Crime News: ଆମେରିକା ଜଙ୍ଗଲରୁ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ
Advertisement

Crime News: ଆମେରିକା ଜଙ୍ଗଲରୁ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

Crime News: ମୃତ ଛାତ୍ରଙ୍କ ନାମ ପି ଅଭିଜିତ ହୋଇଥିବାବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୁରିପାଲେମର ଅଞ୍ଚଳରେ । ଅଭିଜିତ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ପାଠ ପଢୁଥିଲେ । ତେବେ ଅଭିଜିତଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବା ସମୟରେ କୁହାଯାଉଛି ଯେ, ହୁଏତ ତାଙ୍କଠାରୁ ଲୁଟ୍ କରାଯାଇ ହତ୍ୟା କରାଯାଇଛି

Crime News: ଆମେରିକା ଜଙ୍ଗଲରୁ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ:  ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରଙ୍କ ବୟସ ମାତ୍ର ୨୦ ବୋଲି ସୂଚନା ମିଳିଛି । ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଏକ ଭଙ୍ଗା କାର ମଧ୍ୟରେ ମୃତଦେହ ଦେଖିବା ପରେ ଏହା ଅନୁମାନ କରାଯାଉଛି ଯେ, ବୋଧହୁଏ କେହି ହତ୍ୟା କରି ତାଙ୍କୁ ଜଙ୍ଗଲରେ ଫିଙ୍ଗିଦେଇଛି ।

ମିଳିଥିବା ସୂଚନା ମୁତାବକ, ମୃତ ଛାତ୍ରଙ୍କ ନାମ ପି ଅଭିଜିତ ହୋଇଥିବାବେଳେ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବୁରିପାଲେମର ଅଞ୍ଚଳରେ । ଅଭିଜିତ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ପାଠ ପଢୁଥିଲେ । ତେବେ ଅଭିଜିତଙ୍କୁ କିଏ ଏବଂ କେଉଁ କାରଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବା ସମୟରେ କୁହାଯାଉଛି ଯେ, ହୁଏତ ତାଙ୍କଠାରୁ ଲୁଟ୍ କରାଯାଇ ହତ୍ୟା କରାଯାଇଛି । ଏଥିସହ ଅଭିଜିତଙ୍କ କିଛି ସାଙ୍ଗ ମଧ୍ୟ ଏହା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସତ କଣ ତାହା ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ।

ଅଭିଜିତଙ୍କ ପରିବାରରେ ତାଙ୍କ ବାପା ପାରୁଚୁରୀ ଚକ୍ରଧର ଓ ମାଆ ଶ୍ରୀ ଲକ୍ଷ୍ମୀ ରୁହନ୍ତି । ଅଭିଜିତ ଘରର ଏକମାତ୍ର ପୁଅ ଥିଲେ । ପିଲାଟିବେଳରୁ ଖୁବ ମେଧାବୀ ଛାତ୍ର ଥିଲେ ଅଭିଜିତ । ପୁଅର ମୃତ୍ୟୁ ପରେ ଏବେ ଘରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Also Read- ସୁନ୍ଦରଗଡ଼ରେ ମହାବଳ, ସ୍ୱାଗତ କଲା ବନ ବିଭାଗ

Also Read- ଟ୍ରକ୍‌ ଧକ୍କାରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା