Odisha IAS reshuffle: ବଦଳିଲେ ୩ ଜିଲ୍ଲାପାଳ
Advertisement
Article Detail0/zeeodisha/odisha2132692

Odisha IAS reshuffle: ବଦଳିଲେ ୩ ଜିଲ୍ଲାପାଳ

Odisha IAS reshuffle: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୟୁରଭଞ୍ଜ ବଦଳି କରାଯାଇଛି।

 

Odisha IAS reshuffle

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାର ଅଦଳ ବଦଳ କରିଛନ୍ତି। ଏହିକ୍ରମରେ ପୁରୀ, କଟକ ଏବଂ ପାଲେଶ୍ୱର ଜିଲ୍ଲା ପ୍ରଶାସନ ନୂଆ ମୁଖଆଙ୍କୁ ପାଇବ। ଆଜି ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହା ସ୍ପଷ୍ଟ ହୋଇଛି। 

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୟୁରଭଞ୍ଜ ବଦଳି କରାଯାଇଛି। ଅର୍ଥାତ୍‍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦ ହେବେ ମୟୁରଭଞ୍ଜର ନୂଆ ଜିଲ୍ଲାପାଳ। ସେହିପରି ପୁରୀ ଜିଲ୍ଲାପାଳ ବିଜୟ ଦାଶଙ୍କୁ କଟକ ମ୍ୟୁନିସିପାଲିଟିର ନୂଆ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। କଟକ ମ୍ୟୁନିସିପାଲିଟି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବେ ପୁରୀରେ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ହେବ।

fallback