TOP 10 NEWS TODAY: ଓଡ଼ିଶାରେ ପ୍ରଚାର ଆରମ୍ଭ କଲେ ଜେପି ନଡ୍ଡା-ରାହୁଲ ଗାନ୍ଧୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2226344

TOP 10 NEWS TODAY: ଓଡ଼ିଶାରେ ପ୍ରଚାର ଆରମ୍ଭ କଲେ ଜେପି ନଡ୍ଡା-ରାହୁଲ ଗାନ୍ଧୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର


Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।     

TOP 10 NEWS TODAY: ଓଡ଼ିଶାରେ ପ୍ରଚାର ଆରମ୍ଭ କଲେ ଜେପି ନଡ୍ଡା-ରାହୁଲ ଗାନ୍ଧୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 28 April | Evening

1.BJP President JP Nadda Election Campaign 2024 Odisha: ରବିବାର ଦିନ ବହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ "ବିଜୟ ସଂକଳ୍ପ ସମାବେଶ"କୁ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ଆଜି ସମ୍ବୋଧନ କରିଥିଲେ। ଜେପି ନଡ୍ଡା ବ୍ରହ୍ମପୁର ଏହି ସମାବେଶରେ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିଥିଲେ। ନିଜ ଭାଷଣରେ ସେ ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଓଡ଼ିଶାରେ ବିଜେପି ସରକାର ହେବା ଦରକାର ବୋଲି କହିଥିଲେ। ନଡ୍ଡା ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କ’ଣ ଥିଲା ମନେ ପକାନ୍ତୁ ବୋଲି ନିଜ ଭାଷଣରେ କହିଥିଲେ। ସେ କହିଥିଲେ ଏଠାରେ କିଛି ବଦଳିବ ନାହିଁ, ଏମିତି ରହିବ ବୋଲି ସମସ୍ତେ ଭାବୁଥିଲେ କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି।

2.Rahul Gandhi Election Campaign 2024 Odisha: ଓଡ଼ିଶା ମାଟିରେ ମୁଖ୍ୟମନ୍ତ୍ରୀ ସମେତ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ସାଲେପୁରରେ ଅନୁଷ୍ଠିତ ସମାବେଶରେ ରାହୁଲ କହିଛନ୍ତି ଯେ, ନବୀନ ବାବୁ ପାଟନରସିପ୍ କରିଛନ୍ତି। ଆଦାନୀଙ୍କୁ ରାଜ୍ୟ ଦେଇ ଦେଇଛନ୍ତି। ରାଜ୍ୟକୁ ଚଳାଉଛନ୍ତି PANN ଅର୍ଥାତ ପାଣ୍ଡିଆନ, ଅମିତ ଶାହ, ନରେନ୍ଦ୍ର ମୋଦୀ ଏବଂ ନବୀନ ପଟ୍ଟନାୟକ। ଆପଣଙ୍କ ପୂରା ଧନ ଚୋରୀ କରାଯାଇଛି ବୋଲି ରାହୁଲ ସାଧାରଣ ସଭାରେ କହିଛନ୍ତି। ଚାଷୀଙ୍କ ଜମିଠୁ ଆରମ୍ଭ କରି ବୃକ୍ଷରୋପଣ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ରାଜ୍ୟବାସୀଙ୍କୁ ଲୁଟାଯାଇଛି। ଯେବେ ଏଠାରେ କଂଗ୍ରେସ ସରକାର ଆସିବ ସେତେବେଳେ ଆପଣଙ୍କୁ ସମସ୍ତ ଟଙ୍କା ଫେରସ୍ତ କରାଯିବା ପ୍ରକ୍ରିୟା ଆରମ୍ଭ କରାଯିବ। ଆପଣ ହେଉଛନ୍ତି ଦେଶର ପ୍ରଥମ ମାଲିକ। ଏ ମାଟି ଆପଣଙ୍କର ଥିଲା ଏ ମାଟି, ଜଙ୍ଗଲ, ପାଣିର ହକ୍ କଂଗ୍ରେସ ଦଳ ଗ୍ୟାରେଣ୍ଟି ସହ ଆପଣଙ୍କୁ ଫେରେଇଦେବ।

3. Powerful Tornado Devastation in US: ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା ରାଜ୍ୟର ତାଣ୍ଡବ ରଚିଛି ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ। ଯାହାର ଅନେକ ଭିଡି଼ଓ ଏବେ ସୋସିଆଲ ମିଡିଆ ଦ୍ୱାରା ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ତାହା ଦେଖିବାକୁ ମିଳୁଛି। ଘୂର୍ଣ୍ଣିବଳୟ ସହ ଧକ୍କା ହେବା ପରେ ସବୁକିଛି ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି। ଏପରିକି ରାଜରାସ୍ତାରେ ଏକ ଟ୍ରଲର ଓଲଟି ପଡ଼ିଛି।
 
4. Pakistan Deputy PM Ishaq Dar: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ସରକାର। ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରିଛନ୍ତି ଦେଶର ସରକାର। ପାକିସ୍ତାନ କ୍ୟାବିନେଟ ଡିଭିଜନ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଏହି ନିଯୁକ୍ତି ଦେଇଛନ୍ତି। ଏହି ବିଜ୍ଞପ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। 

5. Onion Export From India: ପିଆଜ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଗତ ବର୍ଷ ଡିସେମ୍ବର ୮ ତାରିଖରୁ ଭାରତରୁ ପିଆଜ ରପ୍ତାନୀ ଉପରେ କଟକଣା ଲଗାଯାଇଥିଲା। ହେଲେ ବର୍ତ୍ତମାନ ସରକାର ପିଆଜ ରପ୍ତାନୀ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଏକ ପ୍ରକାର ହଟାଇ ଦେଇଛନ୍ତି। ବିଦେଶକୁ ପିଆଜ ରପ୍ତାନୀ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଭାରତ ବର୍ତ୍ତମାନ ଏହାର ୬ ପଡୋଶୀ ଦେଶକୁ ପିଆଜ ରପ୍ତାନୀ କରିବ। ଏହା ପୂର୍ବରୁ ସରକାର ମଧ୍ୟ ପୂର୍ବ ଏବଂ କିଛି ୟୁରୋପୀୟ ଦେଶକୁ ୨୦୦୦ ଟନ୍ ଧଳା ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଥିଲେ।
 
6. Indian Railway Ticket Cancellation Fee: ରେଳବାଇ ଏହାର ନିୟମରେ ଏକ ବଡ଼ ପରିବର୍ତ୍ତନ କରି ୱେଟିଂ ଏବଂ ଆରଏସି ଟିକେଟ୍ ବାତିଲ କରିବା ପାଇଁ ଅତିରିକ୍ତ ଦେୟ ହଟାଇବାକୁ ନିଷ୍ପତ୍ତି ନେଇଛି। ଯାହା ପରେ ଯଦି ଆପଣ ଆପଣଙ୍କ ୱେଟିଂ ଟିକେଟ୍ ବାତିଲ୍ କରନ୍ତି କିମ୍ବା ଯଦି ଏହା ବାତିଲ୍ ହୋଇଯାଏ, ତାହେଲେ ସୁବିଧା ଶୁଳ୍କ ନାମରେ ଯାତ୍ରୀଙ୍କ ଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ। ରେଳବାଇ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ଟିକେଟ୍ ବାତିଲ କରିବା ପାଇଁ ଯାତ୍ରୀଙ୍କ ପାଖରୁ ୬୦ ଟଙ୍କା ଆଦାୟ କରାଯିବ।

7. Rae Bareli Lok Sabha Seat UP: ବିଜେପି ଅସନ୍ତୁଷ୍ଟ ରହିଥିବା ଦଳୀୟ ବରୁଣ ଗାନ୍ଧୀ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଗାନ୍ଧୀ-ନେହେରୁ ପରିବାରର ପାରମ୍ପାରିକ ଗଡ଼ ରାଏବରେଲି ଆସନ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ବରୁଣ ଗାନ୍ଧୀ ଦଳ ପକ୍ଷରୁ ଦିଆୟାଇଥିବା ପ୍ରସ୍ତାବକୁ ମନା କରିଦେଇଛନ୍ତି। ଯେଉଁ ଆସନର ସାଂସଦ ଏବେ ସୋନିଆ ଗାନ୍ଧୀ ଅଛନ୍ତି। ଏଥର ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିବାର କୁହାଯାଏ। ଏଭଳି ପରିସ୍ଥିତିରେ ପରିବାରରେ ଏକତା ବଜାୟ ରଖିବା ପାଇଁ ବରୁଣ ଗାନ୍ଧୀ  ରାଏବରେଲି ଆସନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଉଚିତ୍ ବୋଲି ବିବେଚନା କରିଛନ୍ତି।

8. Weather Updates: ଆଜି ତାତିରୁ ନିସ୍ତାର ମିଳୁନଥିବା ସମୟରେ ବାଟୋଇ ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି। ଗରମ ଗୁଳୁଗୁଳିରେ ସାରା ରାଜ୍ୟର ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି। ରବିବାର ଦିନ ୨ ଟା ୩୦ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରରେ ୪୩.୨°, କେନ୍ଦୁଝରରେ ୪୨.୭°, ଚାନ୍ଦବାଲିରେ ୪୨.୨ °, ବାଲେଶ୍ୱରରେ ୪୧.୪°, ରାଉରକେଲାରେ ୪୦.୬°, ଝାରସୁଗୁଡାରେ ୩୯.୯°, ସମ୍ବଲପୁରରେ ୩୯.୪°, ହୀରାକୁଦରେ ୩୭.୮°, ପୁରୀରେ ୩୪.୯ °, ଗୋପାଳପୁରରେ ୩୪.୨°, ପାରାଦୀପରେ ୩୩.୪° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

9.GT vs RCB Match Highlights 2024: ଅପ୍ରେଲ ୨୮ ତାରିଖ ରବିବାର ଅହମ୍ମଦବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜି ଖେଳାଯାଇଥିବା ୪୫ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ୨୦୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୨୦ ଓଭର ରେ ଗୋଟିଏ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବେଙ୍ଗାଲୁରୁ ଟିମ୍ ୯ ୱିକେଟ୍ ରେ ଗୁଜୁରାଟ ଦଳକୁ ପରାସ୍ତ କରିଛି। 

10. GT vs RCB Match Highlights 2024: ଅପ୍ରେଲ ୨୮ ତାରିଖ ରବିବାର ଚେନ୍ନାଇ ଚିଦାମ୍ବରମ୍ ଠାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଏବଂ ସନ୍ ରାଇଜର୍ସ ହାଇଦ୍ରବାଦ। ଆଜି ଖେଳାଯାଇଥିବା ୪୬ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା। ୨୧୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରବାଦ ୪ ଓଭର ଖେଳ ପର୍ଯ୍ୟନ୍ତ ୩ ୱିକେଟ ହରାଇ ୪୨ ରନ୍ ସଂଗ୍ରହ କରିଛି।