LPG Cylinder Price: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
Advertisement

LPG Cylinder Price: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

LPG Price 1 May 2023: ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏଥିରେ କୌଣସି ପରିବର୍ତ୍ତନ ଘଟି ନାହିଁ । 

LPG Cylinder Price: ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

LPG Price 1 May 2023: ଶ୍ରମିକ ଦିବସ ଅର୍ଥାତ ମେ ୧ରେ ସାଧାରଣ ଜନତାଙ୍କୁ ବଡ଼ ରିହାତି ମିଳିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ (Commercial Cylinders Price) ରେ ୧୭୧.୫୦ ଟଙ୍କା ହ୍ରାସ କରିଛନ୍ତି । ଆଜି (ସୋମବାର) ଅର୍ଥାତ ମାର୍ଚ୍ଚ ୧, ୨୦୨୩ ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ବ୍ୟବସାୟିକ ସିଲିଣ୍ଡର ଦରରେ ୧୭୧.୫୦ ଟଙ୍କା ହ୍ରାସ ଘଟିଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡର ଦର (Domestic Cylinder Price) ସ୍ଥିର ରହିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ଦରରେ ୧୭୧.୫୦ ଟଙ୍କାର ହ୍ରାସ ଘଟିଛି । ସେପଟେ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ ।  

ସେପଟେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ Domestic Cylinders Price) ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ବାସ୍ତବରେ ଚଳିତ ମାସରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି । ଗତ ମାସରେ ଦେଶର ସମସ୍ତ ଚାରୋଟି ମେଟ୍ରୋର ଲୋକମାନେ ଦେଇଥିବା ମୂଲ୍ୟକୁ ମେ ମାସ ମାସରେ ମଧ୍ୟ ଦେବାକୁ ପଡ଼ିବ । ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଶେଷ ପରିବର୍ତ୍ତନ ମାର୍ଚ୍ଚ ମାସରେ ହୋଇଥିଲା । ସେତେବେଳେ ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ମୂଲ୍ୟରେ ୫୦  ଟଙ୍କା ବୃଦ୍ଧି କରିଥିଲେ । ଅନ୍ୟପକ୍ଷରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଛି । କ୍ରମାଗତ ଦ୍ୱିତୀୟ ମାସ ହେଉଛି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ।

ଏଠାରେ କହି ରଖୁଛୁ ଯେ, ଗତ ମାର୍ଚ୍ଚ ୧ରେ ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ନୂଆ ଦର ୧୮୫୬.୫୦ ଟଙ୍କାରେ ମିଳିବ । ଗତ ମାସରେ ଏହି ଦର ୨,୦୨୮ ଟଙ୍କା ଥିଲା । ସେହିପରି କୋଲକାତାରେ ୧୯୬୦.୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ଯାହା ପୂର୍ବେ ୨୧୩୨  ଟଙ୍କାରେ ମିଳୁଥିଲା । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୦୮.୫୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୧୯୮୦ ଟଙ୍କା ଥିଲା । ସେହିପରି ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୦୨୧.୫୦ ଟଙ୍କାରେ ମିଳିବ । ପୂର୍ବେ ଯାହା ୨୧୯୨.୫୦ ଟଙ୍କାର ଦରରେ ମିଳୁଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ହ୍ରାସ ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୧୩୨ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୯୬୦.୫୦ ଟଙ୍କା ଦରରେ ମିଳିବ ।

fallback

ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ  ୧,୧୨୯ ଟଙ୍କାରେ ମିଳୁଛି । ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ରହିଛି । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ଅଛି ।  ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳୁଛି । 

ସୂଚନାଯୋଗ୍ୟ, ଏହା ପୂର୍ବେ ଗତବର୍ଷ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା ହୋଇଛି । 

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!

ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ

ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା