Weather Update: ଆଜିଠୁ ଆହୁରି ବଢିବ ତାତି! ସତର୍କ କରାଇଲା ପାଣିପାଗ ବିଭାଗ,୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି...
Advertisement
Article Detail0/zeeodisha/odisha1697727

Weather Update: ଆଜିଠୁ ଆହୁରି ବଢିବ ତାତି! ସତର୍କ କରାଇଲା ପାଣିପାଗ ବିଭାଗ,୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି...

Weather Update News In Odia: ଜଳୁଛି ଓଡି଼ଶା (Heat Wave) । ଅସହ୍ୟ ତାତି ସାଙ୍ଗକୁ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଆଜିଠୁ ତାତି ବଢିବା ସହ ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ସଙ୍ଗୀନ ରହିବ ।ଏନେଇ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre)। ସେପଟେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ୱାର ଘୋଷଣା କରାଯାଇଛି । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update News In Odia: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ତତଲା କଡେଇରେ ଭାଜି ହେଉଛି ଓଡି଼ଶା ! ଅସହ୍ୟ ତାତି ସାଙ୍ଗକୁ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଆଜିଠୁ ତାତି ବଢିବା ସହ ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ସଙ୍ଗୀନ ରହିବ । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବଢିବ ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ଏପରିକି, ରାଜ୍ୟର କିଛି ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ନଜରରେ ସବୁ ଜିଲ୍ଲାପାଳ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି (SRC)

ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୂ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ତାତିର ପ୍ରଭାବ ବୃଦ୍ଧି ପାଇବ । ଡହଡହ ଖରାରେ ସାରା ରାଜ୍ୟ ସିଝିବ । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ଏନେଇ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାରେ ହିଟ୍ୱେଭ୍ ନେଇ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗିର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଲର୍ଟରେ ରହିଛି ପ୍ରଶାସନ । ପ୍ରତିଦିନ ଗ୍ରୀଷ୍ମ ପ୍ରବାହ ନେଇ ରିପୋର୍ଟ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖା ଯାଇଛି । ପିଏଚ୍ସି ଓ ସିଏଚ୍ସି ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ୍ ମହଜୁଦ ଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Also Read: Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

Also Read: Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!

ଅନ୍ୟପକ୍ଷରେ, ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ୪୪.୪ ଡିଗ୍ରୀ ସେଲସିୟସ୍‌ ସହ ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର । ୪୪ ଡିଗ୍ରୀରେ ଜଳିଥିଲା ଟିଟିଲାଗଡ଼ । ଝାରସୁଗୁଡ଼ାରେ ୪୩.୬ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୪୩.୫ ଡିଗ୍ରୀ ସେଲସିୟସ୍‌ । ୧୮ ଏବଂ ୧୯ ତାରିଖ ପାଇଁ ଝଡ଼ ପବନ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖ ପାଇଁ ୧୬ ଜିଲ୍ଲା ଓ ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ଖରା ବଢ଼ିବା ଯୋଗୁଁ  ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହେଇଯାଉଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ଯଦି କେହି ଖରାରେ ବାହାରକୁ ଯାଉଛନ୍ତି  ତେବେ,ମୁଣ୍ଡରେ ଗାମୁଛା  ଏବଂ ଛତା ଧରି ବାହାରକୁ ବାହାରୁଛନ୍ତି। ବିଭିନ୍ନ ଥଣ୍ଡା ଏବଂ ଲସି ଦୋକାନରେ ଭିଡ ଦେଖିବାକୁ ମିଳୁଛି। ଅନ୍ୟପଟେ ରାଜ୍ୟରେ କେତେକ ସ୍ଥାନରେ ଜଳଛତ୍ର ଖୋଲିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଖରା ବଢ଼ିବା ପରେ ବିଭିନ୍ନ ପାନୀୟ ଦ୍ରବ୍ୟର ଚାହିଦା ବଢ଼ିବାରେ ଲାଗିଛି । ମୃଦ୍ୟୁ ଥଣ୍ଡା ପାନୀୟ ହେଉ କି, ଆଖୁ ରସ, କି ଦହି, ଲସି ଦୋକାନରେ ଭିଡ ଲଗାଉଛନ୍ତି । କିନ୍ତୁ ଏସବୁ କେତେ ସ୍ୱାସ୍ଥ୍ୟକର ତାହା କାହାକୁ ଜଣାନାହିଁ ।