ISRO ର ଆଉ ଏକ ବଡ ସଫଳତା, ହାଲୋ କକ୍ଷପଥ ଗୋଟିଏ ରାଉଣ୍ଡ ପୂରା କଲା ଆଦିତ୍ୟ-L1
Advertisement
Article Detail0/zeeodisha/odisha2318557

ISRO ର ଆଉ ଏକ ବଡ ସଫଳତା, ହାଲୋ କକ୍ଷପଥ ଗୋଟିଏ ରାଉଣ୍ଡ ପୂରା କଲା ଆଦିତ୍ୟ-L1

Aditya L1 Mission Update: ଆଦିତ୍ୟ L1 ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ। ଯିଏ ସୂର୍ଯ୍ୟ ନିକଟରେ L1 ପଏଣ୍ଟରେ ରହି ସୂର୍ଯ୍ଯ ଉପରେ ଅଧ୍ୟୟନ କରୁଛି। ଆଦିତ୍ୟ L1 ଏପର୍ଯ୍ୟନ୍ତ ISRO କୁ ଅନେକ ପ୍ରକାରର ତଥ୍ୟ ପଠାଇଛି।

 

ISRO Aditya L-1 Halo Orbit

ISRO Aditya L-1 Halo Orbit: ଭାରତର ସୂର୍ଯ୍ୟଯାନ ଆଦିତ୍ୟ L1 ମହାକାଶରେ ଆଉ ଏକ ଇତିହାସ ସୃଷ୍ଟି କରିଛି। ଆଦିତ୍ୟ L1 ଏହାର ପ୍ରଥମ ହାଲୋ କକ୍ଷପଥ ପୂରା କରିଛି। ଏହା ହେଉଛି ଆଦିତ୍ୟ L1 ର ପ୍ରଥମ ରାଉଣ୍ଡ। ଆଦିତ୍ୟ L1 ମିଶନର ଏହି ସଫଳତା ବିଷୟରେ ସୂଚନା ଦେଇ ISRO ଟ୍ୱିଟ୍ କରି କହିଛି, "ଆଜି L1 ପଏଣ୍ଟରେ ଆଦିତ୍ୟ- L1 ଏହାର ପ୍ରଥମ ହାଲୋ କକ୍ଷପଥ ପୂରା କରିଛି। ୬ ଜାନୁଆରୀ ୨୦୨୪ ରେ ଏହାର ପ୍ରବେଶ ପରେ ଗୋଟିଏ ରାଉଣ୍ଡ ସଂପୂର୍ଣ୍ଣ କରିବାକୁ ୧୭୮ ଦିନ ଲାଗିଥିଲା।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ୱାରା ପରିକଳ୍ପିତ ଏବଂ ବିକଶିତ ହୋଇଥିବା ସୌର ବାତାବରଣକୁ ଅଧ୍ୟୟନ କରିବା ପାଇଁ ଆଦିତ୍ୟ- L1 ହେଉଛି ଏକ କରୋନାଗ୍ରାଫି ମହାକାଶଯାନ। ପୃଥିବୀ ଏଓସୂର୍ଯ୍ୟ ମଧ୍ୟରେ ଲାଗ୍ରେଞ୍ଜ ପଏଣ୍ଟ 1 (L1) ଚାରିପାଖରେ ଏହା ଏକ ହାଲୋ କକ୍ଷପଥରେ ରାଉଣ୍ଡ ଲଗାଛି, ଯେଉଁଠାରେ ଏହା ସୌର ବାୟୁମଣ୍ଡଳ, ସୌର ଚୁମ୍ବକୀୟ ଝଡ ଓ ପୃଥିବୀ ଆଖପାଖରେ ଥିବା ପରିବେଶ ଉପରେ ଏହାର ପ୍ରଭାବର ଗବେଷଣା କରିଥାଏ।

ଆଦିତ୍ୟ L1 ମିଶନର ଏହି ସଫଳତା ବିଷୟରେ ସୂଚନା ଦେଇ ISRO ଟ୍ୱିଟ୍ କରି କହିଛି, " ଆଜି L1 ପଏଣ୍ଟରେ ଆଜି ଆଦିତ୍ୟ- L1 ଏହାର ପ୍ରଥମ ହାଲୋ କକ୍ଷପଥର ଗୋଟିଏ ରାଉଣ୍ଡ ପୂରା କରିଛି। ୬ ଜାନୁଆରୀ ୨୦୨୪ ରେ ଏହାର ପ୍ରବେଶ ପରେ ଗୋଟିଏ ରାଉଣ୍ଡ ପୂରା କରିବାକୁ ୧୭୮ ଦିନ ସମୟ ଲାଗିଥିଲା ।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ୱାରା ପରିକଳ୍ପିତ ଓ ବିକଶିତ ହୋଇଥିବା ଏହି ସୌର ବାୟୁମଣ୍ଡଳକୁ ଗବେଷଣା କରିବା ପାଇଁ ଆଦିତ୍ୟ-L1 ହେଉଛି ଏକ କରୋନାଗ୍ରାଫି ମହାକାଶଯାନ। ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଲାଗ୍ରେଞ୍ଜ ପଏଣ୍ଟ 1 (L1) ଚାରିପାଖରେ ଏହା ଏକ ହାଲୋ କକ୍ଷପଥରେ ଘୂର୍ଣ୍ଣନ କରୁଛି, ଯେଉଁଠାରେ ଏହା ସୌର ବାୟୁମଣ୍ଡଳ, ସୌର ଚୁମ୍ବକୀୟ ଝଡ ଓ ପୃଥିବୀ ଆଖପାଖରେ ଥିବା ପରିବେଶ ଉପରେ ଏହାର ପ୍ରଭାବକୁ ନେଇ ଗବେଷଣା କରିଥାଏ।