Employee Pension Scheme: ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ
Advertisement

Employee Pension Scheme: ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ

Employee Pension Scheme: ଏହା ସହିତ ଏକ ନୂତନ ଗାଇଡଲାଇନ ଜାରି କରିବାବେଳେ କୁହାଯାଇଛି ଯେ, କେଉଁ କର୍ମଚାରୀ ଅଧିକ ପେନସନ ପାଇବାକୁ ଯୋଗ୍ୟ ଓ ଏହାର ଲାଭ ପାଇବା ପାଇଁ ସେମାନେ କିପରି ଅନଲାଇନରେ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

Employee Pension Scheme: ନୂତନ ବର୍ଷରେ ପେନସନଭୋଗୀଙ୍କୁ ମିଳିଲା ବଡ଼ ଉପହାର, ପାଇବେ ଅଧିକ ପେନସନ

Employee Pension Scheme: ନୂଆ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ମିଳିଯାଇଛି ବଡ଼ ଉପହାର । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ନୂତନ ବର୍ଷ ପୂର୍ବରୁ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇପିଏଫଓ (EPFO) ଡିସେମ୍ବର ୨୯ରେ ଏକ ସର୍କୁଲାର ଜାରି କରିଥିଲା । ଏହି ସର୍କୁଲାରରେ ନଭେମ୍ବରରେ ସୁପ୍ରିମକୋର୍ଟ (Supreme Court) ଦେଇଥିବା ନିର୍ଦ୍ଦେଶ ପରେ କିଛି ପେନସନଭୋଗୀଙ୍କୁ ଅଧିକ ପେନସନ୍  (Higher Pension) ପ୍ରଦାନ କରିବାକୁ ଇପିଏଫ୍ (EPFO) ନିଷ୍ପତ୍ତି ନେଇଛି ।

ଏହି ସର୍କୁଲାରରେ ଇପିଏଫ୍ଓ (EPFO) କହିଛି ଯେ, ଅଗଷ୍ଟ ୩୧, ୨୦୧୪ ପର୍ଯ୍ୟନ୍ତ ଅବସର ନେଇଥିବା ପେନସନଭୋଗୀ (Pensioners) ଙ୍କୁ ଏହାର ସୁବିଧା ଦିଆଯିବ ନାହିଁ । ସେପ୍ଟେମ୍ବର ୧, ୨୦୧୪ରେ କିମ୍ବା ଏହା ପରେ EPS ସହିତ ଜଡ଼ିତ ଲୋକମାନଙ୍କୁ ଅଧିକ ପେନସନ (Pension) ପାଇବା ପାଇଁ ବିକଳ୍ପ ଦିଆଯିବ । ଏହା ସହିତ ଏକ ନୂତନ ଗାଇଡଲାଇନ ଜାରି କରିବାବେଳେ କୁହାଯାଇଛି ଯେ, କେଉଁ କର୍ମଚାରୀ ଅଧିକ ପେନସନ (Higher Pension) ପାଇବାକୁ ଯୋଗ୍ୟ ଓ ଏହାର ଲାଭ ପାଇବା ପାଇଁ ସେମାନେ କିପରି ଅନଲାଇନରେ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (Employees' Provident Fund Organisation-EPFO) ଅନୁଯାୟୀ, ଯେଉଁ କର୍ମଚାରୀ ମାନେ ଚାକିରି ସମୟରେ କର୍ମଚାରୀ ଭବିଷ୍ୟତ ନିଧି (EPF) ଯୋଜନା ଅଧୀନରେ ଅଧିକ ବେତନ ଯୋଗଦାନ କରିଛନ୍ତି ଓ ଅବସର  (Retirement) ପୂର୍ବରୁ ଅଧିକ ପେନସନ ବିକଳ୍ପ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ । ଇପିଏଫ୍ଓ (EPFO) କହିଛି ଯେ, ଏହା ଅନ୍ତର୍ଗତ ଲାଭ ପାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ସେହି କର୍ମଚାରୀ ଯୋଗ୍ୟ ବିବେଚିତ ହେବେ, ଯେଉଁମାନେ ୫,୦୦୦ କିମ୍ବା ୬,୫୦୦ ଟଙ୍କା ବେତନ ସୀମାଠାରୁ ଅଧିକ ପେନ୍‌ସନ୍‌ ପାଇବା ପାଇଁ ଇପିଏସରେ ସହଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ:-କେତେ କୋଟି ଟଙ୍କାର ମାଲିକ ଋଷଭ ପନ୍ତ, ରହିଛି ଅନେକ ବିଳାସପୂର୍ଣ୍ଣ କାର ଓ ବଙ୍ଗଳା

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ହାତରେ ହିଁ ରହିବ ଟିମ୍ ଇଣ୍ଡିଆର କମାଣ, ଦିନିକଆ ବିଶ୍ୱକପ ୨୦୨୩ ପାଇଁ ଚୂଡ଼ାନ୍ତ ହେଲା ୨୦ ଖେଳାଳିଙ୍କ ନାମ

ଅଧିକ ପଢ଼ନ୍ତୁ:-IPL ୨୦୨୩ରୁ ଦୂରେଇ ରହିବ ରୋହିତ-କୋହଲି ଏବଂ ହାର୍ଦ୍ଦିକ! BCCI ବୈଠକରେ ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ କୁରାଢ଼ୀ ମାରିଲା BCCI, ଅଧିନାୟକ ହାର୍ଦ୍ଦିକ ପୂରା ଟି-20 ସିରିଜରେ ରଖିବେ ବାହାର!

 

ଏହା ସହିତ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) କହିଛି ଯେ, ଏହା ମଧ୍ୟ ଏପରି କର୍ମଚାରୀଙ୍କ ପାଇଁ ଯେଉଁମାନେ EPS-95 ର ସଦସ୍ୟ ଥିବାବେଳେ ଅଧିକ ପେନସନ୍ ବାଛିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ଆବେଦନ EPFO ​​ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।