Joshimath Sinking: ଯୋଶୀମଠ ସଙ୍କଟ ଏକ 'ଟ୍ରେଲର', 'ବିପଦ ଘଣ୍ଟି' ବଜାଇଲା ହିମାଳୟ! ଆଗକୁ ଆସିପାରେ ବଡ଼ ବିପଦ
Advertisement
Article Detail0/zeeodisha/odisha1521759

Joshimath Sinking: ଯୋଶୀମଠ ସଙ୍କଟ ଏକ 'ଟ୍ରେଲର', 'ବିପଦ ଘଣ୍ଟି' ବଜାଇଲା ହିମାଳୟ! ଆଗକୁ ଆସିପାରେ ବଡ଼ ବିପଦ

Joshimath Sinking News:  ଯେତେବେଳେ ଯୋଶୀମଠ ଅଞ୍ଚଳରେ ହଠାତ ଜମି ଧସିବା ଘଟଣା ଘଟିଲା, ସେତେବେଳେ ସମସ୍ତେ ଜାଗ୍ରତ ହୋଇଗଲେ। ପ୍ରଶ୍ନ ଉଠୁଛି ଯେ କ'ଣ ବିକାଶ ନାମରେ ପାହାଡ଼ ପର୍ବତକୁ ଖୋଳିବ ଠିକ? ହିମାଳୟ ପାର୍ବତ୍ୟାଞ୍ଚଳକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ପଡିବ। ଯୋଶୀମଠ ଠାରେ ଘଟିଥିବା ଘଟଣା ହଠାତ୍ ହୋଇନାହିଁ। ଏହା ପଛରେ ଅନେକ କାରଣ ଥାଇପାରେ।

Joshimath Sinking: ଯୋଶୀମଠ ସଙ୍କଟ ଏକ 'ଟ୍ରେଲର', 'ବିପଦ ଘଣ୍ଟି' ବଜାଇଲା ହିମାଳୟ! ଆଗକୁ ଆସିପାରେ ବଡ଼ ବିପଦ

Joshimath Sinking Update: ଉତ୍ତରାଖଣ୍ଡ ଯୋଶୀମଠ ଠାରେ ଜମି ଧସିଯିବା ଘଟଣା ଏବେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରାୟ ୬ ଶହରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି। ଉତ୍ତର ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡ ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ। ଯେଉଁଠାରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିବା କୌଣସି ନୂଆ କଥା ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଶୀମଠ ଠାରେ ଘଟିଥିବା ଘଟଣା ହଠାତ୍ ହୋଇନାହିଁ। ଏହା ପଛରେ ଅନେକ କାରଣ ଥାଇପାରେ।

ସ୍ଥାନୀୟ ଲୋକଙ୍କ କହିବା କଥା ପାହାଡରେ ବିକାଶ ନାମରେ ହେଉଥିବା ଖଣି ଖନନ ହେଉଛି ଏହାର ମୁଖ୍ୟ କାରଣ। ବିକାଶ ନାମରେ ପ୍ରାକୃତିକ ସମ୍ପଦର ଉତ୍ତୋଳନ କରାଯାଉଛି। ହେଲେ ଏହା ସତ୍ୟ ଯେ ବଞ୍ଚିବା ପାଇଁ ମଣିଷ ବିକାଶକୁ ଏକ ମୁଖ୍ୟ କାରକ ଭାବେ ଗ୍ରହଣ କରିଛି। ହେଲେ ଯେତେବେଳେ ଯୋଶୀମଠ ଅଞ୍ଚଳରେ ହଠାତ ଜମି ଧସିବା ଘଟଣା ଘଟିଲା, ସେତେବେଳେ ସମସ୍ତେ ଜାଗ୍ରତ ହୋଇଗଲେ। ପ୍ରଶ୍ନ ଉଠୁଛି ଯେ କ'ଣ ବିକାଶ ନାମରେ ପାହାଡ଼ ପର୍ବତକୁ ଖୋଳିବ ଠିକ? ହିମାଳୟ ପାର୍ବତ୍ୟାଞ୍ଚଳକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ପଡିବ।

ଗତ ୧୯୭୬ ମସିହାର ମିଶ୍ର କମିଶନ ରିପୋର୍ଟ ଠାରୁ ୨୦୦୬ ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଳୟ ଭୂବିଜ୍ଞାନ ରିପୋର୍ଟ ପର୍ଯ୍ୟନ୍ତ ଯୋଶୀମଠ ବିଷୟରେ ଅନେକ ପୂର୍ବାନୁମାନ କରାଯାଇଥିଲା। କୌଣସି ପ୍ରକାରର ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରିବା ନେଇ ଚେତାବନୀ ମଧ୍ୟ ଦିଆଯାଇଥିଲା। କାରଣ ଏପରି କାମ କରିବା ଦ୍ୱାରା ଏହି ଅଞ୍ଚଳ ଅସୁରକ୍ଷିତ ହୋଇପାରେ। ତଥାପି ବିକାଶ ପାଇଁ ଏଠାରେ ଲୋକଙ୍କ ଜୀବନ ସହିତ ଖେଳାଯାଉଛି। ଭୂକମ୍ପ ଜୋନ୍ ମଧ୍ୟରେ ଯୋଶୀମଠ ରହିଥିଲେ ମଧ୍ୟ ଏଠାରେ ସୁଡଙ୍ଗ ପାଇଁ ପାହାଡରେ ବିସ୍ଫୋରଣ କରାଯାଉଛି। ଏଠାରେ ରାସ୍ତା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଉଛି। ରିପୋର୍ଟ ଅଣଦେଖା କରି ଏଠାରେ ବନ୍ଧ ନିର୍ମାଣ କରାଯାଇଥିଲା। ଯାହାର ପରିଣାମ ସ୍ୱରୂପ ଯୋଶୀମଠ ଏବେ ଧ୍ୱଂସ ହେବା ପଥରେ ଛିଡ଼ା ହୋଇଛି। 

ଅତୀତରେ ହିମାଳୟ ପାର୍ବତ୍ୟାଞ୍ଚଳର ବିକାଶ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ହେଲେ ବର୍ତ୍ତମାନ ସମୟରେ ଏହି ଅଞ୍ଚଳକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ହେବ। ଯଦି ଯୋଶୀମଠ ଅଞ୍ଚଳକୁ ବଞ୍ଚାଇବାକୁ ହୁଏ, ତାହେଲେ ହିମାଳୟ ପାର୍ବତ୍ୟାଞ୍ଚଳରେ ହେଉଥିବା ବିକାଶ କାର୍ଯ୍ୟରେ ଜଡିତ ଅନୁଷ୍ଠାନ ଏବଂ ଅଧିକାରୀଙ୍କୁ ସେମାନଙ୍କ ଯୋଜନା ପରିବର୍ତ୍ତନ କରିବାକୁ ହେବ। ପ୍ରଶ୍ନ ଉଠୁଛି ଯେ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶ ପରିଯୋଜନାକୁ ବନ୍ଦ କରାଦେବା ଆବଶ୍ୟକ? ଏନେଇ ଅନୁସନ୍ଧାନ କାର୍ଯ୍ୟକୁ ଆଗକୁ ନେବା ଏବଂ ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ହେଉଛି ବର୍ତ୍ତମାନ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ହିମାଳୟ ପାହାଡରେ ହେବାକୁ ଥିବା ବିନାଶକୁ ସହ୍ୟ କରିପାରିବ ନାହିଁ। ଯୋଶୀମଠ ଘଟଣାରୁ ଶିକ୍ଷା ଗ୍ରହଣ କରି ରାଜ୍ୟ ସରକାର ଅନ୍ୟ ପାହାଡ଼ିଆ ଅଞ୍ଚଳ ବିଷୟରେ ମଧ୍ୟ ସଚେତନ ରହିବା ଆବଶ୍ୟକ। କେବଳ ଯୋଶୀମଠ ଉପରେ ଧ୍ୟାନ ଦେଇ ସମସ୍ୟାର ସମାଧାନ କରିହେବ ନାହିଁ। 

ସମଗ୍ର ହିମାଳୟ ଅଞ୍ଚଳ ବିଷୟରେ ଦେଶକୁ ପୁନର୍ବିଚାର କରିବାକୁ ହେବ। କାରଣ ସାମରିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ଆବଶ୍ୟକତା ସର୍ବାଧିକ ରହିଛି। ସ୍ଥାନୀୟ ଲୋକଙ୍କ ପାଇଁ ସୁରକ୍ଷା ସହିତ ଅନ୍ୟ ବିଷୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହା କେବଳ ସରକାରଙ୍କ କାମ ନୁହେଁ। ରାଜ୍ୟ ସରକାର ମାନଦଣ୍ଡ ସ୍ଥିର କରିପାରନ୍ତି। ମାନବୀୟ ଆଚରଣ ପରିବର୍ତ୍ତନ କରି ହିମାଳୟ ଅଞ୍ଚଳରେ ସୃଷ୍ଟି ହେଉଥିବା ବିପଦକୁ ହ୍ରାସ କରାଯାଇ ପାରିବ। କଟୁ ସତ୍ୟଏହା ଯେ ବିକାଶ ନାମରେ ମଣିଷ ବିଳାସକୁ ପ୍ରୋତ୍ସାହିତ କରିଥିଲା। ଆଉ ଯାହାର ଫଳସ୍ୱରୂପ ଆଜି ଯୋଶୀମଠ ଭଳି ଏକ ସୁନ୍ଦର ସହରକୁ ବିନାଶ ପଥରେ ଆଗକୁ ବଢୁଛି।ବିକାଶ ଏବଂ ବିଳାସପୂର୍ଣ୍ଣତା ସ୍ଥାନୀୟ ଲୋକ ଏବଂ ଏଠାକାର ଜୈବ ବିବିଧତାକୁ ବୁଡ଼ାଇ ଦେଇଛି। ଦେଶର ବିକାଶ କେବଳ ବଡ଼ ଅଟ୍ଟାଳିକା ଏବଂ ଚମତ୍କାର ରାସ୍ତା ଦ୍ୱାରା ମାପ କରାଯାଇପାରିବ ନାହିଁ। ଯଦି ଦେଶ ଏବଂ ଦେଶବାସୀଙ୍କୁ ସୁରକ୍ଷିତ ରହିବାକୁ ହେବ, ତାହେଲେ ଆମକୁ ପ୍ରକୃତିକୁ ବଞ୍ଚାଇବାକୁ ହେବ। ହିମାଳୟକୁ ବୁଝିବାକୁ ହେବ।