Shocking News: ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହେଲିକ୍ୟାପ୍ଟର, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1409535

Shocking News: ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହେଲିକ୍ୟାପ୍ଟର, ଭିଡ଼ିଓ ଭାଇରାଲ

Helicopter Crash in Ukraine: ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଏକ ହେଲିକପ୍ଟରଟି ରାଜରାସ୍ତାରେ ଚାଲୁଥିବା ଏକ ଗାଡ଼ି ସହ ଧକ୍କା ଦେବାକୁ ଯାଉଛି।

Shocking News: ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହେଲିକ୍ୟାପ୍ଟର, ଭିଡ଼ିଓ ଭାଇରାଲ

Helicopter Crash: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୮ ମାସ ପୂରଣ ହୋଇଯାଇଛି। ଏହି ଯୁଦ୍ଧ ସହ ଜଡିତ ଅନେକ ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ୟୁକ୍ରେନରୁ ଆସିଛି। ଏହି ଭିଡିଓ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୋଷ୍ଟ କରାଯାଇଛି। ଯେଉଁଥିରେ ଏକ ହେଲିକ୍ୟାପ୍ଟର ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଉଥିବାର ଦେଖିବାକୁ ମିଳୁଛି।

ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଏକ ହେଲିକପ୍ଟରଟି ରାଜରାସ୍ତାରେ ଚାଲୁଥିବା ଏକ ଗାଡ଼ି ସହ ଧକ୍କା ଦେବାକୁ ଯାଉଛି। ଏହି ଭିଡିଓ କ୍ୟାପସନରେ ଲେଖାଯାଇଛି ଯାହା ୟୁକ୍ରେନ ଆପଣଙ୍କୁ ସ୍ୱାଗତ କରୁଛି। ଗାଡି ଭିତରେ ଲଗାଯାଇଥିବା କ୍ୟାମେରା ଯୋଗେ ପୁରା ଘଟଣାକୁ କଏଦ କରାଯାଇଛି। ଭିଡିଓରେ ଉଭୟ ହେଲିକ୍ୟାପ୍ଟର ଏବଂ ରାସ୍ତାରେ ଯାଉଥିବା ଗାଡି ମଧ୍ୟରେ ଦୂରତା କମିବାରେ ଲାଗିଛି। ସ୍ଥିତି ଏପରି ହୋଇଥିଲା ଯେକୌଣସି ମୁହୂର୍ତ୍ତରେ ଗାଡି-ହେଲିକ୍ୟାପ୍ଟର ମଧ୍ୟରେ ଧକ୍କା ହୋଇଯାଇଥାନ୍ତା। ମାତ୍ର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏକ ବଡ ଏବଂ ଭୟଙ୍କର ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। 

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଯୋଗେ ସେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓ ୧.୩ ମିଲିୟନ ଥରରୁ ଅଧିକ ଥର ଦେଖାଯାଇ ସାରିଛି। କେବଳ ଏତିକି ନୁହେଁ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହି ଭିଡିଓକୁ ପସନ୍ଦ କରିବା ସହ ରିଟ୍ୱିଟ ମଧ୍ୟ କରିଛନ୍ତି। ଲୋକେ ଏହି ଭିଡ଼ିଓ ଦେଖିବା ପରେ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। 

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହେଲିକପ୍ଟର ପ୍ରାୟତଃ କମ୍ ଉଚ୍ଚତାରେ ଉଡୁଥିବାର ଦେଖିବାକୁ ମିଳୁଛି। ହେଲିକ୍ୟାପ୍ଟର କମ ଉଚ୍ଚତାରେ ଉଡ଼ିବାର ଅର୍ଥ ହେଉଛି ଶତ୍ରୁ ପକ୍ଷରୁ ରାଡାର କବଳରୁ ଦୂରେଇ ରହିବା। 

ଗତ ୧୭ ସୋମବାର ଋଷିଆର ଦକ୍ଷିଣ ଭାଗରେ ହୋଇଥିଲା ଏକ ଭୟାନକ ବିମାନ ଦୁର୍ଘଟଣା। ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ୟେସ୍କ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ସାମରିକ ବିମାନ। ଇଞ୍ଜିନ ବିଫଳ ହେବା ପରେ ସହରର ଏକ ଆବାସିକ କୋଠାରେ ପିଟି ହୋଇ ଯାଇଥିଲା ଏହି ବିମାନ। ଏହି ବିମାନ ଦୁର୍ଘଟଣା ଇଞ୍ଜିନ ବିଫଳ ହେବା କାରଣରୁ ହୋଇଛି ବୋଲି କହିଛି ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ। ଆଜୋଭ ସାଗର କୂଳରେ ଅବସ୍ଥିତ ୟେସ୍କ ସହର। ଯାହା ଏକ ପ୍ରମୁଖ ବନ୍ଦର ନଗରୀ ଭାବରେ ଜଣାଶୁଣା। ଏହି ଘଟଣା ସହ ଜଡ଼ିତ ଅନେକ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି।

Also Read: Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଦୁର୍ଘଟଣାଗ୍ରସ୍ତ ଏହି ବିମାନ ସୁଖୋଇ ଏସୟୁ-୩୪ ଯୁଦ୍ଧ ବିମାନ (Sukhoi Su-34 Fighter Jet) ବୋଲି ଜଣାପଡିଛି। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ (Russian Defence Ministry) ଅନୁଯାୟୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଚାଳକ ସଦସ୍ୟ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ। ଯେଉଁ କୋଠାରେ ଏହି ବିମାନ ପିଟି ହୋଇଥିଲା ସେଠାରେ ଏକ ଭୟାନକ ଅଗ୍ନିକାଣ୍ଡ ହୋଇଥିଲା। ବିମାନର ଇନ୍ଧନ କାରଣରୁ ଏହି ବହୁ ମହଲା ବିଶିଷ୍ଚ କୋଠାରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ଏନେଇ ପ୍ରତ୍ୟେକ୍ଷଦର୍ଶୀ ତାସ୍ ନାମକ ସ୍ଥାନୀୟ ସମ୍ବାଦ ସରବରାହ ସଂସ୍ଥାକୁ (Russian News Agency Tass) କହିଛନ୍ତି ଦୁର୍ଘଟଣା ପରେ ଏହି ଘରର ପ୍ରଥମରୁ ନବମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ବାବଦରେ ଖବର ପାଇବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।