DJ Azex Death Case: ଜଣେ ନୁହେଁ, ୩ ରାଣୀଙ୍କ ରାଜା ଥିଲେ ଡିଜେ ଆଜେକ୍ସ !
Advertisement
Article Detail0/zeeodisha/odisha1625268

DJ Azex Death Case: ଜଣେ ନୁହେଁ, ୩ ରାଣୀଙ୍କ ରାଜା ଥିଲେ ଡିଜେ ଆଜେକ୍ସ !

DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲା(DJ Azex Death Case) । ଏହି ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଇଛି । ପ୍ରତିଦିନ ସାମ୍ନାକୁ ଆସୁଛି ମୃତ୍ୟୁ ସହ ଜଡିତ ନୂଆ ନୂଆ ତଥ୍ୟ । ଆଜି ମଧ୍ୟ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ (DJ Azex Death Case) ନେଇ ପୋଲିସ୍ ହାତରେ ଲାଗିଛି ଆଉ ଏକ ନୂଆ ସୁରାକ୍ । ଜଣେ ନୁହେଁ, ତିନି ଯୁବତୀଙ୍କୁ (3 girls)ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ(WhatsApp Group ) ।

ସୌଜନ୍ୟ- ସୋସିଆଲ ମିଡ଼ିଆ

DJ Azex Death Case: ଡିଜେ ଆଜେକ୍ସ ମୃତ୍ୟୁ ମାମଲା(DJ Azex Death Case) । ଏହି ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଇଛି । ପ୍ରତିଦିନ ସାମ୍ନାକୁ ଆସୁଛି ମୃତ୍ୟୁ ସହ ଜଡିତ ନୂଆ ନୂଆ ତଥ୍ୟ ।  ଆଜି ମଧ୍ୟ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ (DJ Azex Death Case) ନେଇ ପୋଲିସ୍ ହାତରେ ଲାଗିଛି ଆଉ ଏକ ନୂଆ ସୁରାକ୍ । ଜଣେ ନୁହେଁ, ତିନି ଯୁବତୀଙ୍କୁ (3 girls)ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ(WhatsApp Group ) । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ । ତିନି ଯୁବତୀ (3 girls)ଏକାଠି ହୋଇ ଖୋଲିଥିଲେ ହ୍ଵାଟସ୍ପ ଗ୍ରୁପ। ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ଵାଟ୍ସଆପ ଗ୍ରୁପରେ କଥା ହେଉଥିଲେ ।

ଖୁବ ଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ସୁଇସାଇଡ୍‌ ପୂର୍ବରୁ ଶେଷ ଥର ପ୍ରେମିକା ଜିଜ୍ଞାସାଙ୍କ ସହ ମୋବାଇଲ ଫୋନରେ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ । ୧୮ ତାରିଖ ସନ୍ଧ୍ୟା ୬ଟା ୩୧ରେ ଜିଜ୍ଞାସାଙ୍କ ନିକଟକୁ ସେ ପଠାଇଥିଲେ ସିଡ୍ୟୁଲ୍‌ ଇ-ମେଲ୍‌ । ଯାହା ୨୪ ଘଣ୍ଟା ପରେ ଡେଲଭରୀ ହୋଇଥିଲା । ଆଜେକ୍ସ(DJ Azex) ଓ ଜିଜ୍ଞାସାଙ୍କ ମୋବାଇଲ ଫୋନ ଓ ଇମେଲର ଯାଞ୍ଚ ସହ ବିଭିନ୍ନ ଦିଗରୁ ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଡିଲିଟ ହୋଇଥିବା ଭିଡିଓ, ମେସେଜ ଓ ଫଟୋକୁ ରିଟ୍ରାଇଭ କରିବା ପାଇଁ ଚେଷ୍ଟା କରାଯାଉଛି ।

ମୃତ୍ୟୁ ପୂର୍ବରୁ ଆଜେକ୍ସ (DJ Azex)ନିଜ ମୋବାଇଲ, ସମସ୍ତ ବ୍ୟାଙ୍କ ଏଟିଏମର ପାସଓ୍ଵାର୍ଡ ଏବଂ ଇ-ମେଲର ପାସଓ୍ଵାର୍ଡ ଭଉଣୀଙ୍କୁ ଦେଇଥିବା ଗୁରୁବାର ଦିନ ତାଙ୍କ ଭଉଣୀ କହିଛନ୍ତି। ଡିଜିଟାଲ ତଥ୍ୟ ଆଧାରରେ ସାଇବର ଥାନାର ୫ ଜଣିଆ ଟେକ୍ନିକାଲ ଟିମ ତଦନ୍ତ ଚଳାଇଛି। ଆଜେକ୍ସ (DJ Azex)ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲ ଏବଂ ଇ-ମେଲ ଯାଞ୍ଚ କରି ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛି ଏହି ଟିମ୍। ଗୁରୁବାର ଦିନ ଆଜେକ୍ସଙ୍କ ଭଉଣୀ କହିଛନ୍ତି, ଶନିବାର ରାତିରେ ଆଜେକ୍ସ ତାଙ୍କ ଫୋନକୁ ନିଜ ମୋବାଇଲ, ସମସ୍ତ ବ୍ୟାଙ୍କ ଏଟିଏମର ପାସଓ୍ଵାର୍ଡ ଏବଂ ଇ-ମେଲର ପାସଓ୍ଵାର୍ଡ ପଠାଇଥିଲେ। ଏହା ପରେ ତାଙ୍କ ବାନ୍ଧବୀ ଦେଇଥିବା ଡ୍ରେସ କାଢ଼ି ରଖିବାକୁ ଭଉଣୀକୁ କହିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଆଜେକ୍ସ ମାନସିକ ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି।

ଏହାବି ପଢନ୍ତୁ : DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?

ଏହାବି ପଢନ୍ତୁ : DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!

 

 
 
 
 

 
 
 
 
 
 
 
 
 
 
 

A post shared by DJ AZEX (@djazex)

 

 

 
 
 
 

 
 
 
 
 
 
 
 
 
 
 

A post shared by DJ AZEX (@djazex)

ଆଜେକ୍ସଙ୍କ ମନକଥା:

ବଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଅଡିଓରେ ଡିଜେ ଆଜେକ୍ସ(DJ Azex) ଓରଫ୍ ଅକ୍ଷୟ ନିଜ ମନକଥା କହୁଥିବା ଶୁଣିବାକୁ ମିଳୁଛି। ଏହି ଅଡିଓରେ ସେ ବାରମ୍ବାର ଜିଜ୍ଞାସା ଏବଂ ରଶ୍ମିଙ୍କ ନାଁ ନେଉଛନ୍ତି। “ଗୋଟେ କଥା କହିବି,  ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ, ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି। ଜିଜ୍ଞାସା ତ ରଶ୍ମିର, ସେ ତ ମୂଳରୁ ହିଁ ରଶ୍ମିର ଥିଲା, ଗୋଟେ କଥା ମନେ ରଖ, ଯେତେ ବି ସନ ସେଟ ହେଉ କି ସନରାଇଜ ହେଉ ତମକୁ ଆଉ  ଡିଜେ ଆଜେକ୍ସ ମିଳିବନି, ତମ ପାଣ୍ଡା, ପାଣ୍ଡୁ, ଖଡ଼ୁସ, କଞ୍ଜୁସ ଆଜେକ୍ସକୁ ଆଉ ଦେଖିବାକୁ ପାଇବନି। ୟୋର ଖଡ଼ୁସ ଇଜ ଡେଡ, ମନେ ରଖ। ଯେତେ ଖୋଜିଲେ ବି ଏ କଂଜୁସ ଖଡ଼ୁସକୁ ଆଉ ଦେଖିବାକୁ ପାଇବନି। କେବଳ ମୋ ଫଟୋକୁ ହିଁ ଦେଖୁଥିବ। ଆଇ ଲଭ୍ ୟୁ।” ଏମିତି ଅନେକ କିଛି ଆଜେକ୍ସଙ୍କ କୋହଭରା କଣ୍ଠରେ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ (DJ Azex) ଝୁଲିପଡ଼ିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଦାର କରି ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅକ୍ଷୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକ ଆଜେକ୍ସଙ୍କ ବାନ୍ଧବୀ ଏବଂ ତାଙ୍କ ବାନ୍ଧବୀଙ୍କ ସାଙ୍ଗକୁ ଦାୟୀ କରିଥିଲେ। ଏମାନଙ୍କ ବିରୋଧରେ ଖାରବେଳ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ମୃତ ଅକ୍ଷୟଙ୍କ ପରିବାର। ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲା।

ସବୁବେଳେ ବିନାଦାସ ଏବଂ ଖୁସି ମିଜାଜରେ ରହୁଥିବା ଡିଜେ ଆଜେକ୍ସ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ? ମାନସିକ ଚାପ ନା ପ୍ରେମଜନିତ ବ୍ୟାପରକୁ ଆଜେକ୍ସ ଏଭଳି ପଦକ୍ଷେପ ନେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କିମାରୁଛି। ଆଜେକ୍ସଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି। ଆଜେକ୍ସଙ୍କ ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀ ଏବଂ ତାଙ୍କ ସାଙ୍ଗକୁ ପରିବାର ଲୋକ ଦାୟୀ କରୁଥିବାବେଳେ ତଦନ୍ତ ସରିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ଏହାବି ପଢନ୍ତୁ : DJ Azex Death: ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ଏହାବି ପଢନ୍ତୁ : Weird News: ମରିବା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି; କହିଲେ ମୃତ୍ୟୁ ପରେ କ’ଣ ସବୁ ହୋଇଥାଏ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ!

ଏହାବି ପଢନ୍ତୁ : Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର

ଏହାବି ପଢନ୍ତୁ : Jagatsinghpur News: ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ, ୪୦ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ

ଏହାବି ପଢନ୍ତୁ : Pregnant Women Raped: ୫ ମାସର ଗର୍ଭବତୀକୁ ଦୁଷ୍କର୍ମ କରୁଥିଲା ସ୍ବାମୀ, ଭିଡିଓ ବନାଉଥିଲା ସ୍ତ୍ରୀ