WhatsApp Instagram Down: ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍ସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା । ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ସୋସିଆଲ୍ ମିଡିଆ ସାଇଟ୍ ଡାଉନ୍ ହୋଇପଡ଼ିଥିଲା। ପାଖାପାଖି ୩ ଘଣ୍ଟା ଧରି ଅସୁବିଧାର ସମ୍ମୁଖିନ ହୋଇଥିଲେ ୟୁଜର୍ସ। ଧିରେଧିରେ ସ୍ବାଭାବିକ ହୋଇଥିଲା ହ୍ୱାଟ୍ସ ଆପ୍,ଇନଷ୍ଟାଗ୍ରାମ୍ ଓ ଫେସବୁକ୍। ସେପଟେ, ଏନେଇ ଦୁଃଖ ପ୍ରକାଶ କରିଛି ମେଟା । ଯାନ୍ତ୍ରିକ ତ୍ରୃଟି ପାଇଁ ଏଭଳି ସମସ୍ୟା ହୋଇଥିବା କହିଛି ମେଟା। ଏନେଇ ମେଟା ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଜାରି କରାଯାଇଥିବା ବିବୃତ୍ତିରୁ କୁହାଯାଇଛି।
''ଏହି ସମସ୍ୟା ପାଇଁ,ୟୁଜର୍ସଙ୍କୁ ମୁଁ କ୍ଷମା ମାଗୁଛି , ସେମାନେ ହଠାତ୍ ଏଭଳି ସମସ୍ୟାର ସମ୍ମୁଖୀନ ହେଲେ । ଆମେ ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ଚେଷ୍ଟା କରୁଛୁ । ବାସ୍ତବରେ, ବୁଧବାର ରାତି ୧୧.୩୦ ଠାରୁ ଉପଭୋକ୍ତାମାନେ ଏହି ଆପଗୁଡ଼ିକରେ ମେସେଜ ପଠାଇବା ଏବଂ ରିସିଭ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଥିଲା। ସେଥିପାଇଁ ଆମେ କ୍ଷମା ଚାହୁଁଛୁ।'' ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମେଟା ପ୍ଲାଟଫର୍ମରେ ଏପରି ସମସ୍ୟା ଦେଖାଦେଇଛି । ଏହାପୂର୍ବରୁ ଅନେକ ଥର ହ୍ବାଟସପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକର ସେବା ହଠାତ୍ ବ୍ୟାହତ ହୋଇଛି। ପ୍ରତ୍ୟେକ ଥର ଏହାର କାରଣ ବୈଷୟିକ ତ୍ରୃତି ବୋଲି କୁହାଯାଇଛି ।