Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ଏତିକି ଟଙ୍କା ବଢିଲା ସୁନା ଦର
Advertisement
Article Detail0/zeeodisha/odisha2339669

Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ଏତିକି ଟଙ୍କା ବଢିଲା ସୁନା ଦର

Todays Gold Rate in India: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର।  ପୁଣି ମହଙ୍ଗା ହେଲା ସୁନା।  ଲଗାତର ଦର ବୃଦ୍ଧି ଯୋଗୁଁ ଟେନସନରେ ଗ୍ରାହକ । ଗତକାଲି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୩୫୦ ଟଙ୍କା ବୃଦ୍ଧି ପାଇଥିଲା।  ତେବେ, ଆଜି ମଧ୍ୟ ସୁନାଦରରେ  ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।  

Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ଏତିକି ଟଙ୍କା ବଢିଲା ସୁନା ଦର

Todays Gold Rate in India: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର।  ପୁଣି ମହଙ୍ଗା ହେଲା ସୁନା।  ଲଗାତର ଦର ବୃଦ୍ଧି ଯୋଗୁଁ ଟେନସନରେ ଗ୍ରାହକ । ଗତକାଲି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୩୫୦ ଟଙ୍କା ବୃଦ୍ଧି ପାଇଥିଲା।  ତେବେ, ଆଜି ମଧ୍ୟ ସୁନାଦରରେ  ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୪, ୦୩୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୧୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୦୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ଦର ବଢିଛି।  

ALSO READ: Surya Shani Shadashtak Yog: ୫୦ ବର୍ଷ ପରେ ସୂର୍ଯ୍ୟ-ଶନିଙ୍କ ଅପୂର୍ବ ମିଳିନ, ୫ ରାଶିଙ୍କ ଆଣିବ ପାଇଁ ବଡ଼ ବିପଦ!

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ!

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୩୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୫୨୦ ଟଙ୍କା ରହିଛି। ୨୨ ଓ ୨୪  କ୍ୟାରେଟ୍ ୧୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪,୦୩୦ ଟଙ୍କା ରହିଛି । ତେବେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦  ଟଙ୍କା ଦର ବଢିଛି।