Odisha Weather: ଆହୁରି ଜଳିବ ଓଡ଼ିଶା, ଟ୍ୱିନସିଟିକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2228440

Odisha Weather: ଆହୁରି ଜଳିବ ଓଡ଼ିଶା, ଟ୍ୱିନସିଟିକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Odisha Weather: ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ବାରିପଦାରେ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ଜଣାପଡ଼ିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି।

 

Odisha Weather: ଆହୁରି ଜଳିବ ଓଡ଼ିଶା, ଟ୍ୱିନସିଟିକୁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Odisha Weather: ଦିନକୁ ଦିନ ତାପମାତ୍ରା ବଢୁଛି ସତ ହେଲେ କମିବାର ନାଁ ନେଉନି । ଗରମ କଡେଇରେ ଭାଜି ହେଉଛି ପୂରା ଓଡ଼ିଶା । ପାରଦ ଦିନକୁ ଦିନ ବଢିବାରେ ଲାଗିଛି। ଆଉ ତାକୁ ତାଳ ଦେଇ ବଢିଚାଲିଛି ଅସହ୍ୟ ଗୁଳୁଗୁଳି । ଏହି କାରଣରୁ ଆଜି ପୁଣି ଟ୍ୱିନ୍‍ ସିଟିକୁ ରେଡ୍‍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ଆଜି ଅର୍ଥାତ୍ ଏପ୍ରିଲ ୩୦ ଓ ଆସନ୍ତାକାଲି ମେ ୧ ତାରିଖରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ରହିଛି। 

ଅନେକ ସ୍ଥାନରେ ୪୧ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ। ୩ ତାରିଖରୁ ଦିନର ତାପମାତ୍ରା ୧ରୁ ୨ ଡିଗ୍ରୀ କମ୍‍ ରହିବା ସମ୍ଭାବନା ରହିଛି। ୨ ଓ ୪ ତାରିଖ ଯାଏ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଯଦି ଆଜିର ଗ୍ରୀଷ୍ମ ପ୍ରବାହ(Heat Wave) ଉପରେ ଯଦି ନଜର ପକାଇବା ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ବାରିପଦାରେ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ଜଣାପଡ଼ିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି।

 

ପାଣିପାଗ ବିଭାଗର ଆକଳନ ଅନୁଯାୟୀ-:

  • ତାଳଚେରରେ ୩୭.୮
  • ବାଲେଶ୍ବରରେ ୩୬.୬
  • କେନ୍ଦୁଝରରେ ୩୬.୪ ଡିଗ୍ରୀ
  • କଟକରେ ୩୫.୮, ଭଦ୍ରକ
  • ରାଉରକେଲାରେ ୩୫ ଡିଗ୍ରି ସେଲସିୟସ୍ ରେକର୍ଡ। 

ଆସନ୍ତାକାଲି ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରହିବା ନେଇ ସୂଚନା ଦିଆଯାଇଛି ସେହିପରି ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବ ଯୋଗୁଁ ଗୁଳୁଗୁଳି ଅନୁଭୂତ ହେବ। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ(Odisha Temparature) ବିଶେଷ ପରିବର୍ତ୍ତନ ହେବନି। ଏହା ସହ   ନୟାଗଡ, ଖୋର୍ଦ୍ଧା, କଟକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ ମୟୂରଭଞ୍ଜ କୁ ମଧ୍ୟ ରେଡୱାର୍ଣ୍ଣିଂ ଜାରି କରାଯାଇଛି।

Also Read: Vastu Tips: ଘର ଦୁଆର ମୁହଁରେ ରଖନ୍ତୁ ଏହିସବୁ ଜିନିଷ, ଲକ୍ଷ୍ମୀ ମାଆ ହେବେ ପ୍ରସନ୍ନ

Also Read: Vastu Tips: ଜାଣନ୍ତି କି ଘରର ଏହି କୋଣରେ ଲାଗିଥିବା ବୁଢିଆଣୀ ଜାଲ ଆଣିଥାଏ ବଡ଼ ବିପଦ!