Odisha Latest News Today: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ: ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଡିଛି ୬୧% ଭୋଟ୍, ପଢ଼ନ୍ତୁ ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2222978

Odisha Latest News Today: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ: ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଡିଛି ୬୧% ଭୋଟ୍, ପଢ଼ନ୍ତୁ ଆଉ କିଛି ବଡ଼ ଖବର

Odisha Latest News Today: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

Breaking news and updates
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

26 April 2024
23:49 PM

ରନ୍ ବର୍ଷା ମୁକାବିଲାରେ ବାଜି ମାରିନେଲା ପଞ୍ଜାବ
ଅପ୍ରେଲ ୨୬ ତାରିଖ ଶୁକ୍ରବାର କୋଲକାତା ସ୍ଥିତ ଇଡେନ ଗାର୍ଡେନ ଠାରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯାଇଥିବା ୪୨ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା। ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ୨ ୱିକେଟ ହରାଇ ଏବଂ ଆହୁରି ୮ ବଲ୍ ବାକି ଥାଇ ହାସଲ କରିନେଇଥିଲା। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପଞ୍ଜାବ ଟିମ୍ ୮ ୱିକେଟ୍ ରେ କୋଲକାତାସ ଦଳକୁ ପରାସ୍ତ କରିଛି।  
ପଢନ୍ତୁ ସମ୍ପୂର୍ଣ୍ଣ ଖବର

 

22:25 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  
ପଢନ୍ତୁ ସମ୍ପୂର୍ଣ୍ଣ ଖବର

22:22 PM

 

ଏଣିକି ଯାତ୍ରୀଙ୍କୁ ୧ ଲିଟର ନୁହେଁ ୫୦୦ ଏମଏଲ ପାଣି ବୋତଲ ଦେବ ରେଳବାଇ; ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି
ଯଦି ଆପଣ ରାଜଧାନୀ, ଶତାବ୍ଦୀ, ବନ୍ଦେ ଭାରତ ଏକ୍ସପ୍ରେସ ପରି ପ୍ରିମିୟମ ଟ୍ରେନ ଯୋଗେ ଯାତ୍ରା କରୁଥାନ୍ତି, ତାହେଲେ ଯାତ୍ରା ସମୟରେ ଆପଣଙ୍କୁ ପାଣି ବୋତଲ ଯୋଗାଇ ଦେଇଥାଏ ରେଳବାଇ। ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭ କରିବା ମାତ୍ରେ ୧ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଇଥାଏ। ହେଲେ ବର୍ତ୍ତମାନ ରେଳବାଇ ଏହାର ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ବନ୍ଦେ ଭାରତ  ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ କେବଳ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯିବ।
ପଢନ୍ତୁ ପୁରା ଖବର

19:57 PM

ପୋଲିସ ଜାଲରେ 'ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍'; ଜାଣନ୍ତୁ ପୁରା ଘଟଣାକ୍ରମ
ଦିଲ୍ଲୀ ପୋଲିସ ଜାଲରେ ଧରା ପଡ଼ିଛନ୍ତି 'ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍'। ଉଭୟେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ଷ୍ଟଣ୍ଟ କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଉଭୟଙ୍କୁ ଉଠାଇ ନେଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ସ୍ଥିତ ଦ୍ୱାରକା ଅଞ୍ଚଳରେ ଜଣେ ଯୁବକ ଏବଂ ଅନ୍ୟ ଜମେ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଉଭୟେ ସୁପରହିଟ୍ ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍ ୱମ୍ୟାନ୍ ପୋଷାକ ପିନ୍ଧିଥିଲେ। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଉଭୟେ ରାସ୍ତାରେ ବାଇକ ଚଳାଇବା ବେଳେ ଷ୍ଟଣ୍ଟ କରୁଥିଲେ। 
ପଢନ୍ତୁ ପୁରା ଖବର

18:34 PM

Brij Bhushan Sharan Singh News: ବିଜେପି ସାଂସଦ ତଥା ପୂର୍ବତନ ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ସିଂଙ୍କ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାର ଅଧିକ ଯାଞ୍ଚ ଓ ଜଣେ ପ୍ରଶିକ୍ଷକଙ୍କ କଲ୍ ସବିଶେଷ ରେକର୍ଡ ଦେବା ପାଇଁ କରିଥିବା ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଘଟଣା ଦିନ ସେ ଭାରତରେ ନଥିଲେ ବୋଲି ବ୍ରିଜ ଭୂଷଣ ସିଂ ଦାବି କରିଥିଲେ।

18:28 PM

ଜେଲ୍ ରେ ବନ୍ଦ ରହିଥିବା ଆପ୍ ନେତା କରିପାରିବେ କି ମତଦାନ? କ'ଣ କହୁଛି ଆଇନ
୨୦୨୪ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ମତଦାନ। ଏହି କ୍ରମରେ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ତାଙ୍କ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ପୂର୍ବତନ ଝାଡ଼ଖଣ୍ଡ ମୁ୍ଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନେକ ବିରୋଧି ଦଳ ନେତା ମଧ୍ୟ ଜେଲ୍ ରେ ଅଛନ୍ତି। ଏବେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ସେମାନେ ଜେଲ୍ ରୁ ଭୋଟ୍ ଦେଇ ପାରିବେ କି? 
ପଢନ୍ତୁ ପୁରା ଖବର

18:08 PM

India Elections 2024 Live Updates: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୬୧ ପ୍ରତିଶତ ମତଦାନ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ତ୍ରିପୁରାରେ ସର୍ବାଧିକ ମତଦାନ ୭୬.୨ ପ୍ରତିଶତ ରେକର୍ଡ କରାଯାଇଥିଲା। ଏହା ପରେ ମଣିପୁରରେ ୭୬.୧ ମତଦାନ ହୋଇଥିଲା। ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛତିଶଗଡରେ ୭୨.୧ ପ୍ରତିଶତ ମତଦାନ ହୋଇଥିଲା। ପଶ୍ଚିମବଙ୍ଗ ଓ ଆସାମରେ ୭୦ ପ୍ରତିଶତରୁ ଅଧିକ ଭୋଟ୍ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ହୋଇଥିଲା। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି (୨୬ ଏପ୍ରିଲ) ୧୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

18:00 PM

ଚଢାଉ ବେଳେ ସନ୍ଦେଶଖାଲି ଅଞ୍ଚଳରେ ସିବିଆଇ ପାଇଲା ଏପରି ଜିନିଷ 
ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (ସିବିଆଇ) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଚଢାଉ ଜାରିରଖିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଶୁକ୍ରବାର ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା। ଚଢାଉ କରିବା ସମୟରେ ସିବିଆଇ ବିଦେଶୀ ପିସ୍ତଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲା। ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି।
ପଢନ୍ତୁ ପୁରା ଖବର

17:44 PM

WhatsApp to Delhi High court: ଭାରତରେ ନିଜର ସେବା ବନ୍ଦ କରିବାକୁ ହ୍ୱାଟସ୍ ଆପ୍ ଚେତାବନୀ ଦେଇଛି। ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକ ମାମଲାରେ କମ୍ଫାନୀ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ତାଙ୍କୁ ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ, ତେବେ ଭାରତରେ ଏହାର ସେବା ବନ୍ଦ କରିବ। ପଢ଼ନ୍ତୁ ପୂରା ଖବର....

 

17:17 PM

India Elections 2024 Live Updates: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୫୦.୯୩% ମତଦାନ ହୋଇଛି। ଅପରାହ୍ନ ୩ ଟା ପର୍ଯ୍ୟନ୍ତ ତ୍ରିପୁରାରେ ସର୍ବାଧିକ ମତଦାନ ୬୮.୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ଏହା ପରେ ମଣିପୁରରେ ୬୮.୫ ମତଦାନ ହୋଇଛି। ଏହା ପରେ ଛତିଶଗଡ ରହିଛି, ଯେଉଁଠାରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୬୩.୯ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗ ଓ ଆସାମରେ ୬୦ ରୁ ଅଧିକ ପ୍ରତିଶତ ମତଦନା ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଛି। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି (୨୬ ଏପ୍ରିଲ) ୧୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

17:09 PM

Odisha BJP on Naveen Pataink: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ଏଥର ଦୁଇଟି ଆସନରୁ କାହିଁକି ଲଢ଼ୁଛନ୍ତି? ଏହାକୁ ନେଇ ରାଜ୍ୟ ବିଜେପି ଏକ ନୂଆ ସମୀକରଣ ସାମ୍ନାକୁ ଆଣିଛ। ଦଳର ଦୁଇନମ୍ବର ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କୁ ଗୋଟିଏ ଆସନ ଦେଇ ପଛଦ୍ୱାରରେ ତାଙ୍କୁ କ୍ଷମତା ଦେବା ଲାଗି ନବୀନ ଏହି ଯୋଜନା କରିଛନ୍ତି ବୋଲି ଅଭିଯୋଗ କରିଛି। ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ପଢ଼ନ୍ତୁ ପୂରା ଖବର...

16:46 PM

Odisha Election 2024: ବିଜେପି ନେତା ସମୀର ମହାନ୍ତିଙ୍କ ସୂଚନା ଅନୁସାରେ ୨୮ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବୋ। ସେ ବ୍ରହ୍ମପୁରଠାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେବେ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ମେ’ ୧୩ ତାରିଖରେ ବ୍ରହ୍ମପୁର ସମେତ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ ହେଉଥିବାରୁ ଜେପିଙ୍କ ଗସ୍ତ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।

16:12 PM

ବିଜେପି ପାଖରୁ ପୁରୁଣା ଗଡ଼ ଫେରି ପାଇବ କି ସମାଜବାଦୀ ପାର୍ଟି?
୨୦୨୪  ଲୋକସଭା ନିର୍ବାଚନରେ ଦଳର ପାରମ୍ପରିକ ଗଡ ଫେରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ଅଖିଳେଶ ଯାଦବ। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା କନ୍ନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ୨୦୦୦ ମସିହାରେ କନ୍ନୌଜ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସାଂସଦ ହେବା ସହ  ନିଜର ଗାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଅଖିଳେଶ ଯାଦବ। ଏବେ ପୁଣି ଥରେ ୨୪ ବର୍ଷ ପରେ ଦଳର ସେହି ପାରମ୍ପରିକ ଗଡ଼ ଫେରି ପାଇବାକୁ ଅଖିଳେଶ ଯାଦବ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ସଂସଦୀୟ କ୍ଷେତ୍ରର ରାଜନୈତିକ ସମୀକରଣ ଅନୁସନ୍ଧାନ କରିବା ପରେ ଅଖିଳେଶ ଯାଦବ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ହେଲେ ପ୍ରଶ୍ନ ଉଠୁଛି କ'ଣ ଏଥର ତାଙ୍କର ପରୀକ୍ଷଣ ସଫଳ ହେବ?
ପଢନ୍ତୁ ପୁରା ଖବର

16:08 PM

2019 Odagaon double murder case: ବହୁଚର୍ଚ୍ଚିତ ଏହି ମାମଲାରେ ୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରିନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପଢ଼ନ୍ତୁ ପୂରା ଖବର...

 

15:36 PM

VK Pandian Helicopter: ନବରଙ୍ଗପୁରକୁ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବିଜେଡିର ହାଇପ୍ରୋଫାଇଲ୍‍ ନେତା ତଥା ଦ୍ୱିତୀୟ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ପଢ଼ନ୍ତୁ ପୂରା ଖବର..

15:16 PM

PM Modi On EVM-VVPAT Case: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ଦାବିକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ (୨୬ ଏପ୍ରିଲ୍) ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ସଞ୍ଜିବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ମଧ୍ୟ ନିର୍ବାଚନରେ ​​ମତଦାନ କାଗଜକୁ ଫେରିଯିବାକୁ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଏହି ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିଛନ୍ତି।

14:47 PM

Supreme Court on EVM-VVPAT cross-verification: ଇଲେକ୍ଟ୍ରିକ୍ ଭୋଟିଂ ମେସିନରୁ ଭୋଟ୍ ଦେବା ପରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ VVPAT ସ୍ଲିପକୁ ମେଳ କରିବା ଦାବି ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତି ନିର୍ବାଚନ ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କୁ ବହୁତ ଆରାମ ଦେଇଛି।