State Name Change: ବଦଳି ଯିବ ଦେଶର ଏହି ରାଜ୍ୟର ନାମ; ବିଧାନସଭାରେ ପାରିତ ହେଲା ପ୍ରସ୍ତାବ
Advertisement
Article Detail0/zeeodisha/odisha1817949

State Name Change: ବଦଳି ଯିବ ଦେଶର ଏହି ରାଜ୍ୟର ନାମ; ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

Name Change of State: ରାଜ୍ୟର ନାମ ପରିବର୍ତ୍ତନ କରିବା ପାଇଁ ବିଧାନସଭାରେ ଆଗତ ହୋଇଛି ଏକ ପ୍ରସ୍ତାବ। ଯାହାକୁ ଉଭୟ ଶାସକ-ବିରୋଧୀ ସମର୍ଥନ କରିଛନ୍ତି। 

 State Name Change: ବଦଳି ଯିବ ଦେଶର ଏହି ରାଜ୍ୟର ନାମ; ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

Kerala Name Change: ଖୁବଶୀଘ୍ର ବଦଳି ଯିବ ଦେଶର ଏକ ରାଜ୍ୟର ନାମ। ଏହି ରାଜ୍ୟର ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ନାମ ପରିବର୍ତ୍ତନ କରିବାକୁ ରାଜ୍ୟର ବିଧାନସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଧାନସଭାରେ ଆଗତ ହୋଇଥିବା ପ୍ରସ୍ତାବକୁ ଦଳ ମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିଛନ୍ତି।   

ଅଗଷ୍ଟ ୯ ତାରିଖ ବୁଧବାର କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ (Kerala CM Pinarayi Vijayan) ବିଧାନସଭାରେ (Kerala Legislative Assembly) ରାଜ୍ୟର ନାମ ପରିବର୍ତ୍ତନ (Kerala Name Change) କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେରଳ ସରକାରୀ ନାମକୁ (Kerala Official Name) "କେରଳମ୍" (Keralam) ନାମରେ ପରିବର୍ତ୍ତନ କରାଯିବା ଆବଶ୍ୟକ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ କହିଛନ୍ତି କେରଳ ବିଧାନସଭା ନିୟମ (Kerala Assembly Rules) ୧୧୮ ଅନୁଯାୟୀ ଏହି ଗୃହରେ ଏକ ପ୍ରସ୍ତାବ (Kerala Assembly Resolution) ଆଗତ କରାଯାଉଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କୁ (Govt of India) ଅନୁରୋଧ କରାଯାଇଛି ଯେ ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୂକ୍ତ ରହିଥିବା ସମସ୍ତ (Indian Constitution Eighth Schedule Language) ସରକାରୀ ଭାଷାରେ (Official Language in India) ଆମର ରାଜ୍ୟର ନାମ ପରିବର୍ତ୍ତନ କରି "କେରଳମ୍" କରାଯିବା ଆବଶ୍ୟକ। 

ମାଲାୟାଲମ୍ ଭାଷାରେ ରାଜ୍ୟର ନାମ ହେଉଛି "କେରଳମ"
କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ୧୯୫୬ ମସିହା ନଭେମ୍ବର ୧ ତାରିଖରେ ଭାଷା ଆଧାରରେ ରାଜ୍ୟ (Kerala State Formation Day) ଗଠନ କରାଯାଇଥିଲା। ମାଲାୟାଲମ୍ ଭାଷାରେ (Malayalam Language) ରାଜ୍ୟର ନାମ 'କେରଳମ' ହୋଇଥିବାବେଳେ ସମ୍ବିଧାନର ପ୍ରଥମ କାର୍ଯ୍ୟସୂଚୀରେ ଆମ ରାଜ୍ୟର ନାମ କେରଳ (Kerala) ଭାବରେ ଲେଖାଯାଇଛି।

କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଲା  କେରଳ 
ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ ଭାରତୀୟ ସମ୍ବିଧାନର (Indian Constitution) ଧାରା ୩ ଅନୁଯାୟୀ ରାଜ୍ୟର ନାମ ବଦଳାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଏହି ବିଧାନସଭା ସର୍ବସମ୍ମତି କ୍ରମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଗୃହ ମଧ୍ୟ ଅନୁରୋଧ କରିଛି ଯେ ସମ୍ବିଧାନର ଅଷ୍ଟମ ସୂଚୀରେ ଉଲ୍ଲେଖ କରାଯାଇଥିବା ସମସ୍ତ ଭାଷାରେ ରାଜ୍ୟର ନାମ 'କେରଳମ' ଭାବରେ ରଖାଯାଉ।

କୌଣସି ଦଳ କରିନଥିଲେ ବିରୋଧ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରସ୍ତାବ ବିଧାନସଭା ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଛି। କୌଣସି ରାଜନୈତିକ ଦଳ ଏହାକୁ ବିରୋଧ କରିନଥିଲେ। ବିରୋଧି କଂଗ୍ରେସ (Congress) ନେତୃତ୍ୱାଧିନ ବିରୋଧୀ ମେଣ୍ଟ ୟୁଡିଏ (UDF) ଏହି ପ୍ରସ୍ତାବରେ କୌଣସି ସଂଶୋଧନ କରିବାକୁ ମଧ୍ୟ ପରାମର୍ଶ ଦେଇ ନାହିଁ। ରାଜ୍ୟର ନାମ ପରିବର୍ତ୍ତନ କରିବାକୁ କେରଳ ବିଧାନସଭାରେ ଆଗତ ହୋଇଥିବା ପ୍ରସ୍ତାବ ଶାସକ "ଏଲଡିଏଫ୍" (LDF) ପକ୍ଷରୁ ଆଗତ କରାଯାଇଥିଲା।