ଆପଣଙ୍କୁ କୁବେର କରିବ Facebook! ଏହି ଫିଚର୍ ବ୍ୟବହାର କରି ମାସକୁ ରୋଜୋଗାର କରିପାରିବେ ୪ ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha1180617

ଆପଣଙ୍କୁ କୁବେର କରିବ Facebook! ଏହି ଫିଚର୍ ବ୍ୟବହାର କରି ମାସକୁ ରୋଜୋଗାର କରିପାରିବେ ୪ ଲକ୍ଷ ଟଙ୍କା


ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏକ ନୂଆ ଫିଚର ଆଣିଛି, ଯାହାକୁ ବ୍ୟବହାର କରି ମୟୁଜର୍ସ ମାସକୁ ୪ ଲକ୍ଷ ଟାଙ୍କ ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ପ୍ରତିକାତ୍ମକ ଫଟୋ

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏପରି ଏକ ବଡ଼ ଫିଚରର ଘୋଷଣା କରିଛି, ଯାହା ବିଷୟରେ ଜାଣିବା ପରେ ସମସ୍ତ ଉପଭୋକ୍ତା ନିଶ୍ଚିତ ଭାବେ ବହୁତ ଖୁସି ହେବେ। ଫେସବୁକର ଏହି ଫିଚର୍ ଦ୍ୱାରା ଆପଣ ବର୍ତ୍ତମାନ ଲକ୍ଷପତି ହେବାର ସୁଯୋଗ ପାଇପାରିବେ, ଅର୍ଥାତ୍ ଆପଣ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଯଦି ଆପଣ ଫେସବୁକର ଏହି ଫିଚରକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଆପଣ ଘରେ ବସି ମାସିକ ପ୍ରାୟ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ପାଇବେ। ଆସନ୍ତୁ ଜାଣିବା ଏହି ନୂତନ ଫିଚର୍ ବିଷୟରେ ଏବଂ ଏହି ଫିଚର୍ କିପରି କାମ କରେ ତାହା ମଧ୍ୟ ଜାଣିବା..

Facebookର ନୂଆ ଫିଚର୍ :

ଆପଣ ଜାଣିରଖନ୍ତୁ ମେଟା (Meta)ର ସୋସିଆଲ ମିଡିଆ କମ୍ପାନୀ Facebookରେ ନୂଆ ରିଲ୍ (Reel) ଫିଚର ଜାରି କରିଛି। ଯାହା ମାଧ୍ୟମରେ ଜଣେ ୟୁଜର୍ସ ଓରିଜିନାଲ୍ କଣ୍ଟେଟ୍ ବନାଇ ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏହି ପିଚରକୁ ଫେସବୁକରେ ଚ୍ୟାଲଞ୍ଜର୍ସ ନାମ ଦିଯାଇଛି ଏବଂ ଏହା ଏକ ରିଲ୍ସ ପ୍ଲେ ବୋନସ୍ ପ୍ରଗ୍ରାମ।

Also Read: ବଦଳିବ କି Qutub Minarର ନାମ? ହିନ୍ଦୁ ସଙ୍ଗଠନ ଦେଲା ଏହି ପ୍ରସ୍ତାବ

କେମିତି କାମ କରିବ ଏହି ନୂଆ ଫିଚର୍?

ଆସନ୍ତୁ ଜାଣିବା କଣ ଏହି ଫିଚର୍ ଏବଂ ଏହାର କାମ କେମିତି କରିବ। ଏହି ପ୍ରୋଗ୍ରାମରେ ଆପଣମାନଙ୍କୁ କିଛି ଚ୍ୟାଲେଞ୍ଜ୍ ଦିଆଯିବ। ସେହି ହିସାବରେ ଆପଣଙ୍କୁ ରିଲ୍ସ ବନେଇବା ପାଇଁ ପଡ଼ିବ। ଆଉ ସେଥିରେ ଆପଣଙ୍କୁ ଯେଉଁ ଭିୟୁଜ୍ ମିଳିବ, ସେହି ହିସାବରେ ଆପଣ ଟଙ୍କା ରୋଜଗାର କରି ପାରିବେ। ଉଦାହରଣ ସ୍ୱରୁପ ୫ଟି ରିଲ୍ସ ଯଦି ୫୦୦ ଭିୟୁଜ୍ ଅତିକ୍ରମ କରିବ, ତେବେ ଆପଣଙ୍କୁ ୧,୫୪୭ ଟଙ୍କା ମିଳିବ। ୨୦ଟି ରିଲ୍ସ ଯଦି ୫୦୦ ଭିୟୁଜ ପୁରା କରିବ ତେବେ ଆପଣଙ୍କୁ ପାଖା ପାକି ୭,୭୭୩ ଟଙ୍କା ମିଳିବ। ଏହି ପ୍ରୋଗ୍ରାମରେ ଆପଣଙ୍କୁ ଗୋଟେ ମାସ ପରେ ରାଙ୍କିଙ୍ଗ୍ ମଧ୍ୟ ଦିଆଯିବ।

ପ୍ରତ୍ୟକ ମାସ ଆପଣ ଲକ୍ଷାଧିକ ଟଙ୍କା କମାଇ ପାରବେ :

ଆପଣଙ୍କୁ ଜଣାଇ ରଖୁଛୁ କମ୍ପାନୀର କହିବା କଥା ହେଲା, ପ୍ରଥମେ କ୍ରିଏଟର୍ସମାନଙ୍କୁ କେମିତି ପଇସା ଦିଆଯିବ ପ୍ରଥମେ ସେ ବିଷୟରେ ବିଚାର ବିମର୍ଷ ହେଉଛି। ଫେସବୁକ୍ ବର୍ତ୍ତମାନ ପେଆଉଟ୍ ପାଇଁ ହିସାବ କିତାବର ପ୍ରକ୍ରିୟା କଣ ରହିବ ସେଦିଗରେ କାମ କରୁଛି। ତେଣୁ ଆପଣମାନେ ନୁଆ କଣ୍ଟେନ୍ ପ୍ରସ୍ତୁତ କରି ଫେସବୁକ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।