Gold Price Today: ରାଜ୍ୟରେ କମିଲା ସୁନା ଓ ରୂପା ଦର, ଭୁବନେଶ୍ବରରେ ୧୦ ଗ୍ରାମ ସୁନା ଦର ରହିଛି ଏତିକି
Advertisement
Article Detail0/zeeodisha/odisha2342961

Gold Price Today: ରାଜ୍ୟରେ କମିଲା ସୁନା ଓ ରୂପା ଦର, ଭୁବନେଶ୍ବରରେ ୧୦ ଗ୍ରାମ ସୁନା ଦର ରହିଛି ଏତିକି

Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିବାହ ସିଜିନରେ ଖସିଲା ସୁନା ରେଟ୍। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?

Gold Price Today: ରାଜ୍ୟରେ କମିଲା ସୁନା ଓ ରୂପା ଦର, ଭୁବନେଶ୍ବରରେ ୧୦ ଗ୍ରାମ ସୁନା ଦର ରହିଛି ଏତିକି

Gold Price Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିବାହ ସିଜିନରେ ଖସିଲା ସୁନା ରେଟ୍। ଗତକିଛି ଦିନ ଧରି ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଛାନିଆ କରିଦେଇଥିଲା। କିନ୍ତୁ ଆଜି ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୪, ୩୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୪୫୦ ଓ  ୨୪ କ୍ୟାରେଟରେ ୪୯୦ ଟଙ୍କା ଦର  ହ୍ରାସ ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୫୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୪୫୦ ଓ  ୨୪ କ୍ୟାରେଟରେ ୪୯୦ ଟଙ୍କା ହ୍ରାସ ପାଇଛି। 

ALSO READ: Gajkesari Rajyog 2024: ଗଜକେଶରୀ ରାଜଯୋଗର ପ୍ରଭାବ, ଆଜିଠୁ ଏହି ୩ ରାଶିର ଚମକିବ ଭାଗ୍ୟ!

ALSO READ: Career Horoscope Today: କର୍ମକ୍ଷେତ୍ରରେ ଏହି ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ଆଜିର ଦିନ, ନୂଆ ବ୍ୟବସାୟ ଆରମ୍ଭ କରିବାରେ ହେବେ ସଫଳ!

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୩୫୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ଦର ଖସିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୫,୦୦୦ ଟଙ୍କା ରହିଛି। ୨୨ ଓ ୨୪  କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ଦର ଖସିଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪,୩୫୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ଦର ହ୍ରାସ ପାଇଛି।  ଏବଂ ରୂପା କେଜି ପିଛା ୧,୪୫୦ ଟଙ୍କା ଖସି ଦର ୯୩,୨୫୦ ଟଙ୍କାରେ ରହିଛି।