Delhi: ମଙ୍ଗଳବାର ଖାନ ମାର୍କେଟ ଠାରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Trending Photos
Youth Set Ablaze on Bike: ଦିଲ୍ଲୀ ଖାନ ମାର୍କେଟ ଅଞ୍ଚଳରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ ବ୍ୟକ୍ତି ପୋଲିସ ପୋଷ୍ଟ ଆଗରେ ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏନେଇ ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଥିଲେ। ପୋଲିସ କହିବା ଅନୁସାରେ ବ୍ୟକ୍ତି ଜଣକ ପୋଲିସ ପୋଷ୍ଟ ଉପରକୁ ଇଟା ଫିଙ୍ଗିଥିଲେ। ଯେଉଁ କାରଣରୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଅଭିଯୁକ୍ତ ହୌଜ ରାନୀ ଅଞ୍ଚଳକ ବାସିନ୍ଦା ନଦୀମ ବୋଲି ଚିହ୍ନଟ କରିଛି। ପୋଲିସ ଅଭିଯୁକ୍ତ ନଦୀମକୁ ଗିରଫ କରିଛି।
ମଙ୍ଗଳବାର ଖାନ ମାର୍କେଟ (Khan Market) ଠାରେ ଘଟିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (Social Media Viral Video) ହେବାରେ ଲାଗିଛି। ଯେଉଁଥିରେ କଳା ପୋଷାକ ଏବଂ ଏକ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ପୋଲିସ ପୋଷ୍ଟ ଝରକା ଇଟା ମାରି ଭାଙ୍ଗୁଥିବାର ନଜର ଆସିଛନ୍ତି। ଭିଡିଓରେ ପୋଲିସ ପୋଷ୍ଟ ନିକଟରେ ରାସ୍ତାରେ ଏକ ବାଇକ୍ ଜଳୁଥିବା ଦେଖିବାକୁ ମିଳିଛି। ଏହା ସହିତ ଅନ୍ୟ ଏକ ଭିଡିଓରେ ୨ ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସ ଗାଡିରେ ବସିଥିବାର ଦେଖିବାକୁ ମିଳିଛି।
ଏନେଇ ପ୍ରତିକ୍ରିୟା ରଖି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଖାନ ମାର୍କେଟ ପୋଲିସ ପୋଷ୍ଟ (Khan Market Police Post) ସାମ୍ନାରେ ଏକ ବାଇକ ଜଳିବାର ଖବର ମଙ୍ଗଳବାର ସକାଳ ସମୟରେ ତୁଗଲକ ରୋଡ ପୋଲିସ ଥାନାରେ (Tughlak Road Police Station) ଗ୍ରହଣ କରାଯାଇଥିଲା। ଖବର ପାଇବା ପରେ ପୋଲିସ ଟିମ୍ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବାରେ ନଦୀମକୁ ନିଶାସକ୍ତ ଅବସ୍ଥାରେ ପାଇଥିଲା। ସେ ଆକ୍ରମଣାତ୍ମକ ଅବସ୍ଥାରେ ରହିଥିଲା। ହେଲେ ପୋଲିସ ଟିମ୍ ତାଙ୍କୁ କାବୁ କରି ନେଇଥିଲା। ଅଭିଯୁକ୍ତ ପୋଲିସ୍ ପୋଷ୍ଟ ତିନି ପାଖରେ ଥିବା ଝରକାକୁ ଇଟା ମାରି ଭାଙ୍ଗି ଦେଇଛି। ଏହା ସହିତ ସେ ପୋଲିସ ଷ୍ଟାଣ୍ଡ (Delhi Police Stand) ସହିତ ନିଜ ଗାଡ଼ିରେ ନିଆଁ ଲଗାଇ ଦେଇଛି।
Also Read: Viral Video: ଶ୍ୱଶୁରଙ୍କୁ ମାଡ଼ ମାରି ବିବାଦରେ ଦିଲ୍ଲୀ ପୋଲିସ ମହିଳା ସବ ଇନପେକ୍ଟର
ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ବିରୋଧରେ ଆଇପିସି ଧାର ୪୩୬ ଅଗ୍ନି କିମ୍ବା କୌଣସି ବିସ୍ଫୋରକ ପଦାର୍ଥ ସହ କାଣ୍ଡ କାରନାମା କରିବା, ୨୮୫ ବେପରୁଆ ଆଚରଣ, ୨୭୮ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପରିବେଶ ସୃଷ୍ଟି କରିବା, ୨୮୩ ଯେକୌଣସି ସର୍ବସାଧାରଣରାସ୍ତାରେ ବିପଦ କିମ୍ବା ବାଧା ସୃଷ୍ଟି କିମ୍ବା ଆଘାତ ଦେବା, ୫୦୬ ଅପରାଧିକ ଭୟଭୀତତା ଏବଂ ସାଧାରଣ ସମ୍ପତ୍ତି କ୍ଷତି ହେବା ଅଧିନିୟମ ୩/୪ ଆଧାରରେ ମାମଲା ରୁଜୁ କରାଯାଇଛି।
#WATCH दिल्ली के खान मार्कट में एक पुलिस चौकी में एक नशे में धुत व्यक्ति ने तोड़फोड़ की। आरोपी ने पुलिस चौकी के पास खडे वाहनों को भी आग लगाई। पुलिस ने आरोपी को गिरफ़्तार कर लिया है।
सोर्स: वायरल वीडियो (पुलिस ने वायरल वीडियो की पुष्टि की है।) (25.10) pic.twitter.com/Ix85Bzs10j
— ANI_HindiNews (@AHindinews) October 25, 2022
ଦିଲ୍ଲୀ ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ମାମଲାର ତଦନ୍ତ ଚାଲିଛି। ଅଭିଯୁକ୍ତ ନଦୀମ ନିକଟରେ ବିବାହ କରିଥିଲେ। ହେଲେ କିଛି କାରଣରୁ ବିବାହ ଭାଙ୍ଗିଗଲା। ଯାହା ପରେ ସେ କ୍ରୋଧରେ ଜୀବନଯାପନ କରିବାକୁ ଲାଗିଲା।