PM Modi on Cuttack Bali Jatra: କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍
Advertisement

PM Modi on Cuttack Bali Jatra: କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍

PM Modi on Cuttack Bali Jatra: ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ପିଏମ ମୋଦି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଦୋହରାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଓଡିଶାର କଟକ ସ୍ଥିତ ମହାନାଦୀ କୂଳରେ ବାଲିଯାତ୍ରାର ମହୋତ୍ସବ ଚାଲିଛି । ଏହି ବାଲିଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ହଜାର ହଜାର ବର୍ଷର ବାଣିଜ୍ୟିକ ସମ୍ପର୍କର ଉତ୍ସବ ଅଟେ ।

PM Modi on Cuttack Bali Jatra: କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍

PM Modi on Cuttack Bali Jatra: ଜି-20 ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଇଣ୍ଡୋନେସିଆର ବାଲି (Bali) ରେ ପହଞ୍ଚିଛନ୍ତି । ଚଳିତ ଥର ଜି-20 ଶିଖର ସମ୍ମିଳନୀ ବାଲି (G20 Summit in Bali) ରେ ଅନୁଷ୍ଠିତ ହୋଇଛି । ଏହି ସମୟରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ପିଏମ ମୋଦି (PM Modi) ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଦୋହରାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଓଡିଶାର କଟକ ସ୍ଥିତ ମହାନାଦୀ କୂଳରେ ବାଲିଯାତ୍ରା (Cuttack Bali Jatra) ମହୋତ୍ସବ ଚାଲିଛି । ଏହି ବାଲିଯାତ୍ରା (Bali Jatra) ଭାରତ (India) ଓ ଇଣ୍ଡୋନେସିଆ (Indonesia) ମଧ୍ୟରେ ହଜାର ହଜାର ବର୍ଷର ବାଣିଜ୍ୟିକ ସମ୍ପର୍କର ଉତ୍ସବ ଅଟେ ।

ପ୍ରଧାନମନ୍ତ୍ରୀ ମୋଦ (PM Modi) କହିଛନ୍ତି ଯେ, 'ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି ଓ ଆମେ ଇଣ୍ଡୋନେସିଆ ସଭ୍ୟତାର ଗୀତ ଗାଉଛୁ, ଏହି ମୁହୂର୍ତ୍ତରେ ବାଲି ଠାରୁ ୧,୫୦୦ କିଲୋମିଟର ଦୂରରେ ଥିବା ଭାରତର କଟକ ସହରରେ ମହାନଦୀ (Mahanadi)ର କୂଳରେ ବାଲିଯାତ୍ରା (Cuttack Bali Jatra) ଉତ୍ସବ ଚାଲିଛି । ଏହି ପର୍ବ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଏକ ଉତ୍ସବ ଅଟେ ।" ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ,  "ଯେତେବେଳେ ଇଣ୍ଡୋନେସିଆର ଲୋକମାନେ ଇଣ୍ଟରନେଟରେ ଚଳିତ ବର୍ଷର ବାଲିଯାତ୍ରାର ଫଟୋ ଦେଖିବେ ସେତେବେଳେ ସେମାନେ ଗର୍ବିତ ହେବେ ଓ ସେମାନେ ଖୁସି ହେବେ । କୋଭିଡ କାରଣରୁ କିଛି ବାଧା ଉପୁଜିଥିଲା ​​କିନ୍ତୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକଙ୍କ ଅଂଶଗ୍ରହଣରେ ଧୂମଧାମରେ ବାଲିଯାତ୍ରା ପାଳନ କରାଯାଉଛି ।"

ବାଲି ଆସିବାର ଅଭିଜ୍ଞତା ବାଣ୍ଟି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ବାଲି ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କର ଅଲଗା ଅଲଗା ଅନୁଭୂତି ହୋଇଥାଏ । ମୁଁ ମଧ୍ୟ ସମାନ ଅନୁଭବ କରୁଛି । ଯେଉଁ ସ୍ଥାନ ସହିତ ଭାରତର ସହସ୍ର ବର୍ଷର ସମ୍ପର୍କ ରହିଆସିଛି, ଯାହା ବିଷୟରେ ଆପଣ ଶୁଣିଥାଉଛନ୍ତି, ସେହି ପରମ୍ପରାକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଯାଇଛି । କିନ୍ତୁ ଏହାକୁ କେବେ ବି ଅଦୃଶ୍ୟ ହେବାକୁ ଦିଆଯାଇ ନାହିଁ ।"

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପରେ IPLରେ ବି ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ହଠାତ୍ କରାଗଲା ଦଳରୁ ବାହାର

ଅଧିକ ପଢ଼ନ୍ତୁ:-ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?

କ'ଣ ରହିଛି ଓଡିଶାର ବାଲିଯାତ୍ରାର ଇତିହାସ?

'ବାଲି ଯାତ୍ରା' (Bali Jatra) ହେଉଛି ଏକ ମେଳା ମହୋତ୍ସବ । ଯାହା ଓଡିଶାର ସମୃଦ୍ଧ ସାମୁଦ୍ରିକ ଇତିହାସକୁ କହିଥାଏ । ଏହା ସମଗ୍ର ରାଜ୍ୟରେ ପାଳନ କରାଯାଏ । ଐତିହାସିକ ସହର କଟକରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ କରି ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲି ଥାଏ । ବାସ୍ତବରେ କଳିଙ୍ଗ ସାମ୍ରାଜ୍ୟ (ବର୍ତ୍ତମାନର ଓଡିଶା) ନିଜର ଚମତ୍କାର ସାମୁଦ୍ରିକ ଇତିହାସ ପାଇଁ ଜଣାଶୁଣା । କଳିଙ୍ଗର ଭୌଗୋଳିକ ଅବସ୍ଥିତି ଯୋଗୁଁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳରେ ବନ୍ଦର ନିର୍ମାଣ ଆରମ୍ଭ ହୋଇଥିଲା । ତାମ୍ରଲିପ୍ତି, ମାଣିକପାଟନା, ଚେଲିଟାଲୋ, ପଲୁର ଏବଂ ପିଥୁଣ୍ଡ ପରି କେତେକ ପ୍ରସିଦ୍ଧ ବନ୍ଦର ମାଧ୍ୟମରେ ଭାରତ ସମୁଦ୍ର ଦେଇ ଅନ୍ୟ ଦେଶ ସହିତ ଯୋଡ଼ି ପାରିଥିଲା । ଖୁବ୍ ଶୀଘ୍ର କଳିଙ୍ଗବାସୀ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି ଏବଂ ବର୍ମା ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ବାଲି ସେହି ଚାରୋଟି ଦ୍ୱୀପପୁଞ୍ଜର ଏକ ଅଂଶ ଥିଲା, ଯାହାକୁ ବର୍ତ୍ତମାନ ସମୟରେ ଇଣ୍ଡୋନେସିଆ ଭାବରେ ଜଣାଶୁଣା ।