Odisha News: ପଶୁ-ମଣିଷର ପ୍ରେମ ନିଆରା, ମୃତଦେହକୁ ପାଞ୍ଚଘଣ୍ଟା ଧରି କାନ୍ଦିଲା ମାଙ୍କଡ଼
Advertisement

Odisha News: ପଶୁ-ମଣିଷର ପ୍ରେମ ନିଆରା, ମୃତଦେହକୁ ପାଞ୍ଚଘଣ୍ଟା ଧରି କାନ୍ଦିଲା ମାଙ୍କଡ଼

Odisha News: ପଶୁ ଓ ମଣିଷର ପ୍ରେମ ପ୍ରକୃତରେ ନିଆରା ହୋଇଥାଏ। ଆଜିକାଲି ମଣିଷ ମଣିଷ ଭିତରେ ସ୍ନହ-ପ୍ରେମ ମଳିନ ପଡୁଥିବା ବେଳେ ପଶୁ ଓ ମଣିଷ ଭିତରର ପ୍ରେମ ବଢିବାରେ ଲାଗିଛି। ପ୍ରିୟଜନଙ୍କୁ ହରାଇବାର ଦୁଃଖ କେବଳ ମିଣିଷଙ୍କ ଠାରେ ଦେଖିବାକୁ ମିଳେନି ପଶୁଙ୍କ ଠାରେ ବି ଏହା ବାରି ହୋଇପଡେ । ଜୀବନର ଶେଷ ଦୃଶ୍ୟ ପ୍ରକୃତରେ ଖୁବ କରୁଣ,ଏହା ଆମେ କହୁନୁ । ଏଭଳି ଏକ ଘଟଣା ଜଗତସିଂହପୁରରେ(jagatsinghpur) ଦେଖିବାକୁ ମିଳିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News: ପଶୁ ଓ ମଣିଷର ପ୍ରେମ ପ୍ରକୃତରେ ନିଆରା ହୋଇଥାଏ। ଆଜିକାଲି ମଣିଷ ମଣିଷ ଭିତରେ ସ୍ନହ-ପ୍ରେମ ମଳିନ ପଡୁଥିବା ବେଳେ ପଶୁ ଓ ମଣିଷ ଭିତରର ପ୍ରେମ ବଢିବାରେ ଲାଗିଛି। ପ୍ରିୟଜନଙ୍କୁ ହରାଇବାର ଦୁଃଖ କେବଳ ମିଣିଷଙ୍କ ଠାରେ ଦେଖିବାକୁ ମିଳେନି ପଶୁଙ୍କ ଠାରେ ବି ଏହା ବାରି ହୋଇପଡେ । ଜୀବନର ଶେଷ ଦୃଶ୍ୟ ପ୍ରକୃତରେ ଖୁବ କରୁଣ,ଏହା  ଆମେ କହୁନୁ ।  ଏଭଳି ଏକ ଘଟଣା ଜଗତସିଂହପୁରରେ(jagatsinghpur) ଦେଖିବାକୁ ମିଳିଛି । ଯାହା ,ସମସ୍ତଙ୍କୁ ଚକିତ କରିଦେଇଛି । 

ଘର ସାମ୍ନାରେ ଗଦା ହୋଇଥିଲେ ଲୋକେ ।  କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ହେଲେ ଏ କାରୁଣ୍ୟ ଭିତରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ଭିଡ ଭିତରେ ବସିଥିଲା ମାଙ୍କଡଟିଏ (monkey) । ଖାଲି ବସି ନ ଥିଲା, ମୃତଦେହକୁ ସେମିତି ଜଗି ରହିଥିଲା । କେତେବେଳେ ମୃତଦେହ ପାଖରେ ବସି ଯାଉଥିଲା ତ କେତେବେଳେ ଦୁଇ ଗୋଡ ମଝିରେ ମୁହଁ ଜାକି କାନ୍ଦି ପକାଉଥିଲା । ମଣିଷ ପାଇଁ ମାଙ୍କଡର ଏ ଦରଦ ପରିବେଶକୁ ଆହୁରି କରୁଣ କରି ଦେଇଥିଲା ।ଏ ଦୃଶ୍ୟ ଥିଲା ଏରସମା ବ୍ଲକ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମର । ସ୍ବର୍ଗତ ପ୍ରଦିପ ଦାସଙ୍କ ପତ୍ନୀ ମଞ୍ଜୁ ଦାସ। ଶୁକ୍ରବାର ମଞ୍ଜୁ  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଶନିବାର ତାଙ୍କର ମୃତ୍ୟୁ  (woman Death ) ଘଟିଥିଲା । ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ନୂଆଗାଁକୁ ଅଣାଯାଇଥିଲା ।

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

Also Read : Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

ମୃତ୍ୟୁ ଖବର ପାଇ ବନ୍ଧୁବାନ୍ଧବ, ଚିହ୍ନ ପରିଚୟ ସମସ୍ତଙ୍କର ଭିଡ ଜମିଥିଲା ଘର ଦୁଆରେ । ଏହି ସମୟରେ  ମାଙ୍କଡଟି ଯାଉଥିଲା, ଭିଡି ଦେଖି ସିଧା ପଶିଗଲା ଘର ଭତରକୁ । ପ୍ରଥମେ ମୃତଦେହକୁ ଦେଖିବା ପରେ ମୃତଦେହର ଗୋଡ଼ ନିକଟରେ ଗୋଡ଼କୁ ଧରି ବସିଥିଲା। ଏପରିକି ଗୋଡ଼ରେ ମୁହଁ ଗୁଞ୍ଜି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ନିକଟକୁ କାହାରିକୁ ଛାଡି ନଥିଲା। ଦୀର୍ଘ ୫ ଘଣ୍ଟା କାଳ ଏହିପରି ବସିବା ପରେ ସେଠାରୁ ପଳାଇଥିଲା। ଯାହାକୁ ଦେଖିବା ପାଇଁ ମଧ୍ୟ ବହୁ ଲୋକ ରୁଣ୍ଡ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମଞ୍ଜୁଙ୍କ ସହ ଏହି ମାଙ୍କଡର କିଛି ବି ସମ୍ପର୍କ ନ ଥିଲା । ଘର ଭିତରେ କିଛି ସମୟ ବସିବା ପରେ ସେଠାରୁ ଯାଇ ପାଚେରୀ ଉପରେ ବସିଥିଲା । କାହାର କିଛି କ୍ଷତି ବି କରୁ ନ ଥିଲା । ଏ ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଶେଷରେ ମାଙ୍କଡଟି ଯିବା ପରେ ଶବକୁ ସତ୍କାର ପାଇଁ ନେଇଥିଲେ ପରିବାର ଲୋକ ।