Budget 2023: ସିଗାରେଟ୍ ମହଙ୍ଗା ଓ ମହିଳାଙ୍କ ଅଳଙ୍କାର ଶସ୍ତା, ବଜେଟରେ ଆଉ ସବୁ କ'ଣ ରହିଛି ମହଙ୍ଗା ଓ ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ
Advertisement

Budget 2023: ସିଗାରେଟ୍ ମହଙ୍ଗା ଓ ମହିଳାଙ୍କ ଅଳଙ୍କାର ଶସ୍ତା, ବଜେଟରେ ଆଉ ସବୁ କ'ଣ ରହିଛି ମହଙ୍ଗା ଓ ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ

India Budget Highlights 2023: ବଜେଟ୍ 2023 ରେ ମହିଳା ଅଳଙ୍କାର ଶସ୍ତା ହୋଇଛି । ଏଥି ସହିତ ବିଦେଶରୁ ଆସୁଥିବା ରୂପା ସାମଗ୍ରୀ, ପ୍ଳଟିନମ୍ ଓ ଏକ୍ସ-ରେ ମେସିନ୍ ମହଙ୍ଗା ହୋଇଛି । ଆସନ୍ତୁ ଜାଣିବା ବଜେଟରେ ଆଉ କ’ଣ ମହଙ୍ଗା ଓ ଶସ୍ତା ହୋଇଛି ।

ସାଙ୍କେତିକ ଛବି

India Budget Highlights 2023: ବଜେଟରେ କ’ଣ ମହଙ୍ଗା ଓ କ’ଣ ଶସ୍ତା ହୋଇଛି ତାହା ଜାଣିବାକୁ ଅଧିକ ସାଧାରଣ ଲୋକ ସବୁଠୁ ଅଧିକ ଆଗ୍ରହୀ ଥାନ୍ତି? ଏହାପରେ ସମସ୍ତଙ୍କ ନଜର ଇନକମ୍ ଟାକ୍ସ ସ୍ଲାବ (Income Tax Slab) ଉପରେ ଥାଏ । କହିରଖୁଛୁ ଯେ ଆୟକରରେ ରିହାତି (Income Tax) ପାଞ୍ଚ ଲକ୍ଷରୁ ସାତ ଲକ୍ଷକୁ ବୃଦ୍ଧି କରାଯାଇଛି, ଅର୍ଥାତ ବର୍ତ୍ତମାନ ସାତ ଲକ୍ଷ ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ଏଲଇଡି ଟିଭି, ମୋବାଇଲ୍ ଫୋନ୍, ଖେଳନା ସମେତ ଅନ୍ୟାନ୍ୟ ଜିନିଷର ମୂଲ୍ୟ ହ୍ରାସ ପାଇଛି । ସିଗାରେଟର ମୂଲ୍ୟ ବୃଦ୍ଧି ପାଇଛି । ଆମେ ନିମ୍ନରେ ଦେଇଥିବା ତାଲିକାରେ ଦେଖନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ଦେଶର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ସରକାରର ଶେଷ ପୂର୍ଣ୍ଣ ବଜେଟ୍ ହେବ । ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ବଡ ଘୋଷଣା କରାଯାଇଛି । କିନ୍ତୁ ସାଧାରଣ ଲୋକଙ୍କ ପାଇଁ କ’ଣ ଶସ୍ତା ହୋଇଛି ଓ କ’ଣ ମହଙ୍ଗା ହୋଇଛି, ଆସନ୍ତୁ ଜାଣିବା ...

ଶସ୍ତା ହେଲା ଏସବୁ ଜିନିଷ

  • ଏଲଇଡି ଟିଭି
  • ଖେଳନା
  • ମୋବାଇଲ୍ କ୍ୟାମେରା ଲେନ୍ସ 
  • ଇଲେକ୍ରୋନିକ୍ସ ଯାନ
  • ହୀରା ଅଳଙ୍କାର 
  • ଚାଷ ଉପକରଣ
  • ଲିଥିୟମ୍ ସେଲ୍ସ
  • ସାଇକେଲ

ମହଙ୍ଗା ହେଲା ଏସବୁ ଜିନିଷ

  • ସିଗାରେଟ୍
  • ମଦ
  • ଛତା
  • ବିଦେଶୀ ରୋଷେଇ ଚିମିନି
  • ସୁନା
  • ବିଦେଶରୁ ଆସୁଥିବା ସୁନା ଓ ରୂପା ସାମଗ୍ରୀ
  • ପ୍ଲାଣ୍ଟେନିୟମ
  • ଏକ୍ସ-ରେ ମେସିନ୍ 
  • ହୀରା

ବଜେଟ୍ ଉପସ୍ଥାପନ ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଶେଷ ପୂର୍ଣ୍ଣ ବଜେଟ୍ ସାଧାରଣ ଜନତାଙ୍କୁ ଆକର୍ଷିତ କରିବ । ଗୋଟିଏ ପଟେ ଯେଉଁଠାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯାଇମଛି, ଅନ୍ୟ ପଟେ କୃଷକ ଠାରୁ ଆରମ୍ଭ କରି ବେପାରୀ ଓ ଶ୍ରମିକ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ଲୋକମାନେ ବଜେଟରେ ଆରାମ ପାଇଛନ୍ତି । ମୋଟ ଉପରେ, ସାଧାରଣ ଜନତାଙ୍କ ପକେଟକୁ ଲକ୍ଷ୍ୟ ରଖି ଅର୍ଥମନ୍ତ୍ରୀଙ୍କ ୨୦୨୩-୨୪ ବଜେଟକୁ ଧ୍ୟାନ ଦିଆଯାଇଛି ବୋଲି କୁହାଯାଉଛି ।