Cyclone Gabriel: ନ୍ୟୁଜିଲାଣ୍ତରେ ପ୍ରକୃତିର ତାଣ୍ତବ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର
Advertisement
Article Detail0/zeeodisha/odisha1571149

Cyclone Gabriel: ନ୍ୟୁଜିଲାଣ୍ତରେ ପ୍ରକୃତିର ତାଣ୍ତବ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

Cyclone Gabriel Impact: ନ୍ୟୁଜିଲାଣ୍ତରେ ପ୍ରକୃତିର ତାଣ୍ତବ । ବାତ୍ୟା ପରେ ଏବେ ଭୂସ୍ଖଳନ ହୋଉଛି। ଦେଶର ସ୍ଥିତି ବର୍ତ୍ତମାନ ଗମ୍ଭୀର ହୋଇପଡିଛି।  ଯାହାକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ସରକାର ମଙ୍ଗଳବାର ଦିନ ଜାତୀୟ ଜରୁରୀକାଳୀନ(national state of emergency) ପରିସ୍ଥିତି ଘୋଷଣା କରିଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ବାତ୍ୟା ଗାବ୍ରିଏଲ(Cyclone Gabriel)ର ହେବାରୁ ସ୍ଥିତି ଅସମ୍ଭାହଳ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି। ଏହି ଘୂର୍ଣ୍ଣିବଳୟ ଯୋଗୁଁ ନ୍ୟୁଜିଲ୍ୟାଣ୍ଡର ନର୍ଥଲ୍ୟାଣ୍ଡ, ଅକଲ୍ୟାଣ୍ଡ, ହକେ ବାଇ, ୱାଇକାଟୋ, ବାଇ ଅଫ୍ ପ୍ଲେଣ୍ଟି ଏବଂ ତାଇରୱିଟିରେ ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି।

ସୌଜନ୍ୟ- ସୋସିଆଲ ମିଡିଆ

ଇତିହାସରେ ତୃତୀୟ ଥର ପାଇଁ ନ୍ୟୁଜିଲାଣ୍ତରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା : ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ନ୍ୟୁଜିଲାଣ୍ତ ଇତିହାସରେ ଏହା ତୃତୀୟ ଥର ଯେତେବେଳେ ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଏହାପୂର୍ବରୁ ୨୦୨୦ ମସିହାରେ, କୋଭିଡ ୧୯ ମହାମାରୀ ସମୟରେ ନ୍ୟୁଜିଲାଣ୍ତରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ସେହିପରି ୨୦୧୯ ମସିହାରେ ଖ୍ରୀଷ୍ଟଚର୍ଚ ଆତଙ୍କବାଦୀ ଆକ୍ରମଣରେ ନ୍ୟୁଜିଲାଣ୍ତରେ ପ୍ରଥମ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।

ବାତ୍ୟା ଓ ବର୍ଷା ଯୋଗୁଁ ୪୦ ହଜାରରୁ ଅଧିକ ଘରେ ବିଦ୍ୟୁତ ସରବରାହ ହୋଇଛି: ନ୍ୟୁଜିଲାଣ୍ତରେ ବାତ୍ୟା ଗାବ୍ରିଏଲ(Cyclone Gabriel) ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ଏବଂ ଉତ୍ତର ଦ୍ୱୀପରେ ଭୂସ୍ଖଳନ ଘଟିଛି। ଘୁର୍ଣ୍ଣିଝ଼ଡ ଯୋଗୁଁ ସମୁଦ୍ରର ପାଣି ମାଡି ଆସି ଘର ଭିତରେ ପ୍ରବେଶ କରିଛି । ଫଳରେ ଅଧିକାଂଶ ଲୋକେ ବାସହୀନ ମଧ୍ୟ ବୋଇଯାଇଛନ୍ତି । ଏବେବି ସେଠାରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ନ୍ୟୁଜିଲାଣ୍ଡରେ ୪୦ ହଜାରରୁ ଅଧିକ ଘରେ ବିଦ୍ୟୁତ ସରବରାହ ହୋଇଛି। ଦେଶରେ ଏଭଳି ସ୍ଥିତି ଦେଖି ଶହ ଶହ ବିମାନ ଉଡ଼ାଣକୁ ବାତିଲ ମଧ୍ୟ କରାଯାଇଛି। 

ସୋମବାର ନ୍ୟୁଜିଲାଣ୍ତରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଛି: ନ୍ୟୁଜିଲାଣ୍ତରେ କରମାଡେକ ଦ୍ୱୀପପୁଞ୍ଜରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ସୋମବାର ଦିନ ହୋଇଥିଲା।  । ଆମେରିକୀୟ ଜିଓଲୋଜିକାଲ୍ ସର୍ଭେ ଏହି ସୂଚନା ଦେଇ କହିଛି ଯେ ୩୭୪,୦୩୩ କିଲୋମିଟର ଗଭୀରତା ବିଶିଷ୍ଟ ଭୂକମ୍ପର କେନ୍ଦ୍ର ପ୍ରଥମେ ୨୯.୫୨୧୮ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୧୭୭.୯୭୨୭ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେ ସ୍ଥିର ହୋଇଛି। ତେବେ ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ।

ଏହାବି  ପଢନ୍ତୁ :  Spy Balloon: ଭୟ ବଢାଉଛି ‘ସ୍ପାଏ ବେଲୁନ୍‌’, ଦେଶର ସୁରକ୍ଷାକୁ ନେଇ ଏମିତି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ଏହାବି  ପଢନ୍ତୁ :  Valentines Day 2023: ୧୪ ଫେବୃଆରୀକୁ କହିଁକି ଭାଲେଣ୍ଟାଇନ୍ସ ଡେ'ଭାବେ ପାଳନ କରାଯାଏ, ଜାଣନ୍ତୁ କିଛି ରୋଚକ କଥା

ଏହାବି  ପଢନ୍ତୁ :  Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

ଏହାବି  ପଢନ୍ତୁ : Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା

Trending news