Maruti suzuki India: ମାରୁତି ସୁଜୁକି ପାଇଁ ଆଇଏସ ଚାକିରୀ ଛାଡ଼ିଥିଲେ ଆର. ସି. ଭାର୍ଗଭା..
Advertisement
Article Detail0/zeeodisha/odisha1674369

Maruti suzuki India: ମାରୁତି ସୁଜୁକି ପାଇଁ ଆଇଏସ ଚାକିରୀ ଛାଡ଼ିଥିଲେ ଆର. ସି. ଭାର୍ଗଭା..

Maruti suzuki India: ମାରୁତି ସୁଜୁକି ସଫଳତା ପଛରେ ଚେୟାରମ୍ୟାନ ଆର. ସି. ଭାର୍ଗଭାଙ୍କ ବହୁତ ବଡ଼ ହାତ ରହିଛି । ତାଙ୍କ ପରିଶ୍ରମ ଫଳରେ କମ୍ପାନୀ ଆଜି ସଫଳତାର ଶୀର୍ଷରେ ପହଁଞ୍ଚିପାରିଛି । ତେବେ କଣ ଆପଣ ଜାଣିଛନ୍ତି କି ମାରୁତି ସୁଜୁକିରେ ଯୋଗ ଦେବା ପୂର୍ବରୁ ଆର. ସି. ଭାର୍ଗଭା ଜଣେ ଆଇଏସ ଅଧିକାରୀ ଥିଲେ । କମ୍ପାନୀ ସହ ତାଙ୍କର ଏହି ଚାରି ଦଶକର କାହାଣୀ ଅତ୍ୟନ୍ତ ଚମତ୍କାର ଅଟେ ।

ସୌ(ସୋସିଆଲ ମିଡିଆ)

Maruti suzuki India: ଦେଶର ସବୁଠାରୁ ବଡ଼ କାର ନିର୍ମାଣକାରୀ କମ୍ପାନୀ ଭାବେ ମାରୁତି ସୁଜୁକି (Maruti Suzuki) ବେଶ ଜଣାସୁଣା । ନିକଟରେ କମ୍ପାନୀ ଏକ ଲକ୍ଷ କୋଟି ଟଙ୍କାର ରାଜସ୍ବ ଅତିକ୍ରମ କରି ଦେଶର ପ୍ରଥମ କମ୍ପାନୀ ଭାବେ ଏହି ରେର୍କଡ଼ ନିଜ ନାଁରେ କରିଛି । ତେବେ କମ୍ପାନୀର ଏହି ବଡ଼ ସଫଳତା ପଛରେ ଚେୟାରମ୍ୟାନ ଆର. ସି. ଭାର୍ଗଭାଙ୍କ (Maruti suzuki chairman R. C. Bhargava) ବହୁତ ବଡ଼ ହାତ ରହିଛି । ତାଙ୍କ ପରିଶ୍ରମ ଫଳରେ କମ୍ପାନୀ ଆଜି ସଫଳତାର ଶୀର୍ଷରେ ପହଁଞ୍ଚିପାରିଛି । ତେବେ କଣ ଆପଣ ଜାଣିଛନ୍ତି କି ମାରୁତି ସୁଜୁକିରେ ଯୋଗ ଦେବା ପୂର୍ବରୁ ଆର. ସି. ଭାର୍ଗଭା (R. C. Bhargava) ଜଣେ ଆଇଏସ ଅଧିକାରୀ (IAS officer) ଥିଲେ । କମ୍ପାନୀ ସହ ତାଙ୍କର ଏହି ଚାରି ଦଶକର କାହାଣୀ ଅତ୍ୟନ୍ତ ଚମତ୍କାର ଅଟେ ।

ଏହି ନିଷ୍ପତ୍ତି ବଦଳାଇ ଦେଇଥିଲା ଭାଗ୍ୟ

ଦେଶରେ ଦିନକୁ ଦିନ ଅନେକ ଛୋଟ ବଡ଼ କମ୍ପାନୀ ମୁଣ୍ତ ଟେକୁଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଦିନକୁ ଦିନ ବଢିବାରେ ଲାଗିଛି କମ୍ପାନୀ ସଂଖ୍ୟା । ଅନ୍ୟପଟେ ବଡ଼ ବଡ଼ ଅନୁଷ୍ଠାନ ଏମିତିକି ବିଦେଶର ନାମୀଦାମୀ କମ୍ପାନୀରେ ମୋଟା ଅଙ୍କରେ ବେତନ ପାଉଥିବା ଅନେକ ଲୋକେ ଚାକିରି ଛାଡ଼ି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ତେବେ କିଛି ଏପରି ଘଟିଥିଲା ମାରୁତି ସୁଜୁକି ଚେୟାରମ୍ୟାନ ଆର. ସି. ଭାର୍ଗଭାଙ୍କ ଜୀବନରେ । ଏକ କ୍ଷମତାଶାଳୀ ଚାକିରି ଛାଡ଼ି ସେ ଘରୋଇ କମ୍ପାନୀରେ ଆସି ଯୋଗ ଦେଇଥିଲେ ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

୧୯୫୬ ବ୍ୟାଚ୍ ର ଆଇଏସ୍ ଅଧିକାରୀ ଥିଲେ ଆର. ସି. ଭାର୍ଗଭା

ଆର. ସି. ଭାର୍ଗବ ୟୁପଏସସିରେ ଟପ କରିବା ପରେ ୧୯୫୬ ବ୍ୟାଚରେ ଆଇଏସ୍ ଅଧିକାରୀ ହୋଇଥିଲେ । କିଛି ବର୍ଷ ଆଇଏସ୍ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ତାଙ୍କର ଏହି କାମରେ ମନ ନ ଲାଗିବାରୁ ସେ ଚାକିରୀ ଛାଡ଼ିଦେଉଇଥିଲେ । ଯାହା ପରେ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ବାସ୍ତବରେ, ୮୦ ଦଶକରେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ମାରୁତି ସୁଜୁକିରେ ଯୋଗ ଦେଇଥିଲେ । ସେ ସମୟରେ ତାଙ୍କୁ ୨୨୫୦ ଟଙ୍କା ବେତନ ମିଳୁଥିଲା । ଆର. ସି. ଭାର୍ଗବ କମ୍ପାନୀ ସହ କାମ କରିବା ଆରମ୍ଭ କରିବା ପରେ ମାରୁତି ସୁଜୁକି ସଫଳତାର ଶୀର୍ଷରେ ପହଁଞ୍ଚିଥିଲା । ରିପୋର୍ଟ ମୁତାବିକ, ୧୯୮୧ ମସିହାରେ ଆର. ସି. ଭାର୍ଗଭା ମାରୁତି ସୁଜୁକି (Maruti Suzuki) )ରେ ଯୋଗ ଦେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ନିଜ ସହ ମାରୁତି ସୁଜୁକିର ମଧ୍ଯ ଭାଗ୍ୟ ପରିବର୍ତ୍ତନ କରିଥିଲା । ଜଣେ କର୍ମଚାରୀ ଭାବରେ ଯୋଗ ଦେଇଥିବା ଆର.ସି ଭର୍ଗାଭାଙ୍କୁ (R. C. Bhargava) ପରେ ନିର୍ଦ୍ଦେଶକ କରାଯାଇଥିଲା। ଏହାପରେ ୧୮୮୫ ମସିହାରେ ସେ ଏମଡ଼ି (MD) ହୋଇଥିଲେ । ପରେ ୧୯୯୭ ମସିହାରେ ସେ ଅବସର ନେଇଥିଲେ।

ବର୍ତ୍ତମାନ ୮୮ ବର୍ଷିୟ ଆର. ସି. ଭାର୍ଗଭା କମ୍ପାନୀର ଚେୟାରମ୍ୟାନ (chairman R. C. Bhargava) ରହିଥିବା ବେଳେ ସେ ବାର୍ଷିକ ୧.୫ କୋଟି ବେତନ ପାଉଛନ୍ତି । ୨୦୧୫ ମସିହାରେ ଜାପାନ କମ୍ପାନୀର ମାଲିକ ଓସାମୁ ସୁଜୁକି ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଆର.ସି ଭର୍ଗାଭା ଆମ କମ୍ପାନୀରେ ନଥାନ୍ତେ, ତେବେ କମ୍ପାନୀ ଆଜି ଏତେ ସଫଳ ହୋଇପାରିନଥାନ୍ତା। ପ୍ରକାଶ ଥାଉ କି, ଆଜି ମାରୁତି ସୁଜୁକି ଏକ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଅତିକ୍ରମ କରିଛି। ବର୍ତ୍ତମାନ କମ୍ପାନୀ ମୂଲ୍ୟ ୨.୬୦ ଲକ୍ଷ କୋଟିରୁ ଅଧିକ ରହିଛି ।