Gold Rate Today: ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣି ରଖନ୍ତୁ ଭରି ପିଛା କେତେ ରହିଛି ରେଟ୍?
Advertisement
Article Detail0/zeeodisha/odisha2381468

Gold Rate Today: ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣି ରଖନ୍ତୁ ଭରି ପିଛା କେତେ ରହିଛି ରେଟ୍?

Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର। ଆଜି ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର। କେନ୍ଦ୍ରୀୟ ବଜେଟ୍ ପରେ ସୁନା ଉପରେ କଷ୍ଟମ୍ ଡ୍ୟୁଟି କମବା ଦର ଦର ଖସି ଥିଲା। କିନ୍ତୁ ଆଜି ସୁନା ଦର ପୁଣି ଥରେ ଆକାଶ ଛୁଆଁ ହୋଇଛି। 

Gold Rate Today: ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣି ରଖନ୍ତୁ ଭରି ପିଛା କେତେ ରହିଛି ରେଟ୍?

Gold Rate Today: ଗ୍ରାହକଙ୍କ ପାଇଁ ବଡ଼ ଖବର। ଆଜି ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର। କେନ୍ଦ୍ରୀୟ ବଜେଟ୍ ପରେ ସୁନା ଉପରେ କଷ୍ଟମ୍ ଡ୍ୟୁଟି କମବା ଦର ଦର ଖସି ଥିଲା। କିନ୍ତୁ ଆଜି ସୁନା ଦର ପୁଣି ଥରେ ଆକାଶ ଛୁଆଁ ହୋଇଛି। ଯଦି ଆପଣ ଆଜି ସୁନା -ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ,ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନାଦର?

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଭୁବନେଶ୍ବରରେ କେତେ ବଢିଲା ପେଟ୍ରେଲ-ଡିଜେଲ୍ ରେଟ୍?

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ଚମକିବ କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପଦୋନ୍ନତି ସହ...

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ର ସୁନାଦର ୧୦ ଗ୍ରାମ୍ ପିଛା ୬୫,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୯୫୦ ଓ ୨୪ କ୍ୟାରେଟ୍ ରେ ୧,୦୪୦ ଟଙ୍କା ବୃଦ୍ଧି ପାଇଛି । ସେହିପରି, ଜାତୀୟ ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୮୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୭୧,୭୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୯୫୦ ଓ ୧,୦୪୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୫,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୯୫୦ ଓ ୨୪ କ୍ୟାରେଟ୍ ରେ ୧,୦୪୦ ଟଙ୍କା ରହିଛି।

 ସେପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୬୫୦ ଓ ୨୪ କ୍ୟାରେଟ୍ ସୁନାର ଦାମ୍ ୭୧,୬୨୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୯୫୦ ଓ ୧,୦୪୦ ଟଙ୍କା ବଢିଛି। ସେହିପରି, ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ୬୫,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୬୨୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ  ୯୫୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୧,୦୪୦ ଟଙ୍କା ଦର ବୃଦ୍ଧି ପାଇଛି।