SMART anti submarine missile: ନୌସେନାକୁ ଶକ୍ତି ଦେବା ‘ସ୍ମାର୍ଟ’ କ୍ଷେପଣାସ୍ତ୍ର: ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ
Advertisement
Article Detail0/zeeodisha/odisha2230301

SMART anti submarine missile: ନୌସେନାକୁ ଶକ୍ତି ଦେବା ‘ସ୍ମାର୍ଟ’ କ୍ଷେପଣାସ୍ତ୍ର: ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ

SMART anti submarine missile: ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ତଥା ଲକ୍ଷ୍ୟ ଭେଦକୁ ସହଜ କରିବା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳ ଅବ୍ଦୁଲ୍‍ କଲାମ୍‍ ଉତକ୍ଷେପଣ କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। 

ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ନୌସେନାକୁ ଅଧିକ କ୍ଷମତାଶାଳୀ କରିବା ଲାଗି ଉଦ୍ଦିଷ୍ଟ । ଏହା ଏହି ଶ୍ରେଣୀର ସମସ୍ତ ପାରମ୍ପରିକ  କ୍ଷେପଣାସ୍ତ୍ରଠାରୁ ଅଧିକ ସକ୍ଷମ। ସମୁଦ୍ର ମଧ୍ୟରେ ଯୁଦ୍ଧାସ୍ତ୍ରକୁ ଏହି ବ୍ୟବସ୍ଥା ଦ୍ୱାରା ଅଧିକ ଚତୁରତାର ସହ ନଷ୍ଟ କରିହେବ। ଏହା ଏକ ହାଲୁକା କ୍ଷେପଣାସ୍ତ୍ର ହୋଇଥିବାରୁ ଏହାକୁ ପରିବହନ କରିବା ସହଜସାଧ୍ୟ ବୋଲି କୁହାଯାଇଛି।