Jyoti Mourya Case: ନିଲମ୍ବନ ହେଲେ କମାଣ୍ଡାଣ୍ଟ ମନୀଷ ଦୁବେ, ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି
Advertisement
Article Detail0/zeeodisha/odisha1776950

Jyoti Mourya Case: ନିଲମ୍ବନ ହେଲେ କମାଣ୍ଡାଣ୍ଟ ମନୀଷ ଦୁବେ, ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି

Jyoti Mourya Case Update: ପତ୍ନୀ ଜ୍ୟୋତି ମୌର୍ଯ୍ୟ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ପ୍ରତାରଣା ଓ ଯୌତୁକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି । ସେ ପ୍ରୟାଗରାଜ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୌ: ସୋସିଆଲ ମିଡିଆ

PCS Jyoti Maurya-Alok Maurya Case: ବରେଲି ଏସଡିଏମ ଜ୍ୟୋତି ମୌର୍ଯ୍ୟ (Bareilly SDM Jyoti Maurya) କାରଣରୁ ଲାଇମଲାଇଟକୁ ଆସିଥିବା କମାଣ୍ଡାଣ୍ଟ ହୋମ ଗାର୍ଡ ମନୀଷ ଦୁବେ (Manish Dubey) ଫସି ଯାଇଛନ୍ତି । ମନୀଷ ଦୁବେଙ୍କୁ ଡିଜି ହୋମ ଗାର୍ଡ ଉତ୍ତରପ୍ରଦେଶ ବିଜୟ କୁମାର ମୌର୍ଯ୍ୟ ନିଲମ୍ବନ କରିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ ଯେ ପ୍ରୟାଗରାଜ ନିବାସୀ ଆଲୋକ ମୌର୍ଯ୍ୟ (Alok Maurya) ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଯାହାଫଳରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା କଳହ ମିଡିଆ ହେଡଲାଇନରେ ପରିଣତ ହୋଇଥିଲା ।

ଫସିଲେ ମହୋବା କମାଣ୍ଡାଣ୍ଟ ହୋମ ଗାର୍ଡ ମନୀଷ ଦୁବେ
ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ୧୦ ବର୍ଷ ପୂର୍ବେ ଆଲୋକ ମୌର୍ଯ୍ୟଙ୍କୁ ବିବାହ କରିଥିଲେ । ସ୍ୱାମୀ ଆଲୋକ ମୌର୍ଯ୍ୟ କହିଛନ୍ତି ଯେ ଗାଜିଆବାଦରେ ହୋମ ଗାର୍ଡ କମାଣ୍ଡାଣ୍ଟ ଭାବରେ ପୋଷ୍ଟ ହୋଇଥିବା ମନୀଷ ଦୁବେଙ୍କ ସହ ପତ୍ନୀଙ୍କର ଅନୌତିକ ସମ୍ପର୍କ ରହିଛି । ଫେବୃଆରୀ ମାସରେ ସରକାରୀ ବାସଭବନରେ ଉଭୟ ଆପତ୍ତିଜନକ ଅବସ୍ଥାରେ ଧରାପଡିଥିଲେ ବୋଲି ଆଲୋକ ମୌର୍ଯ୍ୟ ଦାବି କରିଥିଲେ । ପତ୍ନୀ ଜ୍ୟୋତି ମୌର୍ଯ୍ୟ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ପ୍ରତାରଣା ଓ ଯୌତୁକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି । ସେ ମଧ୍ୟ ପ୍ରୟାଗରାଜ ଧୁମଙ୍ଗଞ୍ଜ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷରୁ ଅନେକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇସାରିଛି ।

ନିଲମ୍ବନ ଓ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ
ଜ୍ୟୋତି ମୌର୍ଯ୍ୟଙ୍କ ସ୍ୱାମୀ କହିଥିଲେ ଯେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରି ସେ ତାଙ୍କ ପତ୍ନୀଙ୍କୁ ଉଚ୍ଚଶିକ୍ଷା ଦେବାରେ ସାହାଯ୍ୟ କରିଥିଲେ ଓ ଜଣେ ଅଧିକାରୀ ହେବା ପରେ ସେ ତାଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲକ୍ଷ୍ନୌରେ ମଧ୍ୟ ପହଞ୍ଚିଥିଲା । ଉଚ୍ଚ ଅଧିକାରୀଙ୍କ ସାମ୍ନାରେ ଏସଡିଏମ ଜ୍ୟୋତି ମୌର୍ଯ୍ୟ ସ୍ପଷ୍ଟୀକରଣ ଦେଇଥିଲେ । ସରକାରଙ୍କ ତରଫରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ପ୍ରୟାଗରାଜ ଡିଜି ହୋମଗାର୍ଡଙ୍କୁ ଦିଆଯାଇଥିଲା । ଯାଞ୍ଚ ରିପୋର୍ଟରେ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ଅଭିଯୋଗ ଠିକ ବୋଲି ଜଣାପଡିଛି । ପ୍ରୟାଗରାଜ ଡିଜି ହୋମଗାର୍ଡଙ୍କ ନିଜ ରିପୋର୍ଟରେ ମନୀଷ ଦୁବେଙ୍କୁ ନିଲମ୍ବନ କରିବା ସମେତ ବିଭାଗୀୟ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ହୋମ ଗାର୍ଡ ବିଜୟ କୁମାର ମୌର୍ଯ୍ୟ ପ୍ରମାଣକୁ ଭିତ୍ତି କରି ମନୀଷ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଜଣା ଯେ ଜ୍ୟୋତି ମୌର୍ଯ୍ୟ ଏପିସୋଡରେ ହୋମ ଗାର୍ଡର କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ, ଏକ ଚାଟ୍ ଭାଇରାଲ୍ ହେଉଥିଲା ଯାହା ଜ୍ୟୋତି ମୌର୍ଯ୍ୟ ଓ ମନୀଷ ଦୁବେଙ୍କ ମଧ୍ୟରେ କଥାବାର୍ତ୍ତା ବିଷୟରେ କୁହାଯାଉଥିଲା । ମନୀଷ ଦୁବେଙ୍କ ଏକ ବିୟାନ ମଧ୍ୟ ବାହାରିଛି, ଯେଉଁଥିରେ ସେ କହିଥିଲେ ଯେ ଆୟୋଗଙ୍କ ପରୀକ୍ଷାରେ କେତେ କାଗଜପତ୍ର ଅଛି ଜ୍ୟୋତିଙ୍କ ସ୍ୱାମୀ ଆଲୋକ ମଧ୍ୟ ଜାଣିଛନ୍ତି । ମନୀଷ ଦୁବେ ମଧ୍ୟ ବିବାହିତ ଓ ଏହି ପର୍ଯ୍ୟାୟରେ ତାଙ୍କ ପରିବାର ଓ ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ: Seema Sachin Love story: ଗୁଲାମ ପାଇଁ ଛାଡିଥିଲେ ଘର, ବର୍ତ୍ତମାନ ସଚିନ୍ ପାଇଁ ଦେଶ... ସୀମାର ପ୍ରେମ ସତ ନା ଷଡ଼ଯନ୍ତ୍ର?

ଏହା ବି ପଢ଼ନ୍ତୁ: Seema Sachin Love Story: ସୀମା ହାୟଦରଙ୍କ ଚାଲିଚଳଣିକୁ ନେଇ ସନ୍ଦେହ କରୁଛି ଯାଞ୍ଚକାରୀ ସଂସ୍ଥା, ପାକିସ୍ତାନୀ ସଂଯୋଗକୁ ନେଇ କରାଯାଉଛି ଯାଞ୍ଚ