Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି
Advertisement
Article Detail0/zeeodisha/odisha2148044

Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

Fire Case: ବଲ୍ଲଭ ଭବନ ନାମରେ ଜଣାଶୁଣା ମନ୍ତ୍ରାଳୟ ଭବନରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ଆଜା ସକାଳୁ ଚତୁର୍ଥ ମହଲାରୁ ପ୍ରବଳ ଧୂଆଁ ବାହାରିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବାପରେ ଜଣାପଡିଥିଲା ଯେ, କୌଣସି କାରଣରୁ ବିଲଡିଂରେ ନିଆ ଲାଗିଯାଇଛି ।

Fire Case: ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ, ନିଆଁ ଲିଭାଇବାକୁ ଉଦ୍ୟମ ଜାରି

Fire Case: ମଧ୍ୟପ୍ରଦେଶ ତଥା ଭୋପାଳରେ ଥିବା ମନ୍ତ୍ରାଳୟ ଭବନର ୪ ନମ୍ୱର ଫ୍ଲୋର୍ ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବାବେଳେ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି ।

ଖବର ମୁତାବକ, ବଲ୍ଲଭ ଭବନ ନାମରେ ଜଣାଶୁଣା ମନ୍ତ୍ରାଳୟ ଭବନରେ ମଧ୍ୟପ୍ରଦେଶର ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । ଆଜା ସକାଳୁ ଚତୁର୍ଥ ମହଲାରୁ ପ୍ରବଳ ଧୂଆଁ ବାହାରିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ଖବର ପ୍ରଚାରିତ ହେବାପରେ ଜଣାପଡିଥିଲା ଯେ, କୌଣସି କାରଣରୁ ବିଲଡିଂରେ ନିଆ ଲାଗିଯାଇଛି । ଫଳରେ ବିଲଡିଂରେ ଥିବା ଲୋକମାନେ ତୁରନ୍ତ ସିଡି ମାଧ୍ୟମରେ ତଳକୁ ଆସିଯାଇଥିଲେ । ନିଆଁର ପ୍ରକୋପ କାରଣରୁ ବିଲଡିଂର ଚାରିପଟ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଦମକଳ ବାହିନୀକୁ ଅବଗତ କରାଯିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

Also Read- Govt Plan: ସରକାରଙ୍କ ପିଆଜ ଚିନ୍ତା, ଷ୍ଟକ୍ ରହିବ ଏତିକି ଟନ୍ !

Also Read- ପୁଣି ସକ୍ରିୟ ନକ୍ସଲ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା !