Manipur Violence: ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ମାଓବାଦୀ
Advertisement
Article Detail0/zeeodisha/odisha1739898

Manipur Violence: ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ମାଓବାଦୀ

ମଣିପୁର ଇମ୍ଫାଲାର କଙ୍ଗୱା ଠାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାସଭବନରେ ମାଓବାଦୀଙ୍କ ଆକ୍ରମଣ। ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ ସତ୍ତ୍ବେ ମଧ୍ୟ ମାଓବାଦୀମାନେ ମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ବହୁ ସଂଖ୍ୟାରେ ଆସି ଥିବାରୁ ସୁରକ୍ଷା କର୍ମୀ (security guard) ମାଓବାଦୀଙ୍କୁ ଘର ଭିତରକୁ ପ୍ରବେଶ କରିବାରେ ର

Manipur Violence: ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ମାଓବାଦୀ

Manipur Violence: ମଣିପୁର ଇମ୍ଫାଲାର କଙ୍ଗୱା ଠାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାସଭବନରେ ମାଓବାଦୀଙ୍କ ଆକ୍ରମଣ। ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ ସତ୍ତ୍ବେ ମଧ୍ୟ ମାଓବାଦୀମାନେ ମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ବହୁ ସଂଖ୍ୟାରେ ଆସି ଥିବାରୁ ସୁରକ୍ଷା କର୍ମୀ (security guard) ମାଓବାଦୀଙ୍କୁ ଘର ଭିତରକୁ ପ୍ରବେଶ କରିବାରେ ରୋକି ପାରିନଥିଲେ। ମଣିପୁରରେ ଦ୍ୱିତୀୟ ଥର ମନ୍ତ୍ରୀଙ୍କ ଘରେ ନିଆଁ (fire) ଲଗାଯାଇଛି।

ଗୁରୁବାର (thursday) ବିଳମ୍ବିତ ରାତିରେ ଇମ୍ଫାଲରେ ମାଓବାଦୀମାନେ କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ସିଂ (central minister rajkumar ranjan singh)ଙ୍କ ଘରେ ନିଆଁ ଲଗାଇ ଦେଇଥିବାରୁ ମଣିପୁରରେ ପରିସ୍ଥିତି ତୀବ୍ର ରହିଛି। ଇମ୍ଫାଲର କଙ୍ଗୱା ଠାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ବାସଭବନରେ ମାଓବାଦୀ ଆକ୍ରମଣ (attack) କରିଥିଲେ। ମଣିପୁରରେ ଅନୁସୂଚିତ ଜନଜାତି (st) ବର୍ଗରେ ଅନ୍ତର୍ଭୁକ୍ତ ହେବାର ଦାବି ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା ଦେଖାଯାଇଛି । ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଆର.କେ ରଂଜନ ସିଂ ଘରେ ନଥିଲେ ବୋଲି ଅଧିକାରୀ କହିଛନ୍ତି । ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ ସତ୍ତ୍ବେ ମାଓବାଦୀମାନେ ମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ମଣିପୁରରେ ଦ୍ୱିତୀୟ ଥର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଯାଇଛି। ବହୁ ସଂଖ୍ୟାରେ ମାଓବାଦୀ ଥିବାରୁ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଘର ଭିତରକୁ ପ୍ରବେଶ କରିବାରେ ରୋକି ପାରିନଥିଲେ। ଏପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତି ହୋଇନାହିଁ।

Also read- ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ

ଏହି ପ୍ରସଙ୍ଗରେ ନ୍ୟୁଜ୍ ଏଜେନ୍ସି ANI କୁ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ମୁଁ ବର୍ତ୍ତମାନ ସରକାରୀ କାମ ପାଇଁ କେରଳ (kerala)ରେ ଅଛି। ଖୁସିର କଥା, ଗତକାଲି ରାତିରେ ମୋର ଇମ୍ଫାଲ ଘରେ କେହି ଆହତ ହୋଇନାହାଁନ୍ତି। ବଦମାସ ମାନେ ପେଟ୍ରୋଲ (petrol) ବୋମା ନେଇ ଆସିଥିଲେ। ମୋ ଘରର ତଳ ମହଲା ଓ ପ୍ରଥମ ମହଲା କ୍ଷୟକ୍ଷତି ହୋଇଛି । " "ମୋ ଗୃହ ରାଜ୍ୟରେ ଯାହା ଘଟୁଛି ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ମୁଁ ତଥାପି ଶାନ୍ତି ପାଇଁ ନିବେଦନ ଜାରି ରଖିବି। ଏହି ପ୍ରକାର ହିଂସା ଘଟାଉଥିବା ଲୋକ ସମ୍ପୂର୍ଣ୍ଣ ଅମାନୁଷିକ।"

ମଣିପୁର ମୁଖ୍ୟମନ୍ତ୍ରୀ ହିଂସା ପାଇଁ 'ବେଆଇନ ଅନୁପ୍ରବେଶକାରୀ'ଙ୍କୁ ଦାୟୀ କରିଛନ୍ତି 

ମେ ୩ ରୁ ଆରମ୍ଭ ହୋଇଥିବା ହିଂସା ପାଇଁ ମଣିପୁର ସିଏମ ଏନ ବିରେନ ସିଂ (manipur chief minister N. Biren Singh) "ବେଆଇନ ଅନୁପ୍ରବେଶକାରୀ" କୁ ଦାୟୀ କରିଛନ୍ତି। ମଣିପୁର ସିଏମ୍ ହିଂସାକୁ ଆତଙ୍କବାଦର କାର୍ଯ୍ୟ ବୋଲି କହିଥିଲେ। ଏହି ଆକ୍ରମଣ (attack) ପଛରେ ଥିବା ଅପରାଧୀଙ୍କୁ ଖୋଜିବା ପାଇଁ ଆମେ ଉରଙ୍ଗପାଟ ଓ ୟାଙ୍ଗଙ୍ଗପୋକପିରେ ଅପରେସନ (operation) ଆରମ୍ଭ କରିଛୁ। ମୁଁ ମଣିପୁରର ଲୋକଙ୍କୁ ଆଶ୍ୱାସନା ଦେଉଛି ଯେ ଆମେ ଏହି ଅପରାଧୀଙ୍କୁ ଗିରଫ କରିବୁ ।

ବୁଧବାର ନଅ ଜଣ ପ୍ରାଣ ହରାଇଛନ୍ତି

ଏହାପୂର୍ବରୁ ବୁଧବାର ଦିନ ଖାମେନଲୋକ ଅଞ୍ଚଳର ଏକ ଗ୍ରାମରେ ସନ୍ଦିଗ୍ଧଙ୍କ ଆତଙ୍କରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ଏହି ସମୟରେ ତିନି ଜଣ ମଧ୍ୟ ନିଖୋଜ ଥିବା ଜଣାଯାଇଛି। ଏହି ଅଞ୍ଚଳ ମେଇଟି ପ୍ରାଧାନ୍ୟ ଇମ୍ଫାଲ ପୂର୍ବ ଜିଲ୍ଲା ଓ ଆଦିବାସୀ ପ୍ରାଧାନ୍ୟ କାଙ୍ଗପୋକପି ଜିଲ୍ଲାର ସୀମାରେ ଅବସ୍ଥିତ । ଏହି ସମୟରେ ମଣିପୁରରେ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସମେତ ଇଣ୍ଟରନେଟ ଉପରେ ଲାଗିଥିବା ପ୍ରତିରୋଧ ସମୟକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ମାସେ ହେଲା ଭଲ ନାହିଁ ପରିସ୍ଥିତି
 
ପ୍ରାୟ ଏକ ମାସ ପୂର୍ବେ ମଣିପୁରର ମେଇଟି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ହିଂସାରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧୦ ଜଣ ଆହତ ହୋଇଥିଲେ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେନା ଓ ସାମରିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମଣିପୁରରେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ପାହାଡ ଜିଲ୍ଲାରେ  'ଆଦିବାସୀ ମିଳିତ ପଦଯାତ୍ରା' ଆୟୋଜିତ ହେବା ପରେ ପ୍ରଥମ ସଂଘର୍ଷ ଘଟିଥିଲା।

Also read- ଖସିଲା ତୈଳ ଦର, ଜାଣନ୍ତୁ କେତେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ?