Muharram 2023 Holiday: ଓଡିଶା ସରକାର ଘୋଷଣା କଲେ ମହରମ୍ ଛୁଟି, ରାଜ୍ୟର ଏହି ସ୍ଥାନରେ ହେବ ନାହିଁ ମହରମ୍ ଶୋଭାଯାତ୍ରା
Advertisement
Article Detail0/zeeodisha/odisha1798458

Muharram 2023 Holiday: ଓଡିଶା ସରକାର ଘୋଷଣା କଲେ ମହରମ୍ ଛୁଟି, ରାଜ୍ୟର ଏହି ସ୍ଥାନରେ ହେବ ନାହିଁ ମହରମ୍ ଶୋଭାଯାତ୍ରା

Muharram 2023 Holiday: ରାଜ୍ୟ ସରକାର(Odisha Government) ଘୋଷଣା କଲେ ମହରମ ଛୁଟି(Muharram 2023)। ମହରମ୍ ଦିନ ସମସ୍ତ ସରକାରୀ ସ୍କୁଲ୍ ,କଲେଜ୍ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡିଛି। ତେବେ ରାଜ୍ୟର ଏହି ପ୍ରମୁଖ ସହର ଗୁଡିକରେ ହେବ ନାହିଁ ମହରମ୍ ଶୋଭାଯାତ୍ରା.....ପଢନ୍ତୁ ପୂରା ଖବର...

ସୌଜନ୍ୟ- ସୋସିଆଲ ମିଡ଼ିଆ

Muharram 2023 Holiday: ରାଜ୍ୟ ସରକାର(Odisha Government) ଘୋଷଣା କଲେ ମହରମ ଛୁଟି(Muharram 2023)। ଚଳିତ ଥର ଜୁଲାଇ ୨୮ ପରିବର୍ତ୍ତେ ୨୯ ଅର୍ଥାତ୍ (ଶନିବାର ) ଦିନ ଛୁଟି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି(Revenue and Magisterial Courts)।  ଏନେଇ ଜୁଲାଇ ୨୯ ତାରିଖରେ ସମସ୍ତ ସରକାରୀ ସ୍କୁଲ୍ ,କଲେଜ୍ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜଣାପଡିଛି। ରାଜ୍ୟରେ ସମ୍ବଲପୁରରେ ଚଳିତ ଥର ହେବନାହିଁ ମହରମ୍ ଶୋଭାଯାତ୍ରା (Muharram festival)। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ (peace committee meeting) ଏନେଇ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ବର୍ଷ ପାଇଁ ମହରମ୍ ଓ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । 

Also Read: Sambalpur News: ବର୍ଷେ ପର୍ଯ୍ୟନ୍ତ ମହରମରେ ହେବ ନାହିଁ ଶୋଭାଯାତ୍ରା, ପ୍ରଶାସନ ନେଲା ଏଭଳି କିଛି ନିଷ୍ପତ୍ତି

Also Read: August Festivals: ଅଗଷ୍ଟ ମାସର କେଉଁ ତାରିଖରେ ପଡୁଛି ନାଗ ପଞ୍ଚମୀ ଓ ରକ୍ଷା ବନ୍ଧନ ପର୍ବ? ଏଠାରେ ଜାଣି ନିଅନ୍ତୁ ତାରିଖ

ଗତ, ହନୁମାନ ଜନ୍ମ ଜୟନ୍ତୀ ଅବସରରେ ଘଟିଥିବା ଅଭାବନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ ରୋକ ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସମସ୍ତ ମହରମ୍ ଶାନ୍ତି କମିଟି ସହ ଆଲୋଚନା କରାଯାଇ କୁହାଯାଇଛି ଯେ, ସମସ୍ତେ ନିଜ ନିଜ ଅଂଚଳରେ ତାଜିଆ ବାହାର କରି ସେଇଠାରେ ହିଁ ପର୍ବ ପାଳନ କରିବେ। ପୂର୍ବ ବର୍ଷ ମାନଙ୍କରେ ଯେଭଳି ଭାବରେ ଶୋଭାଯାତ୍ରାରେ ତାଜିଆ ସହ ଆଖଡ଼ା ଖେଳର ପ୍ରଦର୍ଶନ ହେଉଥିଲା ତାହା ଚଳିତ ବର୍ଷ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି। ସୂଚନା ଅନୁଯାୟୀ, ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି । ମହରମ୍ ପର୍ବ (Maharam 2023) ପାଳନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନେଇ ନିଷ୍ପତି ନିଆଯାଇଥିବା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା (Ananya das) ଦେଇଛନ୍ତି ।  ପ୍ରକାଶ ଥାଉ କି, ମହରମ୍ ପର୍ବ ସମୟରେ ସମ୍ବଲପୁରରେ ଏକ ବିଶାଳ  ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ତେଣୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହେଉ ସେନେଇ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ।