Kanker Encounter Update: କାଙ୍କେର ଏନକାଉଣ୍ଟର ପରେ ସିଲ୍ ହେଲା ଓଡ଼ିଶା-ଛତିଶଗଡ଼ ସୀମା
Advertisement

Kanker Encounter Update: କାଙ୍କେର ଏନକାଉଣ୍ଟର ପରେ ସିଲ୍ ହେଲା ଓଡ଼ିଶା-ଛତିଶଗଡ଼ ସୀମା

Odisha Chhattisgarh Border Sealed: ଗତକାଲି କାଙ୍କେର ଜିଲ୍ଲାରେ ହୋଇଥିବା ହୋଇଥିବା ସଂଘର୍ଷ ପରେ ଆଜି ଓଡ଼ିଶା ପୋଲିସ ଛତିଶଗଡ଼ ସୀମାକୁ ସିଲ୍ କରାଯାଇଛି।

Kanker Encounter Update: କାଙ୍କେର ଏନକାଉଣ୍ଟର ପରେ ସିଲ୍ ହେଲା ଓଡ଼ିଶା-ଛତିଶଗଡ଼ ସୀମା

Odisha Chhattisgarh Border Sealed after Kanker Encounter: ମଙ୍ଗଳବାର (ଅପ୍ରେଲ ୧୬) ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ ନକ୍ସଲ ବିରୋଧି ଅଭିଯାନ କାର୍ଯ୍ୟକାରୀ କରିଥିଲା ସୁରକ୍ଷା ବଳ। ଏନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୨୯ ନକ୍ସଲ ଟଳି ପଡ଼ିଛନ୍ତି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଗତକାଲି କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ। 

ମଙ୍ଗଳବାର କାଙ୍କେର ଜିଲ୍ଲାରେ ସୁରକ୍ଷା ବଳ-ନକ୍ସଲ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ପରେ ବୁଧବାର (ଅପ୍ରେଲ ୧୭) ଓଡ଼ିଶା ପୋଲିସ ଛତିଶଗଡ଼ ସୀମାକୁ ସିଲ୍ କରିଦେଇଛି। ଓଡ଼ିଶା-ଛତିଶଗଡ଼ ସୀମାରେ ରହିଥିବା ସମସ୍ତ ପ୍ରବେଶ/ପ୍ରସ୍ଥାନ ଦ୍ୱାର ବନ୍ଦ କରି ଦିଆଯାଇଛି। ସେହିପରି ଉଭୟ ରାଜ୍ୟକୁ ଯୋଡୁଥିବା ରାସ୍ତାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। 

Also Read: Kanker Encounter Update: ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା; କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ

ଗତକାଲି ଛତିଶଗଡ଼ କାଙ୍କେର ଜିଲ୍ଲାରେ ହୋଇଥିବା ସଂଘର୍ଷ ପରେ ସୁରକ୍ଷା ବାହିନୀ ସମଗ୍ର ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସର୍ଚ୍ଚ ଅପରେସନ ତଥା ପାଟ୍ରୋଲିଂ ଜୋରଦାର କରିଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ସ୍ଥାନ ଉପରେ ସୁରକ୍ଷା ବଳ ସତର୍କ ନଜର ରଖିଛି। ଛତିଶଗଡ଼ ପୋଲିସ ମଧ୍ୟ ଓଡିଶା ପ୍ରତିପକ୍ଷଙ୍କ ସହ ଗୁଇନ୍ଦା ସୂଚନା ବିନିମୟ କରୁଛି।

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ରାଜ୍ୟର ୪ ଜିଲ୍ଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡ଼ା ଠାରେ ଅବସ୍ଥିତ ରହିଥିବା ପ୍ରବେଶ/ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରି ଦିଆଯାଇଛି। କାରଣ ଗତକାଲି ଛତିଶଗଡ଼ କାଙ୍କେର ଜିଲ୍ଲାରେ ହୋଇଥିବା ସଂଘର୍ଷରେ ବ୍ୟାପକ କ୍ଷତି ସହିବା ପରେ ନକ୍ସଲ ଓଡିଶା ଜଙ୍ଗଲରେ ପ୍ରବେଶ କରିବାର ସମ୍ଭବନା ରହିଛି। ଏକଥା ଅପରେସନ ଏଡ଼ିଜି ଦେବୀଦତ୍ତ ସିଂହ କହିଛନ୍ତି।

Also Read: Chhattisgarh News Today: ୨୦୨୪ ନିର୍ବାଚନ ପୂର୍ବରୁ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା 

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର ପରେ ଓଡ଼ିଶା ପୋଲିସ, ବିଏସଏଫ, ଏସଓଜି, ଡିଭିଏଫ, ସିଆରପିଏଫ ସହ ଯୋଗାଯୋଗରେ ରହିଛି। ଓଡି଼ଶା ପୋଲିସ ଯେକୌଣସି ଅସମ୍ଭବ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅପରେସନ ଏଡ଼ିଜି ଦେବୀଦତ୍ତ ସିଂହ। ସୁରକ୍ଷା ବଳ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ଡ୍ରୋନ ସମେତ ନାଇଟ ବାଇନାକୁଲାର ସହାୟତାରେ  ସତର୍କ ନଜର ରଖିଛି।  

ଗତକାଲି ହୋଇଥିବା ଏନକାଉଣ୍ଟର ଉପରେ  ପ୍ରତିକ୍ରିୟା ରଖିଥିଲେ ଛତିଶଗଡ ପୋଲିସ ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜ। ଏନେଇ ସେ କହିତିଲେ ଯେ ମଙ୍ଗଳବାର ସିପିଆଇ ମାଓବାଦୀ ବରିଷ୍ଠ କ୍ୟାଡର୍ ଉପସ୍ଥିତ ବାବଦରେ ଖବର ପାଇବା ପରେ  କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲକୁ ଏକ ଟିମ୍ ପଠାଯାଇଥିଲା। ସେଠାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀ-ନକ୍ସଲ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୯ ସିପିଆଇ ମାଓବାଦୀ ପ୍ରାଣ ହରାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। 

ସମସ୍ତ ଆହତ ସୁରକ୍ଷାକର୍ମୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଜଧାନୀ ରାୟପୁର ସ୍ଥିତ ଡାକ୍ତରଖାନାକୁ ଅଣାଯାଇଥିଲା। ଏହି ଏନକାଉଣ୍ଟର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସବୁଠାରୁ ବଡ ଏନକାଉଣ୍ଟର ବୋଲି କୁହାଯାଉଛି। ଘଟଣାସ୍ଥଳରୁ ୭ ଏକେ ସିରିଜ ରାଇଫଲ, ୩ ଲାଇଟ ମେସିନ ଗନ୍ ଜବତ କରାଯାଇଛି। ଗୁଳିବିନିମୟ ପରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ପଠାଯାଇ ସେଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା।