LPG Price: ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର
Advertisement

LPG Price: ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

LPG Price 1 April 2023: ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏଥିରେ କୌଣସି ପରିବର୍ତ୍ତନ ଘଟି ନାହିଁ । 

LPG Price: ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

LPG Price 1 April 2023: ଆର୍ଥିକ ବର୍ଷର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ସାମାନ୍ୟ ରିହାତି ମିଳିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ (Commercial Cylinders Price) ରେ ୯୨ ଟଙ୍କା ହ୍ରାସ କରିଛନ୍ତି । ଆଜି (ଶନିବାର) ଅର୍ଥାତ ଏପ୍ରିଲ ୧, ୨୦୨୩ ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ବ୍ୟବସାୟିକ ସିଲିଣ୍ଡର ଦରରେ ୯୨ ଟଙ୍କା ହ୍ରାସ ଘଟିଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡର ଦର (Domestic Cylinder Price) ସ୍ଥିର ରହିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ଦରରେ ୯୨ ଟଙ୍କାର ହ୍ରାସ ଘଟିଛି । ସେପଟେ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ ।  

ଏଠାରେ କହି ରଖୁଛୁ ଯେ, ଗତ ମାସ ଅର୍ଥାତ ମାର୍ଚ୍ଚ ୧ରେ ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡରର ନୂଆ ଦର ୨,୦୨୮ ଟଙ୍କାରେ ମିଳିବ । ଗତ ମାସରେ ଏହି ଦର ୨୧୨୦ ଟଙ୍କା ଥିଲା । ସେହିପରି କୋଲକାତାରେ ୨୧୩୨ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ଯାହା ପୂର୍ବେ ୨୨୨୩ ଟଙ୍କାରେ ମିଳୁଥିଲା । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୯୮୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୨୦୭୧.୫୦ ଟଙ୍କା ଥିଲା । ସେହିପରି ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୧୯୨.୫୦ ଟଙ୍କାରେ ମିଳିବ । ପୂର୍ବେ ଯାହା ୨୨୬୮ ଟଙ୍କାର ଦରରେ ମିଳୁଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ହ୍ରାସ ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୨୨୧.୫୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୨୧୩୨ ଟଙ୍କା ଦରରେ ମିଳିବ । ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । 

ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ  ୧,୧୨୯ ଟଙ୍କାରେ ମିଳୁଛି । ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ରହିଛି । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ଅଛି ।  ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳୁଛି । ସୂଚନାଯୋଗ୍ୟ, ଏହା ପୂର୍ବେ ଗତବର୍ଷ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-୭ କୋଟି ଲୋକଙ୍କ ପାଇଁ ଖୁସି ଖବର, ସରକାର ବଢ଼ାଇଲେ PF ସୁଧ ହାର

ଅଧିକ ପଢ଼ନ୍ତୁ:-ରାସ୍ତା ଉପରେ ଜଳିଗଲା ବସ୍; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୯ ଗୁରୁତର

ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା ହୋଇଛି ।