PM Modi US Visit: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଉତ୍ସାହିତ ହଲିଉଡ ଅଭିନେତ୍ରୀ ମେରି ମିଲବେନ
Advertisement
Article Detail0/zeeodisha/odisha1746258

PM Modi US Visit: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଉତ୍ସାହିତ ହଲିଉଡ ଅଭିନେତ୍ରୀ ମେରି ମିଲବେନ

Mary Millben on PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅବସରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ ଅଭିନୟ କରିବେ।

 

PM Modi US Visit: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଉତ୍ସାହିତ ହଲିଉଡ ଅଭିନେତ୍ରୀ ମେରି ମିଲବେନ

Hollywood Actress Mary Millben: ଦୁଇ ଦିନିଆ ସରକାରୀ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଯାତ୍ରା ଜୁନ୍ ୨୧ ତାରିଖରୁ ଆରମ୍ଭ ହେଉଛି। ଯେଉଁଠାରେ ସେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ପାଇଁ ଆମେରିକା ଠାରେ ବଡ ଧରଣର ପ୍ରସ୍ତୁତି ଚାଲିଛି। ଆମେରିକା ଗସ୍ତ ଅବସରରେ ସେଠାରେ ଆୟୋଜିତ ହେଉଥିବା ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଯେଉଁଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ ଅଭିନୟ କରିବେ। ଜାତୀୟ ସଂଗୀତ 'ଜନ ଗଣ ମନ' ଏବଂ 'ଓମ ଜୟ ଜଗଦୀଶ ହେରେ' ଗୀତ ଗାଇବା ପରେ ଭାରତ ବର୍ଷରେ ସୁନାମ ଅର୍ଜନ କରିଥିବା ମେରି ମିଳିତ ଜାତିସଂଘ ମୁଖ୍ୟାଳୟସ୍ଥିତ ଉତ୍ତର ଲନ ଠାରେ ଜୁନ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନବମ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ। 

ଭିଡ଼ିଓ ସେୟାର କଲେ ହଲିଉଡ ଅଭିନେତ୍ରୀ ମେରି ମିଲବେନ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ହଲିଉଡ ଅଭିନେତ୍ରୀ ମେରି ମିଲବେନ। ଏନେଇ ଅଭିନେତ୍ରୀ ଜଣଙ୍କ ଏକ ଭିଡିଓ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟରେ ସେୟାର କରିଛନ୍ତି। ଏନେଇ ମେରି ମିଲବେନ କହିଛନ୍ତି ଯେ ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ସାବା କୋରୋସି, ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏବଂ ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ପ୍ରଥମ କାର୍ଯ୍ୟକ୍ରମରେ ସ୍ୱାଗତ କରିଛନ୍ତି। ଯାହାକୁ ନେଇ ମୁଁ ବେଶ ଆଗ୍ରହୀ ରହିଛି।

 
 
 
 

 
 
 
 
 
 
 
 
 
 
 

A post shared by Mary Millben (@marymillben)

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦେଶର ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ଆମେରିକା ଠାରେ ପ୍ରସ୍ତୁତି ଚାଲିଛି। ଏନେଇ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ୨୨ ତାରିଖରେ ରାଜକୀୟ ରାତ୍ରୀଭୋଜନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରିତ କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ। ଏନେଇ ପ୍ରତିକ୍ରିୟା ରଖି ମେରି ମିଲବେନ କହିଛନ୍ତି ଯେ 'ନିମନ୍ତ୍ରଣ ପାଇଁ ମୁଁ ପରିଚାଳନା ସମିତିକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଚଳିତ ବର୍ଷର ଜି-୨୦ ଶିଖର ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ହେଉଛି "ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ। " ଏହି ବିବୃତ୍ତି ଅନୁଯାୟୀ ଆମେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବୁ। ଏହି ଉଦ୍ଦେଶ୍ୟ ଆମେରିକା ଏବଂ ଭାରତ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ସହଯୋଗର ଆତ୍ମାକୁ ପ୍ରତିଫଳିତ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ୱାଶିଂଟନ୍ ଠାରେ ପ୍ରବାସୀ ଭାରତୀୟଙ୍କ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୌରବର ବିଷୟ।