ବିଫଳ ସ୍ୱାସ୍ଥ୍ୟସେବା ! ବାଟରେ ଅଟକିଲା ଅମ୍ବୁଲାନ୍ସ, ପ୍ରସବ ପରେ ମାଆଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2227615

ବିଫଳ ସ୍ୱାସ୍ଥ୍ୟସେବା ! ବାଟରେ ଅଟକିଲା ଅମ୍ବୁଲାନ୍ସ, ପ୍ରସବ ପରେ ମାଆଙ୍କ ମୃତ୍ୟୁ

ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ତୁରୁକ୍ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଜଣେ ପ୍ରସୂତି ଆମ୍ୱୁଲାନ୍ସରେ ଡାକ୍ତରଖାନା ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ବିଫଳ ସ୍ୱାସ୍ଥ୍ୟସେବା ! ବାଟରେ ଅଟକିଲା ଅମ୍ବୁଲାନ୍ସ, ପ୍ରସବ ପରେ ମାଆଙ୍କ ମୃତ୍ୟୁ

କୋରାପୁଟ: ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ତୁରୁକ୍ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଜଣେ ପ୍ରସୂତି ଆମ୍ୱୁଲାନ୍ସରେ ଡାକ୍ତରଖାନା ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଆଜି ସକାଳ ସମୟରେ ତୁରୁକ ଗାଁର ସାତାମା ମାଣ୍ଡିଂଙ୍କ ପତ୍ନୀ ପାରମ ମାଣ୍ଡିଂଙ୍କର ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା । ସେହି ସମୟରେ ସାତମା ମାଣ୍ଡିଂ ପତ୍ନୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ୱୁଲାନ୍ସକୁ କଲ୍ କରିଥିଲେ । ଖବର ପାଇ ଆମ୍ୱୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ଭିତରେ ପ୍ରବେଶ କରିପାରିନଥିଲା ଆମ୍ୱୁଲାନ୍ସ । ଫଳରେ ପ୍ରସବ ଯନ୍ତ୍ରଣା ଅଧିକ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ପାରମ ମାଣ୍ଡିଂ । ଅସହ୍ୟ ଯନ୍ତ୍ରଣା କାରଣରୁ ଶିଶୁପୁତ୍ର ଜନ୍ମ କରିବା ପରେ ମୃତ୍ୟୁବରଣ କରିଥିଲେ ପ୍ରସୂତି ।

Also Read- Lord hanuman: ଜୟ ବଜରଙ୍ଗବାଲୀ, ମାତ୍ର ୭୨ ଘଣ୍ଟାରେ ୪ ହଜାର ବର୍ଗଫୁଟର ଚିତ୍ର ଆଙ୍କିଲେ ଛାତ୍ର

Also Read- Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି