Countries Without Military Force: ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା
Advertisement
Article Detail0/zeeodisha/odisha1429889

Countries Without Military Force: ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

Countries Without Military Force: ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ କିଛି ଏପରି ଦେଶ ରହିଛି ଯେଉମାନଙ୍କ ପାଖରେ କୌଣସି ନିଜସ୍ବ ସେନା ନାହିଁ । ଅନ୍ୟଦେଶର ସେନା ଏହି ଦେଶଗୁଡିକର ସୁରକ୍ଷା ଦାୟିତ୍ବ ନିର୍ବାହ କରନ୍ତି । ତେବେ ଆସନ୍ତୁ ଏସବୁ ଦେଶ ବିଷୟରେ ଜାଣିବା...

Countries Without Military Force: ଏସବୁ ଦେଶ ପାଖରେ ନାହିଁ କୌଣସି ସେନା, ଜାଣନ୍ତୁ କିପରି କରନ୍ତି ସେମାନଙ୍କ ସୀମାର ସୁରକ୍ଷା

Without Armed Forces Country: ସାରା ଦୁଆରରେ ବିଭିନ୍ନ ଦେଶ ପାଖରେ ରହିଛି ନିଜସ୍ୱ ସେନା (Army) । ସେନା ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଗୋଟିଏ ପଟେ ପୋଲିସ (Police) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ ହୋଇଥାଏ । ଅନ୍ୟପକ୍ଷେ ସେନା ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିଥାଏ । ତେଣୁ ସେନା (Military Force) ଦେଶର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ କିଛି ଏପରି ଦେଶ ରହିଛି ଯେଉମାନଙ୍କ ପାଖରେ କୌଣସି ନିଜସ୍ବ ସେନା (Soldiers) ନାହିଁ । ଅନ୍ୟଦେଶର ସେନା ଏହି ଦେଶଗୁଡିକର ସୁରକ୍ଷା ଦାୟିତ୍ବ ନିର୍ବାହ କରନ୍ତି ।

ନିମ୍ନ ଲିଖିତ ଦେଶଗୁଡିକ ପାଖରେ ନାହିଁ କୌଣସି ସେନା: (Countries Without Military Force)

ଭାଟିକାନ ସିଟି (Vatican City): ବିଶ୍ବର ସବୁଠାରୁ କ୍ଷୁଦ୍ରତମ ଦେଶ ହେଉଛି ଭାଟିକାନ ସିଟି । ଏଠାରେ ପ୍ରଥମେ ନୋବେଲ ଗାର୍ଡଙ୍କ ଉପସ୍ଥିତି ଥିଲା, କିନ୍ତୁ ୧୯୭୦ରେ ଏହି ସଂସ୍ଥାକୁ ଭାଙ୍ଗି ଦିଆଯାଇଥିଲା । ଏହି ଦେଶର ସୁରକ୍ଷା ଇଟୀଲୀର ସେନା (Italian Army) କରନ୍ତି ।

ମୋନାକୋ (monaco): ଏହି ଦେଶ ପାଖରେ ସପ୍ତଦଶ ଶତାବ୍ଦୀରୁ କୌଣସି ସେନା (Army) ନାହିଁ । ଏଠାରେ ଛୋଟ ଛୋଟ ଦୁଇ ଗୋଷ୍ଠୀର ସେନା ଦଳ ରହିଛି । ଗୋଟିଏ ଗୋଷ୍ଠୀ ରାଜକୁମାରଙ୍କ ସୁରକ୍ଷା ଦାୟିତ୍ବରେ ସଦାବେଳେ ରହେ ଓ ଅନ୍ୟଟି ପ୍ରଜାଙ୍କ ସୁରକ୍ଷା ପାଇଁ ରହିଛି । ଫ୍ରାନ୍ସର ସେନା (France Army) ଏହି ଦେଶର ସୀମାର ସୁରକ୍ଷା କରନ୍ତି ।

ମୋରିସିୟସ (Mauritius): ଏକ ବହୁ ସଂସ୍କୃତିର ଦେଶ ହେଉଛି ମୋରିସିୟସ। ଏଠାରେ ମଧ୍ୟ ୧୯୬୮ରୁ କୌଣସି ସେନା (Army) ନାହିଁ । ଏହି ଦେଶରେ କେବଳ ୧୦,୦୦୦ ପୋଲିସ କର୍ମା ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଏହି ପୋଲିସ କର୍ମୀ ଆଭ୍ୟନ୍ତରୀଣ ସହ ବାହ୍ୟ ସୁରକ୍ଷାର ଦାୟିଦ୍ବ ନିର୍ବାହ କରନ୍ତି ।

ଆଇସଲ୍ୟାଣ୍ଡ (Iceland): .ୟୁରୋପିୟ ମହାଦେଶର ସବୁଠାରୁ ବଡ ଦ୍ବୀପ ହେଉଛି ଆଇସଲ୍ୟାଣ୍ଡ । ଏହି ଦେଶ ପାଖରେ ୧୮୬୯ରୁ କୌଣସି ସେନା ନାହିଁ । ଏହି ଦେଶ ନାଟୋର ସଦସ୍ୟ ଓ ଆମେରିକା ଏହାର ସୁରକ୍ଷା ଦାୟିତ୍ବ ନିର୍ବାହ କରେ ।

ଅଧିକ ପଢ଼ନ୍ତୁ:-ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

ଅଧିକ ପଢ଼ନ୍ତୁ:-କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ

ଅଧିକ ପଢ଼ନ୍ତୁ:-ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ

 

କୋଷ୍ଟା ରିକା (Costa Rica): ମଧ୍ୟ ଆମେରିକାର ଦେଶ କୋଷ୍ଟା ରିକା ପାଖରେ ୧୯୪୮ରୁ କୌଣସି ସେନା ନାହିଁ । ୧୯୪୮ରେ ଦେଶରେ ଭୟଙ୍କର ଗୃହଯୁଦ୍ଧ ହୋଇଥିଲା । ଯାହା ପରେ ଏହି ଦେଶ ନିଜ ସେନାକୁ ସମାପ୍ତ କରି ଦେଇଥିଲା । ଏଠାରେ ଆନ୍ତରିକ ମାମଲାର ସମାଧାନ ପାଇଁ କେବଳ ପୋଲିସ ରହିଛି ।