World's 6 Corrupted Politicians: ବିଶ୍ୱ ଇତିହାସର ୬ ଭ୍ରଷ୍ଟ ରାଜନେତାଙ୍କ ବିଷୟରେ ଜାଣନ୍ତୁ
Advertisement

World's 6 Corrupted Politicians: ବିଶ୍ୱ ଇତିହାସର ୬ ଭ୍ରଷ୍ଟ ରାଜନେତାଙ୍କ ବିଷୟରେ ଜାଣନ୍ତୁ

World's 6 Corrupt Politicians: ଆସନ୍ତୁ ଆଜି ଜାଣିବା ବିଶ୍ୱ ରାଜନୈତିକ ଇତିହାସର ସବୁଠାରୁ ଭ୍ରଷ୍ଟ ୬ ରାଜନେତାଙ୍କ ବାବଦରେ । 

World's 6 Corrupted Politicians: ବିଶ୍ୱ ଇତିହାସର ୬ ଭ୍ରଷ୍ଟ ରାଜନେତାଙ୍କ ବିଷୟରେ ଜାଣନ୍ତୁ

World's 6 Corrupt Politicians: ଭାରତରେ ପଲିଟିକାଲ ସ୍କାମର ଯୁଗ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଅମଳରୁ ଆରମ୍ଭ ହୋଇଯାଇଥିଲା । ସ୍ୱାଧୀନ ଭାରତର ପ୍ରଥମ ପଲିଟିକାଲ ସ୍କାମ ଥିଲା ଜିପ୍ ଦୁର୍ନିତୀ । ଜିପ୍ ଦୁର୍ନିତୀରୁ ଗୋଖାଦ୍ୟ ସ୍କାମ ପୁଣି ଟୁ-ଜି । ଭରତରେ ପଲିଟିକାଲ ସ୍କାମର ଫର୍ଦ୍ଦ ଲମ୍ବା କିନ୍ତୁ ବିଶ୍ୱ ଇତିହାସର ସ୍କାମ ଉପରେ ଯଦି ନଜର ପକାଇବା ତେବେ ଭାରତୀୟ ନେତାଙ୍କ ସ୍କାମ ଖୁଚୁରା ଟଙ୍କା ଭଳି ଲାଗିବ । ଆସନ୍ତୁ ଆଜି ଜାଣିବା ବିଶ୍ୱ ରାଜନୈତିକ ଇତିହାସର ସବୁଠାରୁ ଭ୍ରଷ୍ଟ ୬ ରାଜନେତାଙ୍କ ବାବଦରେ । ସବୁଠାରୁ ଭ୍ରଷ୍ଟ ୬ ରାଜନେତାଙ୍କ ତାଲିକାରେ ୬ ନମ୍ବରରେ ଅଛନ୍ତି ଫର୍ଡିନାଣ୍ଡ୍ ମାର୍କୋସ । ଫିଲିପାଇନ୍ସର ଏହି ପୂର୍ବତନ ରାଷ୍ଟ୍ରପତି ଦେଶର ୧୦ ବିଲିୟନ ଡଲାର ବା ୧ ହଜାର କୋଟି ଡଲାର ଲୁଟ୍ କରିଥିଲେ । ମାର୍କୋସ ୨୧ ବର୍ଷ ଧରି ଫିଲିପାଇନ୍ସକୁ ଶାସନ କରିଥିଲେ । ତାଙ୍କ ଶାସନ କାଳରେ ସରକାରୀ କଳର ଗୋଟିଏ କାମ ଥିଲା ରାଷ୍ଟ୍ରପତି ଓ ତାଙ୍କ ପରିବାରର ସମ୍ପତି ବଢାଇବା । ଦେଶରେ ଯାହା ବି କିଛି ହେଉଥିଲା ସବୁଥିରେ ମାର୍କୋସ ପରିବାରର ଭାଗ ଥିଲା । ମାର୍କୋସ ଓ ତାଙ୍କ ପତ୍ନୀ ଇମେଲ୍ଡା ନକଲି କମ୍ପାନୀ ମାଧ୍ଯମରେ ନିଜ କଳାଟଙ୍କାକୁ ବିଦେଶ ପଠାଉଥିଲେ । ୧୯୭୨ରେ ମାର୍କୋସ ଦେଶରେ ସାମରିକ ଶାସନ ଲାଗୁ କରିଥିଲେ । ୯ ବର୍ଷ ଧରି ଦେଶରେ ମାର୍ସିଆଲ ଲ’ ଲାଗୁ ହୋଇଥିଲା । ସମ୍ବିଧାନକୁ ବାତିଲ କରି ମାର୍କୋସ ପରିବାର ପୁରା ଶାସନତନ୍ତ୍ର ଉପରେ କବଜା କରିଥିଲେ । ବିରୋଧୀଙ୍କୁ ହତ୍ୟା କରାଯାଉଥିଲା କିମ୍ବା ନିର୍ଯାତନା ଦିଆଯାଉଥିଲା । ମାର୍କୋସ ଦେଶର ପାୱାର ସପ୍ଲାଏ କମ୍ପାନୀକୁ ମାତ୍ର ୨୨୦ ଡଲାରରେ ନିଜ ନାମରେ କରି ନେଇଥିଲେ । ଦେଶର ସବୁ ସରକାରୀ  ଓ ବେସରକାରୀ କମ୍ପାନୀରେ ମାର୍କୋସଙ୍କର ଅଂଶ ଥିଲା । ମାର୍କୋସ ପେଶାରେ ଓକିଲ ଥିଲେ ତେଣୁ ସବୁକିଛି ଆଇନଗତ ଭାବେ କାଗଜପତ୍ରରେ ହେଉଥିଲା । କେସିନୋରୁ ସିଗାରେଟ୍ କମ୍ପାନୀ,କରତକଳ ସବୁଥିରେ ମାର୍କୋସ ଟଙ୍କା ଲଗାଇଥିଲେ । ୧୯୮୬ ମସିହାରେ ବିଦ୍ରୋହ ପରେ ମାର୍କୋସ ପରିବାର ଦେଶଛାଡି ପଳାୟନ କରିଥିଲା । କିନ୍ତୁ ଫିଲିପାଇନ୍ସ ଲୁଟ ଟଙ୍କା କେବେ ମଧ୍ଯ ଫେରି ପାଇନଥିଲା ।

ଜିନେ ଏଲ ଆବାଦିନ୍ ବେନ୍ ଅଲି । ଟ୍ୟୁନିସିଆର ଏହି ପୂର୍ବତନ ରାଷ୍ଟ୍ରପତି ତାଲିକାରେ ୫ମ ସ୍ଥାନରେ ଅଛନ୍ତି । ବେନ୍ ଅଲି ଟ୍ୟୁନିସିଆରୁ ନିଜ ଶାସନ କାଳରେ ୧୩ ବିଲିୟନ ଡଲାର ଲୁଟ୍ କରିଥିଲେ ।ବେନ୍ ଅଲ୍ଲୀ ପତ୍ନୀ ଲୈଲାଙ୍କ ସହିତ ମିଶି ଦେଶକୁ ଲୁଟ୍ କରିବାରେ କୌଣସି କଂଜୁସି କରିନଥିଲେ । ମାର୍କୋସ ପରିବାର ଭଳି ବେନ୍ ଅଲ୍ଲି ଓ ଲୈଲାଙ୍କ ଦେଶର ସବୁ କମ୍ପାନୀ ତଥା ବ୍ୟବସାୟରେ ଭାଗ ଥିଲା । ଟିଭି ଚ୍ୟାନେଲଠାରୁ ହୋଟେଲ ଏମିତି କୌଣସି ବ୍ୟବସାୟ ନଥିଲା ଯେଉଁଥିରେ ବେନ୍ ଅଲିଙ୍କର ଭାଗ ନଥିଲା । ଯିଏ ବ୍ୟବସାୟ କରୁଥିଲା ସିଏ ବେନ୍ ଅଲ୍ଲୀଙ୍କୁ ସେୟାର ଦେଉଥିଲା । ଏହା ବାଦ ଲାଂଚରୁ ଅଲଗା ଆୟ ଥିଲା । ବେନ୍ ଅଲ୍ଲୀଙ୍କ ଝିଅ ପାଇଁ ୟୁରୋପରୁ ଫ୍ରୋଜନ ଦହି ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସୁଥିଲା । ୨୦୧୧ର ଜାଷ୍ମିନ୍ ବିପ୍ଲବ କାରଣରୁ ପତିପତ୍ନୀଙ୍କୁ ଦେଶଛାଡି ପଳାୟନ କରିବାକୁ ପଡିଥିଲା । ତେବେ ଯିବା ପୂର୍ବରୁ ଲୈଲା ସେଣ୍ଟ୍ରାଲ ବ୍ୟାଙ୍କରୁ ଦେଢ ଟନ୍ ସୁନା ନେବାକୁ ଭୁଲି ନଥିଲେ । ସାଉଦି ଆରବରେ ନିର୍ବାସନରେ ଥିବାବେଳେ ହୃଦଘାତରେ ବେନ ଅଲ୍ଲୀଙ୍କର ନିଧନ ହୋଇଥିଲା ।

ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୂହାର୍ତ୍ତୋ । ଇଣ୍ଡୋନେସିଆ ସ୍ୱାଧୀନ ହେବା ପରଠାରୁ ୧୯୯୭ ପର୍ଯ୍ଯନ୍ତ ଦେଶର ରାଷ୍ଟ୍ରପତି ଥିବା ସୁହାର୍ତ୍ତୋ ୩୫ ବିଲିୟନ ଡଲାର ଚୋରି କରିଥିଲେ । ତାଙ୍କର ନ୍ୟୁ ଅର୍ଡର ରେଜିମ୍ ଶାସନ ପାଇଁ ଇଣ୍ଡୋନେସିଆର ଆର୍ଥିକ ଉନ୍ନତି ହୋଇଥିଲା କିନ୍ତୁ ଏହା ସହିତ ସୁହାର୍ତୋଙ୍କ ସମ୍ପତି ବଢିଥିଲା । ଆଉ ଏସବୁ ହୋଇଥିଲା ଲୁଟ ଦ୍ୱାରା । କ୍ଷମତାରୁ ଯିବା ପରେ ସୁହାର୍ତ୍ତୋଙ୍କ ବିରୋଧରେ ସ୍ୱାସ୍ଥ୍ଯଗତ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ତୃତୀୟ ସ୍ଥାନରେ ଅଛନ୍ତି ୟୁକ୍ରୋନର ଭିକ୍ଟର ୟାଙ୍କୁଭିଚ୍ । ସେ ନିଜ ଦେଶର୪୦ ବିଲିୟନ ଡଲାର ଲୁଟ୍ କରିଥିଲେ । ରାଷ୍ଟ୍ରପତି ଭାବେ ସେ ମାତ୍ର ୪ ବର୍ଷ ରହିଥିଲେ । କିନ୍ତୁ ଏହାଭିତରେ ସ୍କାମର ସବୁ ରେକର୍ଡକୁ ସେ ଭାଙ୍ଗି ୪୦ ବିଲିୟନ ଡଲାର ଲୁଟ୍ କରିଥିଲେ । ଛଦ୍ମ କମ୍ପାନୀଙ୍କ ନାମରେ ସେ ଦେଶରୁ ସମ୍ପତି ବାହାରୁ ପଠାଉଥିଲେ । ୧୩୭ ଏକର ଜମିରେ ଥିବା ମହଲରେ ରହୁଥିବା ଭିକ୍ଟର ୨୦୧୪ରେ ଋଷକୁ ପଳାୟନ କରିଥିଲେ ।

ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମିଶରର ପୂର୍ବତନ ରାଷ୍ଟ୍ରପତି ହୁସେନ ମୁବାରକ । ମୁବାରକ ଦେଶରୁ ୭୦ ବିଲିୟନ ଡଲାର ଲୁଟ୍ କରିଥିଲେ । ୨୦୧୧ ଜାସ୍ମିନ ବିପ୍ଲବରେ ସେ କ୍ଷମତା ହରାଇଥିଲେ । ୨୦୧୨ରେ ତାଙ୍କୁ ଗିରଫ କରାଯାଇଥିଲା । ଦୁର୍ନିତି ଅଭିଯୋଗରେ ଆଜିବନ କାରାଦଣ୍ଡରେ ଦଣ୍ଡିତ ମୁବାରକଙ୍କୁ କିନ୍ତୁ ବର୍ଷକ ପରେ ଛାଡି ଦିଆଯାଇଥିଲା । ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । 

ସର୍ବାଧିକ ଭ୍ରଷ୍ଟ ରାଜନେତାଙ୍କ ତାଲିକାରେ ନମ୍ବର ଏକରେ ଅଛନ୍ତି, ଲିବ୍ୟାର ମୁଆମର ଗଦ୍ଦାଫି । ୨୦୧୧ ଜାଷ୍ମିନ ବିପ୍ଲବ କାଳରେ ଦେଶର ନାଗରିକ ଗଦ୍ଦାଫିଙ୍କୁ ପିଟି ପିଟି ମାରିଦେଇଥିଲେ । ସେନା ସାହାଯ୍ଯରେ କ୍ଷମତା ଦଖଲ କରିଥିବା ଗଦ୍ଦାଫି ୨୦୦ ବିଲିୟନ ଡଲାର ଲୁଟ୍ କରିଥିଲେ । ଦେଶର ପେଟ୍ରୋଲ ବିକ୍ରି କରି ଗଦ୍ଦଫି ଧନି ହୋଇଥିଲେ । ଗଦ୍ଦାଫି ହୁଅନ୍ତି ମୁବାରକ,ଏମାନେ କ୍ଷମତା ହରାଇଥିଲେ ମଧ୍ଯ ସେମାନଙ୍କ ଦ୍ୱାରା ଲୁଟ୍ ହୋଇଥିବ ସମ୍ପତି କେବେ ମଧ୍ଯ ଦେଶକୁ ଫେରି ନଥିଲା ।

Also Read- Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Also Read- Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ