Gold Rate Today: ସପ୍ତାହ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ଏତିକି ଟଙ୍କା ବଢିଲା ସୁନା ଦର
Advertisement
Article Detail0/zeeodisha/odisha2265875

Gold Rate Today: ସପ୍ତାହ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ଏତିକି ଟଙ୍କା ବଢିଲା ସୁନା ଦର

Gold Rate Today: ବିଶ୍ବ ବଜାରରେ ଆଜି ମଧ୍ୟ ସୁନା ଦର ବୃଦ୍ଧି ହୋଇଥିବାରୁ ଦେଶରେ ସୁନା ରେଟ୍ ବଢିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡି଼ଛନ୍ତି ଗ୍ରାହକ। କାହିଁକିନା ଆଗକୁ ଆସୁଛି ବିବାହ ସିଜିନ୍ । ଆଉ ତା ପୂର୍ବରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନ୍ ଦେଇଛି । 

Gold Rate Today: ସପ୍ତାହ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ଏତିକି ଟଙ୍କା ବଢିଲା ସୁନା ଦର

Gold Rate Today: ସପ୍ତାହ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବିଶ୍ବ ବଜାରରେ ଆଜି ମଧ୍ୟ ସୁନା ଦର ବୃଦ୍ଧି ହୋଇଥିବାରୁ ଦେଶରେ ସୁନା ରେଟ୍ ବଢିଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡି଼ଛନ୍ତି ଗ୍ରାହକ। କାହିଁକିନା ଆଗକୁ ଆସୁଛି ବିବାହ ସିଜିନ୍ । ଆଉ ତା ପୂର୍ବରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନ୍ ଦେଇଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ALSO READ: Road Accident: କାର୍ କୁ ସାମ୍ନାପଟୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

ALSO READ: Petrol Diesel Price Today: ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ଭୁବନେଶ୍ବରରେ କମିଲା ପେଟ୍ରୋଲ-ଡିଜେଲ ଦର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୭୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ରେ ୨୫୦ ଓ ୨୪ କ୍ୟାରେଟ୍ ରେ ୨୭୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୮୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୫୦ ଓ ୨୪  କ୍ୟାରେଟ୍ ରେ ୨୭୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୬୫୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨ ,୭୧୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୨୫୦ ଓ  ୨୪ କ୍ୟାରେଟରେ ୨୭୦ ଟଙ୍କା ବୃଦ୍ଧି ପାଇଛି। 

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ରେଟ୍ ବୃଦ୍ଧି ପାଇଛି। ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩, ୩୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ବୃଦ୍ଧି ପାଇଛି। ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ ,୭୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୨୫୦ ଓ ୨୪ କ୍ୟାରେଟ୍ ରେ ୨୭୦ ଟଙ୍କା ବୃଦ୍ଧି ପାଇଛି।