କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ
Advertisement

କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ

Money Donation: ବଡ଼ ବ୍ୟବସାୟୀ ଭାବେ ସଫଳତା ଲାଭ କରିବା ସହ ୨୦୦ କୋଟି ଟଙ୍କାର ମାଲିକ ଥିଲେ ଗୁଜରାଟର ଭାବେଶ ଭାଇ ଭଣ୍ଡାରୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ହଠାତ୍ ନିଜର ସମସ୍ତ ଅର୍ଜିତ ଧନକୁ ଦାନ କରି ପତ୍ନୀଙ୍କ ସହ ମିଶି ସନ୍ୟାସୀ ହେବା ପାଇଁ ମନବଳାଇବା ସହ ତାହା ହିଁ କଲେ । 

କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ

Money Donation: ବଡ଼ ବ୍ୟବସାୟୀ ଭାବେ ସଫଳତା ଲାଭ କରିବା ସହ ୨୦୦ କୋଟି ଟଙ୍କାର ମାଲିକ ଥିଲେ ଗୁଜରାଟର ଭାବେଶ ଭାଇ ଭଣ୍ଡାରୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ହଠାତ୍ ନିଜର ସମସ୍ତ ଅର୍ଜିତ ଧନକୁ ଦାନ କରି ପତ୍ନୀଙ୍କ ସହ ମିଶି ସନ୍ୟାସୀ ହେବା ପାଇଁ ମନବଳାଇବା ସହ ତାହା ହିଁ କଲେ । ଦମ୍ପତି ବୌଦ୍ଧ ଭିକ୍ଷୁ ବନିବା ପାଇଁ ନିଜର ସମସ୍ତ ଟଙ୍କା ଓ ସୁଖକୁ ଦାନ କରିଦେଇଛନ୍ତି । ଗତ ଫେବୃଆରୀ ମାସରେ ସେ ଏହି ଦାନ କରିଥିଲେ କିନ୍ତୁ ଆନୁଷ୍ଠାନିକ ଭାବେ ଚଳିତ ଏପ୍ରିଲ ମାସରୁ ଉଭୟେ ଦମ୍ପତ୍ତି ସନ୍ୟାସୀ ଜୀବନ ଗ୍ରହଣ କରିବେ ।

ପୂର୍ବରୁ ୨୦୨୨ ମସିହାରେ ନିଜର ବଢିଲା ପୁଅ, ଝିଅ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ସମସ୍ତ ଭୋଗବିଳାଶକୁ ପଛରେ ପକାଇ ନିଜର ପିଲାମାନେ ସନ୍ୟାସ ଧର୍ମ ଗ୍ରହଣ କରିବା ପରେ ତାହା ବାପା,ମାଆଙ୍କୁ ମଧ୍ୟ ଖୁବ ପ୍ରଭାବିତ କରିଥିଲା । ତେଣୁ ପିଲାମାନଙ୍କ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେବା ସହ ସମସ୍ତ ଅର୍ଜିତ ଧନକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ଭାବେଶ ଭାଈ ଭଣ୍ଡାରୀ ଏବଂ ତାଙ୍କ ପତ୍ନୀ । ଏହି ଦମ୍ପତ୍ତି ଆସନ୍ତା ଏପ୍ରିଲ ୨୨ ତାରିଖ ଦିନ ଜୈନ ଧର୍ମ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସ ଧର୍ମ ଗ୍ରହଣ କରିବା ସହ ସନ୍ୟାସ ଧର୍ମର ପରମ୍ପରାକୁ ମାନି ଚଳିବେ ଉଭୟେ ପତି-ପତ୍ନୀ । ସମଗ୍ର ଦେଶ ଭ୍ରମଣ କରିବା ସହ ଭିକ୍ଷାବୃତ୍ତି ଆପଣାଇ ଜୀବନ କାଟିବେ । ଏହି ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Also Read- Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ

Also Read- Heat Wave: ତତଲା କଡେଇରେ ଭାଜି ହେଲା ରାଜ୍ୟ, ୪ଟି ସ୍ଥାନର ତାପମାତ୍ରା ୪୧ଡିଗ୍ରୀ ପାର୍