Superstition Cross All Limit: ସୀମା ଟପିଲା ଅନ୍ଧବିଶ୍ୱାସ, ଚିକିତ୍ସା ବେଳେ ପ୍ରାଣ ହରାଇଲା ୩ ମାସର ଶିଶୁ
Advertisement

Superstition Cross All Limit: ସୀମା ଟପିଲା ଅନ୍ଧବିଶ୍ୱାସ, ଚିକିତ୍ସା ବେଳେ ପ୍ରାଣ ହରାଇଲା ୩ ମାସର ଶିଶୁ

Madhya Pradesh Child Death:  ମଧ୍ୟ ପ୍ରଦେଶ ଶହଡୋଲ ଜିଲ୍ଲାର ସିଂହପୁର କାଠୌତିଆ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୩ ମାସର ନିରୀହ ଶିଶୁକନ୍ୟାକୁ ଗରମ ଚେଙ୍କ ଦେବା କାରଣରୁ ତାହାର ମୃତ୍ୟୁ ହୋଇଥିଲା।

Superstition Cross All Limit: ସୀମା ଟପିଲା ଅନ୍ଧବିଶ୍ୱାସ, ଚିକିତ୍ସା ବେଳେ ପ୍ରାଣ ହରାଇଲା ୩ ମାସର ଶିଶୁ

Superstition Took The Life Of Three Month Old Baby: ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧ ବିଶ୍ୱାସ କବଳରୁ ମୁକ୍ତି ପାଇ ପାରୁନାହିଁ ସଭ୍ୟ ଏବଂ ସୁଶିକ୍ଷିତ ମଣିଷ। 
ଅନ୍ଧ ବିଶ୍ୱାସ ସହ ଜଡ଼ିତ ବିଭିନ୍ନ ପ୍ରକାର ଯନ୍ତ୍ରଣା ଦାୟକ ଘଟଣା ଏବେ ସାମ୍ନାକୁ ଆସୁଛି। ଏପରିକି ଅନ୍ଧ ବିଶ୍ୱାସ କାରଣକୁ ଅନେକ ଲୋକ ସେମାନଙ୍କର ଜୀବନ ମଧ୍ୟ ହରାଉଛନ୍ତି।  

ସଦ୍ୟ ମଧ୍ୟ ପ୍ରଦେଶ ଶହଡୋଲ ଜିଲ୍ଲାର ସିଂହପୁର କାଠୌତିଆ ଅଞ୍ଚଳରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୩ ମାସର ନିରୀହ ଶିଶୁକନ୍ୟାକୁ ୫୧ ଥର ଗରମ ଲୁହାରେ ଚେଙ୍କ ଦିଆଯାଇଛି। ଚେଙ୍କ କାରଣରୁ ଶିଶୁ କନ୍ୟା ଏତେ ଗୁରୁତର ଆହତ ହୋଇଥିଲା ଯେ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ତାହାର ମୃତ୍ୟୁ ହୋଇଥିଲା।

ଆଜି ମଧ୍ୟ ଆଦିବାସୀ ଗ୍ରାମୀଣ କ୍ଷେତ୍ରରେ ଲୋକ ଅନ୍ଧ ବିଶ୍ୱାସରେ ବିଶ୍ୱାସ କରୁଛନ୍ତି। କୌଣସି ରୋଗରେ ଆକ୍ରାନ୍ତ ହେଲେ ସେମାନେ ଡାକ୍ତରୀ ଚିକିତ୍ସା ବଦଳରେ ଝଡ଼ା ଫୁଙ୍କା କରୁଛନ୍ତି। ଉପରୋକ୍ତ ଘଟଣା ମଧ୍ୟ ଅନ୍ଧବିଶ୍ୱାସ ସହିତ ଜଡିତ।ଯେଉଁ କାରଣରୁ ଏକ ୩ ମାସର ନିରୀହ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।

ତିନି ମାସର ଏହି ଶିଶୁ କନ୍ୟାର ନିମୋନିଆ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ରହିଥିଲା। ଏଭଳି ପରିସ୍ଥିତିରେ ତାହାର ପରିବାର ସଦସ୍ୟ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ ଦେଖାଇ ଡାକ୍ତରଖାନା ଯିବା ପାଇଁ ଉଚିତ୍ ମନେ କଲେ ନାହିଁ। 

ସେମାନେ ଝଡ଼ା ଫୁଙ୍କା ସାହାରା ନେଇଥିଲେ। ସେହି ୩ ମାସର ନିରୀହ ଶିଶୁକନ୍ୟାକୁ ୫୧ ଥର ଗରମ ଲୁହାରେ ଚେଙ୍କ ଦିଆଯାଇଥିଲା। ତାହାର ଅବସ୍ଥା ବିଗିଡିଯିବା ପରେ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ମେଡିକାଲ ହସ୍ପିଟାଲ ଶାହଡୋଲ ଠାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସେହି ଶିଶୁ କନ୍ୟାର ମୃତ୍ୟୁ ହୋଇଛି।

ଏପରି ଭାବରେ ଛୋଟ ପିଲାଙ୍କ ଶରୀରରେ ଚେଙ୍କ ଦେବା ଗ୍ରାମୀଣ-ଆଦିବାସୀ ଅଞ୍ଚଳରେ ଡୋମ କୁହାଯାଏ। ଯାହା ଏକ ଅନ୍ଧବିଶ୍ୱାସ। ଯେଉଁଥିରେ ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଯଦି ଶିଶୁର କୌଣସି ରୋଗ ଥାଏ, ତାହେଲେ ଗରମ ଚେଙ୍କ ଦେଲେ ରୋଗ ଦୂର ହୋଇଯାଏ। ଶାହଡୋଲ, ବଡୱାନି, ଅଲ୍ଲୀରାଜପୁର, ହରସୁଦ, ଖାଲୱା, ଶ୍ୟୋପୁର ଜିଲ୍ଲା ଡାକ୍ତରଖାନାରେ ମଧ୍ୟ ଏପରି ଅନେକ ଘଟଣା ସାରିଛି। ଗରମ ଚେଙ୍କ ଦେବା କାରଣରୁ ବିଭିନ୍ନ ସମୟରେ ଛୋଟ ପିଲାଙ୍କ ବିପଦ ମୁହଁକୁ ଠେଲି ହୋଇଯାଇଛି। ହେଲେ ଏପରି ଅନ୍ଧବିଶ୍ୱାସ ବନ୍ଦ ହେବାର ନାଁ ଧରୁନାହିଁ।