Heat Wave: ଆହୁରି ୩ ଦିନ ଜଳିବ ଓଡ଼ିଶା! ଆଜି ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha2226514

Heat Wave: ଆହୁରି ୩ ଦିନ ଜଳିବ ଓଡ଼ିଶା! ଆଜି ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

Heat Wave: ରବିବାର ୨୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ଼ କରାଯାଇଥିବା ବେଳେ ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଅନୁଗୋଳ ଲଗାତର ତୃତୀୟ ଦିନ ପାଇଁ ୪୪.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲାବେଳେ ରବିବାର ମଧ୍ଯ ଦେଶରେ ତୃତୀୟ ସ୍ଥାନରେ ରହିଥିଲା ।

Heat Wave: ଆହୁରି ୩ ଦିନ ଜଳିବ ଓଡ଼ିଶା! ଆଜି ଏହିସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

Heat Wave: ରାଜ୍ୟରେ ଅସହ୍ୟ କରୁଛି ତାତି । ସକାଳୁ ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସ୍ଥିତି ଏପରି ହେଉଛି ଯେ, ଦିନ ୧୧ଟା ବେଳକୁ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର ହେଉଛି । ରବିବାର ୨୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ଼ କରାଯାଇଥିବା ବେଳେ ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଅନୁଗୋଳ ଲଗାତର ତୃତୀୟ ଦିନ ପାଇଁ ୪୪.୩ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲାବେଳେ ରବିବାର ମଧ୍ଯ ଦେଶରେ ତୃତୀୟ ସ୍ଥାନରେ ରହିଥିଲା ।

ଖବର ଅନୁଯାୟୀ, ରାଜ୍ୟକୁ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଉଷ୍ମ  ବାୟୁ ପ୍ରବାହ କରୁଛି । ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ । ଫଳରେ ଉତ୍ତାପ ବୃଦ୍ଧି ପାଉଛି । ଉଷ୍ମ  ଶୁଷ୍କ ବାୟୁ ପ୍ରବାହ ଫଳରେ ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ତେବେ ସପ୍ତାହେ ହେବ ଏପରି ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗକୁ ଆହୁରି ୩ ଦିନ ଏପରି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।  ତେବେ ଆଗାମୀ ୨ ଦିନ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସୋମବାର, ଖାସ୍ କରି ଅନୁଗୁଳ, ବୌଦ୍ଧ, ବାରିପଦା ଓ ଭବାନୀପାଟଣାରେ ତାପମାତ୍ରା ୪୫ ଡିଗ୍ରୀ ଓ ଭୁବନେଶ୍ବର, ମାଲକାନଗିରି, ଟିଟିଲାଗଡ଼, ବଲାଙ୍ଗୀର, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ରାଉରକେଲା, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ସୋନପୁର, ପାରଳାଖେମୁଣ୍ଡି, ଭଦ୍ରକରେ ତାପମାତ୍ରା ୪୩ ଓ ୪୪ ଡିଗ୍ରୀ ମଧ୍ୟରେ ରହିବ। ଅନ୍ୟପଟେ ମଙ୍ଗଳବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଢେଙ୍କାନାଳରେ ଅଧିକ ତାତି ଅନୁଭୂତ ହେବା ସହ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରାଯାଇଛି ।