Mango Variety: ଏହି ୧୦ ପ୍ରକାରର ଆମ୍ବ ହେଉଛି ଖୁବ ସ୍ୱାଦିଷ୍ଟ, ଗ୍ରୀଷ୍ମ ଋତୁରେ ନିଅନ୍ତୁ ଏହାର ମଜା
Advertisement
Article Detail0/zeeodisha/odisha1658540

Mango Variety: ଏହି ୧୦ ପ୍ରକାରର ଆମ୍ବ ହେଉଛି ଖୁବ ସ୍ୱାଦିଷ୍ଟ, ଗ୍ରୀଷ୍ମ ଋତୁରେ ନିଅନ୍ତୁ ଏହାର ମଜା

Interesting Facts About Mango: ପ୍ରତ୍ୟେକ ପ୍ରକାର ଆମ୍ବର ସ୍ୱାଦ ଅଲଗା ଅଲଗା ହୋଇଥାଏ। ସେଥିପାଇଁ ଆମ୍ବ ଋତୁରେ ସମସ୍ତ ବିଭିନ୍ନ ପ୍ରକାରର ଆମ୍ବ ଖାଇବାକୁ ଚେଷ୍ଟା କରିଥାନ୍ତି। କାରଣ ଆମ୍ବ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ପ୍ରକାରର ଭିଟାମିନ୍ ମଧ୍ୟ ଆମ୍ବ ପ୍ରଦାନ କରିଥାଏ।

Mango Variety: ଏହି ୧୦ ପ୍ରକାରର ଆମ୍ବ ହେଉଛି ଖୁବ ସ୍ୱାଦିଷ୍ଟ, ଗ୍ରୀଷ୍ମ ଋତୁରେ ନିଅନ୍ତୁ ଏହାର ମଜା

Mango Variety in India: ଦେଶର ଜାତୀୟ ଫଳ ଭାବରେ ଜଣାଶୁଣା ଆମ୍ବ। ଦେଶରେ ଫଳର ରାଜା କହିଲେ ଆମ୍ବକୁ ବୁଝାଏ। ଫଳର ରାଜା ଆମ୍ବ ଲୋକଙ୍କର ବହୁତ ପସନ୍ଦୀୟ ଫଳ। ବର୍ତ୍ତମାନ ଆମ୍ବ ଋତୁ ଆସଗଲାଣି। ଦେଶର ବିଭିନ୍ନ ପ୍ରକାର ଆମ୍ବ ମିଳିଥାଏ। ଯାହାର ନାଁ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ, କେଉଁ ପ୍ରକାରର ଆମ୍ବ ଖାଇବା ଆବଶ୍ୟକ। କେଉଁ ପ୍ରକାର ଆମ୍ବରେ ଅଧିକ ସ୍ୱାଦ ରହିଥାଏ। କେତେକ ସଫେଦା ଆମ୍ବକୁ ପସନ୍ଦ କରୁଥିବା ବେଳେ ଆଉ କେହି ଦଶହରୀ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ଦେଶରେ ମିଳୁଥିବା ଆମ୍ବ ମଧ୍ୟରୁ ୧୦ ପ୍ରକାର ଆମ୍ବକୁ ବହୁତ ପସନ୍ଦ କରିଥାନ୍ତି।

ପ୍ରତ୍ୟେକ ପ୍ରକାର ଆମ୍ବର ସ୍ୱାଦ ଅଲଗା ଅଲଗା ହୋଇଥାଏ। ସେଥିପାଇଁ ଆମ୍ବ ଋତୁରେ ସମସ୍ତ ବିଭିନ୍ନ ପ୍ରକାରର ଆମ୍ବ ଖାଇବାକୁ ଚେଷ୍ଟା କରିଥାନ୍ତି। କାରଣ ଆମ୍ବ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅନେକ ପ୍ରକାରର ଭିଟାମିନ୍ ମଧ୍ୟ ଆମ୍ବ ପ୍ରଦାନ କରିଥାଏ। ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସ୍ୱାଦର ଏବଂ ଭିନ୍ନ ଭିନ୍ନ ପ୍ରକାରର ଆମ୍ବ ମିଳିଥାଏ। ଦେଶରେ ମିଳୁଥିବା ପ୍ରମୁଖ ୧୦ ପ୍ରକାର ଆମ୍ବ ସମ୍ପର୍କରେ ଜାଣନ୍ତୁ। 

ଦଶହରୀ ଆମ୍ବ: ଦେଶରେ ମିଳୁଥିବା ଆମ୍ବ ପ୍ରଜାତି ମଧ୍ୟରେ ଦଶହରୀ ଆମ୍ବ ସବୁଠାରୁ ପ୍ରସିଦ୍ଧ। କାରଣ ଏହି ଆମ୍ବର ସ୍ୱାଦ ବହୁତ ମିଠା। ଏହାର ରଙ୍ଗ ହାଲୁକା ହଳଦିଆ ଏବଂ ସବୁଜ ହୋଇଥାଏ। ହେଲେ ଏହାର ଶସ (ଫଳର ଯେଉଁ ଅଂଶକୁ ଖିଆଯାଏ)  ସମ୍ପୂର୍ଣ୍ଣ କମଳା ରଙ୍ଗର ହୋଇଥାଏ। ଏହାରେ ଚୋପା ଏବଂ ଟାକୁଆ ବହୁଳ ପତଳା ହୋଇଥାଏ। ଏହାର ସ୍ୱାଦ ବହୁତ ମିଠା ହୋଇଥାଏ।

ଲଙ୍ଗଡ଼ା ଆମ୍ବ: ଏହି ଆମ୍ବର ନାମ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଏ। ହେଲେ ଆପଣଙ୍କୁ କହିରଖୁଛୁ ଯେ, ଏହି ଗୋଲାକାର ଆମ୍ବ ଦେଖିବାକୁ ସବୁଜ ରଙ୍ଗର ହୋଇଥାଏ। ଲଙ୍ଗଡ଼ା ଆମ୍ବ ଅନ୍ୟ ଆମ୍ବ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଆମ୍ବ ବାହାର ଦେଖିବାକୁ ସମ୍ପୂର୍ଣ୍ଣ ସବୁଜ, ହେଲେ ଭିତରୁ ଏହା ବହୁତ ମିଠା ହୋଇଥାଏ।

ଆଲଫୋନସୋ ଆମ୍ବ: ଆଲଫୋନସୋ ପ୍ରଜାତିର ଆମ୍ବ, ରାଜା ଆମ୍ବ ଭାବରେ ଜଣାଶୁଣା। ଏହି ଆମ୍ବର ଉତ୍ପତ୍ତି ମହାରାଷ୍ଟ୍ର କୋଙ୍କଣ ଅଞ୍ଚଳରେ ହୋଇଥିଲା। ଆଲଫୋନସୋ ଆମ୍ବର ମୂଲ୍ୟ ବହୁତ ମହଙ୍ଗା। ଏହାର ରଙ୍ଗ ସମ୍ପୂର୍ଣ୍ଣ ହଳଦିଆ ଏବଂ ଏହା ଦେଖିବାକୁ ବହୁତ ସୁନ୍ଦର। ଆଲଫୋନସୋ ପ୍ରଜାତିର ଆମ୍ବର ସ୍ୱାଦ ଚିନି ଭଳି ମିଠା।

ଚୌସା ଆମ୍ବ: ଚୌସା ପ୍ରଜାତିର ଆମ୍ବ ବାହାର ଦେଖିବାକୁ ସବୁଜ ରଙ୍ଗର, ହେଲେ ଭିତରୁ ଏହାର ସ୍ୱାଦ ବହୁତ ମିଠା। ଏହି ଆମ୍ବର ଚୋପା ବହୁତ ନରମ ଏବଂ ଭିତରୁ ଏହା ଦେଖିବାକୁ ହାଲୁକା ହଳଦିଆ ରଙ୍ଗର ହୋଇଥାଏ।  ଆକାରରେ ଚୌସା ଆମ୍ବ ଦେଖିବାକୁ ବହୁତ ବଡ଼। ହେଲେ ଏହି ଆମ୍ବ ଖୁବ୍ କମ୍ ସମୟ ପାଇଁ ବଜାରକୁ ଆସିଥାଏ। 

ସଫେଦା ଆମ୍ବ: ଆକାରରେ ଛୋଟ ଏବଂ ଉଜ୍ଜ୍ୱଳ ହଳଦିଆ ରଙ୍ଗରେ ଦୃଶ୍ୟମାନ ହେଉଥିବା ସଫେଦା ଆମ୍ବ ଆନ୍ଧ୍ର ପ୍ରଦେଶରେ ଉତ୍ପାଦିତ ହୋଇଥାଏ। ଏହି ଆମ୍ବର ଚୋପା ବହୁତ ପତଳା ଏବଂ ଭିତରୁ ଏହା ବହୁତ ରସରେ ଭରି ହୋଇଥାଏ। ସଫେଦା ଆମ୍ବ ସାଧାରଣତଃ ଜୁସ୍ ବନାଇବାରେ ବ୍ୟବହୃତ ହୋଇଥାଏ।

ଗୁଲାବଖାସ ଆମ୍ବ: ଗୁଲାବଖାସ ଆମ୍ବ ଦେଖିବାକୁ ସମ୍ପୂର୍ଣ୍ଣ ରୂପେ ଗୋଲାକାର। ଏହାର ଉପର ଅଂଶ ଦେଖିବାକୁ ଗୋଲାପୀ ରଙ୍ଗର ହୋଇଥାଏ। ଏହି ଆମ୍ବ ପାକଳ ହେବା ପରେ ଏହାର ସ୍ୱାଦ ବହୁତ ମିଠା ହୋଇଥାଏ। ଗୁଲାବଖାସ ଆମ୍ବର ଉତ୍ପାଦନ ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଅଧିକ ପରିମାଣ ହୋଇଥାଏ।

ହିମସାଗର ଆମ୍ବ: ପଶ୍ଚିମବଙ୍ଗରେ ହିମସାଗର ଆମ୍ବ ଅଧିକ ପରିମାଣରେ ଉତ୍ପାଦିତ ହୋଇଥାଏ। ହିମସାଗର ଆମ୍ବ ଏହାର ସ୍ୱାଦ ଏବଂ ସୁଗନ୍ଧ ପାଇଁ ଜଣାଶୁଣା। ଏହି ଆମ୍ବର ଟାକୁଆ ବହୁତ ଛୋଟ ହୋଇଥାଏ। ହିମସାଗର ଆମ୍ବର ଭିତର ଅଂଶ ବହୁତ ମୋଟା ହୋଇଥାଏ। ଏହି ଆମ୍ବ ଭିତରେ ଆଦୌ ରସ ରହିନଥାଏ। 

ନୀଲମ୍ ଆମ୍ବ: ଉତ୍ତରପ୍ର ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ନୀଲମ ଆମ୍ବ ଚାଷ କରାଯାଇଥାଏ। ହେଲେ ଆନ୍ଧ୍ର ପ୍ରଦେଶରେ ଏହାର ସବୁଠାରୁ ଭଳ ପ୍ରଜାତିର ଚାଷ କରାଯାଇଥାଏ। ଏହି ଆମ୍ବ ଦେଖିବାକୁ ହାଲୁକା ହଳଦିଆ ରଙ୍ଗର ହୋଇଥାଏ। ନୀଲମ୍ ଆମ୍ବର ସ୍ୱାଦ ବହୁତ ବହୁତ ମିଠା ହୋଇଥାଏ।

ତୋତାପୁରୀ ଆମ୍ବ: ତୋତାପୁରୀ ଆମ୍ବ ଦକ୍ଷିଣ ଭାରତରେ ଚାଷ କରାଯାଇଥାଏ। ଏହି ଆମ୍ବ ଏହାର ତଳ ଭାଗରୁ ତୀକ୍ଷ୍ଣ ହୋଇଥିବା ବେଳେ, ଏହାର ଚୋପା ବହୁତ ମୋଟା ହୋଇଥାଏ। ହେଲେ ତୋତାପୁରୀ ଆମ୍ବ ବଜାରରେ ଖୁବ୍ କମ୍ ସମୟ ପାଇଁ ଉପଲବ୍ଧ ହୋଇଥାଏ। 

ଚୌସା ଆମ୍ବର ନାମ ଚୌସା କାହିଁକି ରଖାଗଲା? କଣ ରହିଛି ଏହା ପଛରେ କାହାଣୀ ତାହା ଜାଣନ୍ତୁ। ଚୌସା ଆମ୍ବର ନାମ ଚୌସା ରଖାଯିବା ପଛରେ ରହିଥିବା କାହାଣୀ ମୁସଲମାନ ଶାସକ ସହିତ ଜଡ଼ିତ ରହିଛି। ଦେଶରେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ଲୋକେ ସେମାନଙ୍କର ପ୍ରିୟ ପାନୀୟ ପାଇଁ ସେମାନଙ୍କର ପ୍ରିୟ ଫଳ କିଣୁଥିବାର ନଜର ଆସିଥାନ୍ତି। ଏହିକ୍ରମରେ ଯେଉଁମାନେ ଆମ୍ବକୁ ଭଲ ପାଇଥାନ୍ତି, ସେମାନେ ସମସ୍ତ ପ୍ରକାରର ଆମ୍ବକୁ ପସନ୍ଦ କରିବା ସହ ଆମ୍ବ କିଣୁଥିବାର ନଜର ଆସିଥାନ୍ତି। ଚୌସା ଆମ୍ବ ଏପରି ଏକ ପ୍ରକାରର ଆମ୍ବ ଯାହାକୁ ଦେଶରେ ବହୁତ ପସନ୍ଦ କରାଯାଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି, ଏହି ଆମ୍ବର ନାମ କିପରି ଚୌସା ରଖାଗଲା। 

ଶେର୍ ଶାହା ସୁରୀଙ୍କ ସହିତ ଜଡିତ କାହାଣୀ
ଚୌସା ଆମ୍ବକୁ ଦେଶର ଅନେକ ରାଜ୍ୟରେ ଲୋକ ଖାଇଥାନ୍ତି। ଯଦିଓ ଏହାର ଯୋଗାଣ ଦେଶର ଅନେକ ରାଜ୍ୟରୁ ହୋଇଥାଏ। ଏହି ଆମ୍ବର ସ୍ୱାଦ ଅନ୍ୟ ଆମ୍ବ ଅପେକ୍ଷା ଅଲଗା ହୋଇଥାଏ। ସେଥିପାଇଁ ଲୋକେ ଏହାକୁ ବହୁତ ଉତ୍ସାହର ସହ ଖାଇଥାନ୍ତି। ଏହି ଆମ୍ବର ନାମ ପଛରେ ରହିଥିବା କାହାଣୀ ମଧ୍ୟ ଆଶ୍ଚର୍ଯ୍ୟଜନକ। ଏହାର ନାମର କାହାଣୀ ମୁସଲମାନ ଶାସକ ଶେର ଶାହ ସୁରୀଙ୍କ ସହିତ ଜଡିତ। ଶେର୍ ଶାହା ସୁରୀ ତାଙ୍କର ଏକ ପ୍ରିୟ ଆମ୍ବକୁ ଚୌସା ନାମରେ ନାମିତ କରିଥିଲେ।

ଯୁଦ୍ଧରେ ମୋଗଲ ଶାସକ ହୁମାୟୁଁ ପରାସ୍ତ କରିଥିଲେ ଶେର ଶାହ ସୁରୀ  
ଯଦି ଆମେ ଇତିହାସକୁ ଫେରିଯିବା ତାହେଲେ ଜାଣିବାକୁ ପାଇବା ଯେ, ୧୫୩୯ ମସିହାରେ ବିହାରର ଚୌସା ଠାରେ ମୋଗଲ ଶାସକ ହୁମାୟୁଁ ଏବଂ ଶେର ଶାହ ସୁରୀଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ସୁରୀ ହୁମାୟୁଁଙ୍କୁ ପରାସ୍ତ କରିଥିଲେ। ଯୁଦ୍ଧରେ ବିଜୟୀ ହେବା ପରେ ଉତ୍ସାହିତ ହୋଇଉଠିଥିବା ଶେର ଶାହ ସୁରୀ ତାଙ୍କର ପ୍ରିୟ ଆମ୍ବକୁ ଚୌସା ନାମରେ ନାମିତ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୌସା ଯୁଦ୍ଧ ପର ଠାରୁ  ଶେର ଶାହ ସୁରୀଙ୍କ ପ୍ରିୟ ଆମ୍ବ ଚୌସା ନାମରେ ନାମିତ ହୋଇଥିଲା। ସେହି ଦିନଠାରୁ ଏହି ଆମ୍ବ ଆଜି ମଧ୍ୟ ଚୌସା ନାମରେ ଜଣାଶୁଣା। ଚୌସା ଆମ୍ବର ଏକ ବିଶେଷତ୍ୱ ରହିଛି। ତାହା ​​ହେଉଛି ଯେ ଯେତେବେଳେ ବଜାରରେ ଅନ୍ୟ ଆମ୍ବର ଆଗମନ କମିଯାଏ, ସେତେବେଳେ ଚୌସା ଆମ୍ବ ଆସିଥାଏ। ଚୌସା ଆମ୍ବ ଜୁଲାଇ ମାସ ଅଧା ହେବା ବଳକୁ ମଧ୍ୟ ଆସିଥାଏ। ଏହି ଆମ୍ବ ମୁଖ୍ୟତଃ ଭାରତ ଏବଂ ପାକିସ୍ଥାନ ଆଦି ଦେଶ ଦ୍ୱୟରେ ଚାଷ କରାଯାଏ। କେବଳ ଏତିକି ନୁହେଁ ଉଭୟ ଦେଶ ମଧ୍ୟ ଏହାକୁ ବହୁ ପରିମାଣରେ ରପ୍ତାନୀ କରିଥାନ୍ତି।