Road Accident: ବରଯାତ୍ରୀ କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ
Advertisement
Article Detail0/zeeodisha/odisha2228395

Road Accident: ବରଯାତ୍ରୀ କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ବାଟରେ ଛକି ବସିଥିଲା ମୃତ୍ୟୁ। ବରଯାତ୍ରୀ କାର୍ ଉପରେ ଚଢିଗଲା ଲୁହା ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ-ସୋସିଆଲ୍ ମିଡିଆ

Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ବାଟରେ ଛକି ବସିଥିଲା ମୃତ୍ୟୁ। ବରଯାତ୍ରୀ କାର୍ ଉପରେ ଚଢିଗଲା ଲୁହା ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡି଼ଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ ।  ବିହାରର ଭାଗଲପୁର ଏଭଳି ଛାତିଥରା ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ALSO READ: Road Accident: ବ୍ରେକ୍ ଫେଲ୍ ହୋଇ ଟ୍ରକରେ ପିଟି ହେଲା କାର୍, ଘଟଣାସ୍ଥଳରେ ୬ମୃତ

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ  ଭାଗଲପୁର ଅନ୍ତର୍ଗତ ଆମାପୁର ଗାଁ ନିକଟ ୮୦ ନମ୍ବର ଜାତୀୟ ରାଜପଥରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ, ଗୋଟିଏ କାର୍ ରେ ପ୍ରାୟ  ୯ ଜଣ ମୁଙ୍ଗେରରୁ ଶ୍ରୀମତପୁର ଗାଁକୁ ବରଯାତ୍ରୀରେ ଯାଉଥିଲେ । ଆମାପୁର ଗାଁ ଦେଇ ଯାଉଥିବା ସମୟରେ ସେହି ବାଟରେ ଯାଉଥିବା ଗୋଟିଏ ଟ୍ରକର ଟାୟାର ହଠାତ୍ ଫାଟି ଯାଇଥିଲା । ଆଉ ଟ୍ରକଟି ନିୟନ୍ତ୍ରଣ ହରାଇ ବରଯାତ୍ରୀ କାର୍ ଉପରେ ଚଢି ଯାଇଥିଲା। ଫଳରେ ଟ୍ରକ ତଳ ଚାପି ହୋଇଯାଇଥିଲେ କାରରେ ଥିବା ବରଯାତ୍ରୀ । ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ୩ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏବଂ ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।