷୟରେ କିଛି ରୋଚକ କଥା...

Also Read: Team India New Chief Selector: ଏହି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ହୋଇପାରନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା !