ବିବାହ ବେଦୀରୁ ଉଠି ପଡ଼ିଶା ଘରକୁ ଧାଇଁ ପଳାଇଲେ କନ୍ୟା
Advertisement
Article Detail0/zeeodisha/odisha1201674

ବିବାହ ବେଦୀରୁ ଉଠି ପଡ଼ିଶା ଘରକୁ ଧାଇଁ ପଳାଇଲେ କନ୍ୟା

ଦେହତ ଜିଲ୍ଲାର ମଙ୍ଗଲପୁର ଥାନା ଅଧୀନରେ ଥିବା ଏକ ଗାଁରେ ରହୁଥିବା ଜଣେ ଚାଷୀଙ୍କ ଝିଅର ବିବାହ ଭୋଗନିପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। 'ଜୟମାଳା' ସମାରୋହ ପାଇଁ ବିବାହ ବେଦୀକୁ ସୁନ୍ଦର ଭାବରେ ସଜାଯାଇଥିଲା। ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଡିଜାଇନ୍ ଫଟୋ

Viral News : ଗତ କିଛି ସପ୍ତାହ ହେଲା ଦେଶରେ ବିବାହ ପ୍ରସଙ୍ଗ ଚର୍ଚ୍ଚାରେ ଅଛି। କେତେବେଳେ ମଦ୍ୟପ ବର ପାଇଁ ତ କେତେବେଳେ ଚନ୍ଦାପଣ ଆଉ କେତେବେଳେ ନୃତ୍ୟ ଆଉ ଯୌତୁକ ଦାବି ପାଇଁ କନ୍ୟା ବିବାହ କରିବାକୁ ମନା କରିଥିବା ଖବର ସାମନାକୁ ଆସିଛି। କିନ୍ତୁ ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟକର ଖବର ଶୁଣିବାକୁ ମିଳୁଛି। ପ୍ରତ୍ୟେକ ଲୋକ ନିଜର ସ୍ମୃତିକୁ ଚିରସ୍ମରଣୀୟ କରିବାକୁ ଚାହାନ୍ତି। ବର, ଫଟୋଗ୍ରାଫର ଆଣିବାକୁ ଭୁଲିଯିବାରୁ କନ୍ୟା ବିବାହ କରିବାକୁ ମନା କରିଦେଇଛି। ରବିବାର କାନପୁର ଦେହତ ଜିଲ୍ଲାର ଏକ ଗାଁରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଦେହତ ଜିଲ୍ଲାର ମଙ୍ଗଲପୁର ଥାନା ଅଧୀନରେ ଥିବା ଏକ ଗାଁରେ ରହୁଥିବା ଜଣେ ଚାଷୀଙ୍କ ଝିଅର ବିବାହ ଭୋଗନିପୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। 'ଜୟମାଳା' ସମାରୋହ ପାଇଁ ବିବାହ ବେଦୀକୁ ସୁନ୍ଦର ଭାବରେ ସଜାଯାଇଥିଲା। ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। 'ଜୟମାଳା' ସମାରୋହ ପାଇଁ ଉଭୟ କନ୍ୟା ଓ ବର ବେଦୀ ଉପରୁ ମଧ୍ୟ ଯାଇଥିଲେ। କିନ୍ତୁ ଏହି ମୂହୁର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ମଞ୍ଚରେ ଫଟୋଗ୍ରଫର ନଥିବା କନ୍ୟା ଅନୁଭବ କରିଥିଲେ। ଆଉ ଶେଷରେ ସେ ବେଦୀରୁ ଓହ୍ଲାଇ ତାଙ୍କ ପୋଡଶୀ ଘରକୁ ଚାଲିଯାଇଥିଲେ।

Also Read: Nepal plane crash: ବିମାନର ଧ୍ୱଂସାବଶେଷ ଠାବ, ସେନା ସେୟାର କଲା ଫଟୋ

 

ଅବୁଝା କନ୍ୟାଙ୍କୁ ବୁଝାଇବାପାଇଁ ବହୁତ ଚେଷ୍ଟା କରାଗଲା। ପରିବାରର ବରିଷ୍ଠ ଲୋକ ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବୃଥା ହେଲା। କିନ୍ତୁ ସେ କହିଥିଲେ, ଯେଉଁ ବ୍ୟକ୍ତି ଆଜି ଆମ ବିବାହ ବିଷୟରେ ଚିନ୍ତା କରୁନାହାଁନ୍ତି, ଭବିଷ୍ୟତରେ ସେ କିପରି ମୋର ଯତ୍ନ ନେବେ? ଏହା ପରେ ମାମଲା ଥାନାରେ ପହଞ୍ଚିଲା। ​​ଯେଉଁଠାରେ ଉଭୟ ପକ୍ଷ ପାରସ୍ପରିକ ସହମତି ଅନୁଯାୟୀ ଖର୍ଚ୍ଚ ହୋଇଥିବା ନଗଦ ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଫେରସ୍ତ କରିବାକୁ ରାଜି ହୋଇଥିଲେ। ଏହି ମାମଲା ଆପୋସ ବୁଝାମଣାରେ ସମାଧାନ ହୋଇଥିବା ମଙ୍ଗଲପୁର ଥାନାର ସବ-ଇନ୍ସପେକ୍ଟର ଡୋରି ଲାଲ କହିଛନ୍ତି।

ଡୋରି ଲାଲ କହିଛନ୍ତି ଯେ, ଉଭୟ ପକ୍ଷ ପରସ୍ପରକୁ ନିଆଦିଆ କରିଥିବା ସାମଗ୍ରୀ ଏବଂ ନଗଦ ଟଙ୍କା ଫେରସ୍ତ କରିଥିଲେ। ଏହା ପରେ ବର ନିଜ ଗାଁକୁ ବିନା କନ୍ୟାରେ ଫେରିଯାଇଥିଲେ। ବର ପକ୍ଷ ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର ଯୋଗାଡ କରିନଥିବାରୁ ବିବାଦ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ କନ୍ୟା ରାଗିଗଲେ ଏବଂ ବିବାହ କରିବାକୁ ମନା କରିଦେଲେ। ଏହି ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।