Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଭୁବନେଶ୍ୱର ମଧ୍ୟ ବିଜେଡି ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ୬୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ବିଜୟଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
Headlines 02- ଜୟପୁରରେ ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମଧ୍ୟ ୩୦ ଜଣ ଲୋକ ଆଇସିୟୁରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ୯ ଜଣ ଭେଣ୍ଟିଲେଟରରେ ଅଛନ୍ତି । ଅନେକ ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ ।
Headlines 03- ୨ ଦିନିଆ କୁଏତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୁଏତରେ ଭାରତୀୟ ଶ୍ରମିକଙ୍କ ସହ ମୋଦୀ ବାର୍ତ୍ତାଳାପ କରିଛନ୍ତି । କ୍ୟାମ୍ପରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଓଡ଼ିଆ ଯୁବକଙ୍କ ସହ ମଧ୍ୟ କଥା ହୋଇଥିଲେ । ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ନେଇ ଧନ୍ୟବାଦ ଜଣାଇଛନ୍ତି ଯୁବକ । ଜୟ ଜଗନ୍ନାଥ କହି ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।
Headlines 04- ୨୦୨୫ ମାର୍ଚ୍ଚରେ ଲଞ୍ଚ୍ ହେବ ଇସ୍ରୋ ଓ ନାସାର ମିଳିତ ମିଶନ୍। ମହାକାଶକୁ ଯିବ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ବା ନିସାର୍ ସାଟେଲାଇଟ୍। ଭୂପୃଷ୍ଠରେ ପରିବର୍ତ୍ତନ ଉପରେ ନଜର ରଖିବ ଏହି ଆର୍ଥ ଅବଜର୍ଭିଂ ସାଟେଲାଇଟ୍ ।
Headlines 05- ନୂଆଦିଲ୍ଲୀରେ ଏକ ସ୍କୁଲକୁ ବୋମା ଧମକ ପଛରେ ୩ ଛାତ୍ରଙ୍କ ହାତ ରହିଥିବା ପୋଲିସ ସୂଚନା ଦେଇଛି । ସେମଧ୍ୟରେ ୨ ଭାଇଙ୍କ ସମେତ ୩ ଛାତ୍ର ରହିଛନ୍ତି । ପରୀକ୍ଷା ସ୍ଥଗିତ ପାଇଁ ୩ଜଣ ଛାତ୍ର ମିଳିମିଶି ଏପରି ଯୋଜନା କରିଥିବା କୁହାଯାଉଛି ।
Headlines 06- ରୁବେନଙ୍କ ବହିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ନବୀନ ବାବୁ ଓ ବିଜେଡିକୁ ଭଲଭାବେ ଜାଣିଛନ୍ତି ରୁବେନ ବାନାର୍ଜୀ । ପାଣ୍ଡିଆନଙ୍କ କୋଟେରୀ ବାବଦରେ ଯାହା ଲେଖିଛନ୍ତି ସେଥିରେ ଦ୍ବିମତ ନାହିଁ । ମୋର ଭୁଲନଥିବା ସତ୍ତ୍ବେ କୋଟେରୀ ଗ୍ରୁପ୍ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟିଥିଲା । ପାଣ୍ଡଆନଙ୍କ ପ୍ରତି ନବୀନ ବାବୁଙ୍କ ସମର୍ଥନ ରହିଥିଲା । କୋଟେରୀ ଗ୍ରୁପ୍ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସମୀର କହିଛନ୍ତି ।
Headlines 07- ସହର ଉପକଣ୍ଠ ଜମାଦାରପାଲି ନିକଟରେ ଥିବା ପାଣିପାଗ ବିଭାଗର ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ପାଣିପାଗ ଡଫ୍ଲର ରାଡ଼ାରର ସ୍ଥାପନା କାର୍ଯ୍ୟର ଶୁଭାରମ୍ଭ ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି ।
Headlines 08- ସୁନ୍ଦରଗଡ଼ ବଣାଇରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି । ଜଣକୁ କଚାଡ଼ି ମାରିଛି ଦନ୍ତା ହାତୀ। ଆଜି ସକାଳେ ବଣାଇ ରେଂଜ ଅଞ୍ଚଳର ଜକେଇକଳା ପଞ୍ଚାୟତ ସାହିରେ ଏପରି ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଫଳରେ ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ଦେଖିବାକୁ ମିଳିଛି ।
Headlines 09- ନୂଆବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପରୀକ୍ଷା ମୂଳକ ଭାବେ ଡିସେମ୍ୱର ୩୦ ଓ ୩୧ରେ ଧାଡ଼ି ଦର୍ଶନ କରାଯିବ । ସାତ ପାହାଚ ଦ୍ବାର ଦେଇ ପ୍ରବେଶ, ଘଣ୍ଟି ଏବଂ ଗାରଦ ଦ୍ବାରରେ ପ୍ରସ୍ଥାନ କରିବେ ଭକ୍ତ।
Headlines 10- ଆଜିଠୁ ବର୍ଷାର ପରିମାଣ କମିବ କିନ୍ତୁ କିଛି ଜିଲ୍ଲାରେ କୋହଲା ପାଗ ରହିବ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । କିନ୍ତୁ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ଆଜି ବର୍ଷା ହେବ ବୋଲି କୁହାଯାଇଛି ।
Also Read- BSNL Plan: ଜିଓ ଏବଂ ଏୟାରଟେଲକୁ ଝଟକା ଦେଲା ଏହି ପ୍ଲାନ, ମାସକୁ ମିଳିବ 5 ହଜାର GB Data