Indian Railway: ଟ୍ରେନ ଟିକେଟ ବ୍ୟତୀତ ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା; ଜାଣନ୍ତୁ କିପରି ଉଠାଇବେ ଲାଭ
Advertisement
Article Detail0/zeeodisha/odisha1775225

Indian Railway: ଟ୍ରେନ ଟିକେଟ ବ୍ୟତୀତ ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା; ଜାଣନ୍ତୁ କିପରି ଉଠାଇବେ ଲାଭ

Indian Railway Free Service: କ'ଣ ଆପଣ ଜାଣିଛନ୍ତି ଏକ ବୈଧ ଟ୍ରେନ ଟିକେଟ ବୁକିଂ କରିଛନ୍ତି ତାହେଲେ ଆପଣଙ୍କୁ ଅନେକ ସୁବିଧା ମାଗଣାରେ ମିଳିପାରିବ। ଟ୍ରେନ୍ ଟିକେଟ୍ ବୁକିଂ କରିବା ଦ୍ୱାରା ଆପଣଙ୍କୁ କେଉଁ ସୁବିଧା ମାଗଣାରେ ମିଳିପାରିବ, ସେ ସମ୍ପର୍କରେ ଜାଣନ୍ତୁ।

 

Indian Railway: ଟ୍ରେନ ଟିକେଟ ବ୍ୟତୀତ ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା; ଜାଣନ୍ତୁ କିପରି ଉଠାଇବେ ଲାଭ

Indian Railway Free Facility: ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତାହେଲେ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍ ବୁକିଂ ଉପରେ ଅନେକ ପ୍ରକାରର ସୁବିଧା ମାଗଣାରେ ଉପଲବ୍ଧ ରହିଥାଏ। ହେଲେ ଅଧିକାଂଶ ଯାତ୍ରୀ ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ବାବଦରେ ଜାଣି ନାହାଁନ୍ତି। ଜଣେ ଟ୍ରେନ୍ ଟିକେଟ୍ କିଣିବା ପରେ ଏହି ସମସ୍ତ ମାଗଣା ସୁବିଧାର ଲାଭ ଉଠାଇ ପାରିବେ। ଟ୍ରେନ୍ ଟିକେଟ୍ ବୁକିଂ ଦ୍ୱାରା ଆପଣ କେଉଁ ସୁବିଧା ମାଗଣାରେ ମିଳିଥାଏ, ସେ ସମ୍ପର୍କରେ ଜାଣନ୍ତୁ।

ମାଗଣା ସୁବିଧାର ଲାଭ ଉଠାଇବା ପାଇଁ ଟ୍ରେନ ଟିକେଟ ପରୀକ୍ଷକଙ୍କ ସହ କରନ୍ତୁ ଯୋଗାଯୋଗ
ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ରେଳବାଇ ପାଖରୁ ମାଗଣା ଚିକିତ୍ସା ସୁବିଧା ପାଇଥାନ୍ତି। ଯଦି ଆପଣଙ୍କର ଯାତ୍ରା ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ, ତାହେଲେ ଆପଣଙ୍କୁ ରେଳବାଇ ଦ୍ୱାରା ମାଗଣାରେ ପ୍ରାଥମିକ ଚିକିତ୍ସା ସହାୟତା (Indian Railways First Aid) ପ୍ରଦାନ କରାଯାଇଥାଏ। ଏହି ମାଗଣା ଚିକିତ୍ସା ପାଇଁ ଆପଣଙ୍କୁ କେବଳ ଟ୍ରେନ ଟିକେଟ ପରୀକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ହେବ।

ଯାତ୍ରା ବେଳେ ପ୍ରତୀକ୍ଷାଳୟ ସୁବିଧା ଉଠାଇ ପାରିବେ ଯାତ୍ରୀ 
ଏହା ବ୍ୟତୀତ, ଯଦି ଟ୍ରେନ୍ ଅନେକ ଥର ବିଳମ୍ବ ହୁଏ, ତାହେଲେ ଆପଣ ମାଗଣା ପ୍ରତୀକ୍ଷାଳୟ କକ୍ଷର (Waiting Room Facility in Railway Station) ସୁବିଧା ମଧ୍ୟ ନେଇପାରିବେ। ଯଦି ଟ୍ରେନ ବିଳମ୍ବରେ ଚାଲୁଥାଏ ତାହେଲେ ଯାତ୍ରୀ ମାଗଣାରେ ପ୍ରତୀକ୍ଷାଳୟ କକ୍ଷର ସୁବିଧା ଉଠାଇ ପାରିବେ। ଏକ ବୈଧ ଟିକେଟ୍ ବୁକିଂ (Train Ticket Booking) କରିବା ପରେ, ଆପଣ ଟ୍ରେନ୍ ଆସିବାର ୨ ଘଣ୍ଟା ପୂର୍ବରୁ ଏବଂ ଯାତ୍ରା ଶେଷ ହେବାର ୨ ଘଣ୍ଟା ପରେ ଆପଣ ମାଗଣାରେ ପ୍ରତୀକ୍ଷାଳୟ କକ୍ଷ ବ୍ୟବହାର କରିପାରିବେ। ଯେଉଁଠାରେ, ଏହାର ସମୟ ରାତି ବେଳା ୬ ଘଣ୍ଟା ରହିଛି।

ଉପଲବ୍ଧ ହେବ ମାଗଣା ୱାଇ-ଫାଇ ସୁବିଧା
ଭାରତୀୟ ରେଳବାଇ ଏହାର ଯାତ୍ରୀଙ୍କୁ ମାଗଣା ୱାଇ-ଫାଇ ସୁବିଧା (Free WiFi Facility in Railway Station) ଯୋଗାଇଥାଏ। ଯେକୌଣସି ଯାତ୍ରୀ ବିନା ଅର୍ଥରେ ପ୍ଲାଟଫର୍ମ ଠାରେ ଅଧ ଘଣ୍ଟା ପାଇଁ ମାଗଣା ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଅଧ ଘଣ୍ଟା ପାଇଁ ମାଗଣା ଇଣ୍ଟରନେଟ୍ ସେବା (Free Internet Service in Railway Station) ବ୍ୟବହାର କରିବା ପରେ, ଯାତ୍ରୀ ରେଳ ଟେଲ ପାଖରୁ ନିଜ ପସନ୍ଦର ଯୋଜନା (Railtel Internet Plans) ନେଇପାରିବେ। ରେଲୱେ ପ୍ଲାଟଫର୍ମ ଠାରେ ୫ GB Data ୧୦ ଟଙ୍କା ଏବଂ ୧୦ GB Data ୧୫ ଟଙ୍କା ମୂଲ୍ୟରେ ଉପଲବ୍ଧ। ଯାହାର ଗୋଟିଏ ଦିନର ବୈଧତା ସହ ଏହାର ବେଗ ୩୪ MBPS ରହିଛି। ଏହା ବ୍ୟତୀତ ୨୦ ଟଙ୍କାରେ ୫ ଦିନ ପାଇଁ ୧୦ GB Data ଉପଲବ୍ଧ ରହିଛି। ଏହି ସୁବିଧା ଦେଶର ଅଧିକାଂଶ ରେଳ ଷ୍ଟେସନ ଠାରେ ମିଳିଥାଏ। 

ରଖିପାରିବେ ଆପଣଙ୍କ ଲଗେଜ୍  
ଏହା ବ୍ୟତୀତ ଆପଣ ସ୍ୱଳ୍ପ ପରିମାଣର ଟଙ୍କା ଦେଇ ରେଳ ଷ୍ଟେସନ ଠାରେ ଉପଲବ୍ଧ ହେଉଥିବା କ୍ଲକ ରୁମ୍ ସୁବିଧା (Cloakroom Facility in Railway Station) ନେଇପାରିବେ। ଆପଣ କ୍ଲକ ରୁମ୍ ବ୍ୟବହାର କରି ଆପଣଙ୍କ ବ୍ୟାଗ, ଟ୍ରାଭେଲ ବ୍ୟାଗ ଆଦି ରଖିପାରିବେ। କ୍ଲକ ରୁମ୍ ଲାଗି ପ୍ରଥମ ୨୪ ଘଣ୍ଟା ପାଇଁ ୧୫ ଟଙ୍କା ଚାର୍ଜ ଦେବାକୁ ହେବ। ଯେଉଁଥିରେ ଯାତ୍ରୀ ୟୁନିଟ୍ ପିଛା ୧୦ ଟଙ୍କା ଦେଇ ନିଜର ଲଗେଜ ରଖିପାରିବେ। ଏହା ପରେ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ, ୟୁନିଟ୍ ପିଛା ୨୦ ଏବଂ ୧୨ ଟଙ୍କା ଦେବାକୁ ହେବ।