ମୁଖ୍ୟମନ୍ତ୍ରୀଙ୍କୁ ଏଣିକି ହରଡ଼ଘଣାରେ ପକାଇ ପାରନ୍ତି ଉପରାଜ୍ୟପାଳ
Advertisement
Article Detail0/zeeodisha/odisha1273446

ମୁଖ୍ୟମନ୍ତ୍ରୀଙ୍କୁ ଏଣିକି ହରଡ଼ଘଣାରେ ପକାଇ ପାରନ୍ତି ଉପରାଜ୍ୟପାଳ

ବର୍ତ୍ତମାନ ଉପରାଜ୍ୟପାଳ ଏ ବାବଦରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେ ମୁଖ୍ୟ ଶାସନ ସଚିବଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ସୂଚନାନୁସାରେ, ଓକିଲ, ଆଇନଜୀବୀ ତଥା ବିଶିଷ୍ଟ ନାଗରିକଙ୍କ ଏକ ସଂଗଠନରୁ ଏହି ଅଭିଯୋଗ ଗ୍ରହଣ କରାଯାଇଛି, ଯାହା ଉପରେ ଏଲଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ନୂତନ ଏକ୍ସାଇଜ୍ ନୀତି ସମ୍ପର୍କରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ତଦନ୍ତର ସୁପାରିଶ ପରେ ବର୍ତ୍ତମାନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଲାଇସେନ୍ସ ବଣ୍ଟନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଏଣିକି ହରଡ଼ଘଣାରେ ପକାଇ ପାରନ୍ତି ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ 'ସରାବ ନୀତି'କୁ (Excise Law) ନେଇ କେଜ୍ରିୱାଲ ସରକାରଙ୍କ (Kejriwal Government) ପାଇଁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କେଜ୍ରିୱାଲ (Arvind Kejriwal) ସରକାରଙ୍କ ବିରୋଧରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏଲଜି ବିନୟ ସାକ୍ସେନା (Vinay Saxena)। ଦୁଇ ସପ୍ତାହ ମଧ୍ୟରେ ସେ ମୁଖ୍ୟ ଶାସନ ସଚିବଙ୍କ ତଦନ୍ତ ରିପୋର୍ଟ ପାଇଁ କହିଛନ୍ତି। ଉପରାଜ୍ୟପାଳଙ୍କ ଏହି ଅନୁସନ୍ଧାନ ଆଦେଶ ମଧ୍ୟ ନୂତନ ସରାବ ନୀତିକୁ (Excise Law) ନେଇ ଦିଲ୍ଲୀ ସରକାର (Delhi Government) ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ (Lieutenant Governor) ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ନୂତନ ଏକ୍ସାଇଜ୍ ନୀତିକୁ ନେଇ କେଜ୍ରିୱାଲ ସରକାରଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଛି।  

ବର୍ତ୍ତମାନ ଉପରାଜ୍ୟପାଳ ଏ ବାବଦରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସେ ମୁଖ୍ୟ ଶାସନ ସଚିବଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ସୂଚନାନୁସାରେ, ଓକିଲ, ଆଇନଜୀବୀ ତଥା ବିଶିଷ୍ଟ ନାଗରିକଙ୍କ ଏକ ସଂଗଠନରୁ ଏହି ଅଭିଯୋଗ ଗ୍ରହଣ କରାଯାଇଛି, ଯାହା ଉପରେ ଏଲଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ନୂତନ ଏକ୍ସାଇଜ୍ ନୀତି ସମ୍ପର୍କରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ତଦନ୍ତର ସୁପାରିଶ ପରେ ବର୍ତ୍ତମାନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଲାଇସେନ୍ସ ବଣ୍ଟନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଆଇନଜୀବୀଙ୍କ ସଂଘ ଦ୍ୱାରା ଏକ ରିପୋର୍ଟକୁ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଯାହାକୁ ନେଇ ଉପରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଏକ ରିପୋର୍ଟ ଡକାଯାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟକୁ ପଠାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ କଳା ତାଲିକାଭୁକ୍ତ ତଥା ଏକଚାଟିଆ କମ୍ପାନୀ ଏବଂ ମଦ କଣ୍ଟ୍ରାକ୍ଟରଙ୍କୁ ଲାଇସେନ୍ସ ଦିଆଯାଇଛି। ଏଲଜି କାର୍ଯ୍ୟାଳୟରେ ଥିବା ସୂତ୍ର ଅନୁଯାୟୀ, ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ପାଇବା ପରେ ଏଲଜି ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନେଇପାରେ। ତେବେ ଅଭିଯୋଗକାରୀଙ୍କ ସୂଚନା ଗୋପନୀୟ ରଖାଯାଇଛି। ଏଠାରେ କହି ରଖୁ ଯେ ଗତ ଏକ ସପ୍ତାହ ଧରି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରୁ ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ନୀତି ପ୍ରସଙ୍ଗରେ ଦ୍ରୁତ ଅଗ୍ରଗତି ହୋଇଛି।

ଦିଲ୍ଲୀ ସରକାର କ୍ରମାଗତ ଭାବେ ସରାବ ନୀତିକୁ ନେଇ ବିବାଦରେ ଛନ୍ଦି ହେଉଛନ୍ତି। କେଜ୍ରିୱାଲ ସରକାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏଥି ସହିତ ବିଜେପି ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଉପରେ କ୍ରମାଗତ ଭାବେ ଆକ୍ରମଣ କରି ଆସୁଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ବଡ ପ୍ରସଙ୍ଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ନାକ ତଳେ ଏତେ ବଡ ଘୋଟାଲା ଘଟିଛି। ଏଥି ସହ ଦଳର କୌଣସି ନେତାଙ୍କ ବିରୋଧରେ ଦୁର୍ନୀତିର କୌଣସି ପ୍ରମାଣ ମିଳି ନାହିଁ ବୋଲି ଆପ ନେତା ଆତିଶ କହିଛନ୍ତି।