Advertisement
Photo Details/zeeodisha/odisha2590291
photoDetails0hindi

Kidney Stone Reasons: କିଡନୀରେ କାହିଁକି ହୁଏ ପଥର ? କ'ଣ ରହିଛି ପ୍ରତିକାର ? ଜାଣନ୍ତୁ

Kidney Stone Reasons: କିଡନୀ ଷ୍ଟୋନ ବର୍ତ୍ତମାନ ଏକ ସାଧାରଣ ରୋଗ ଭାବେ ଉଭା ହେଲାଣି । ଯାହା ସାରା ବିଶ୍ୱରେ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । କିଡନୀ ଷ୍ଟୋନ ପାଇଁ ଅନେକ ଭିନ୍ନ କାରଣ ଥାଇପାରେ, ଯାହା ଆମ ଦୈନନ୍ଦିନ ଜୀବନ ସହିତ ଜଡିତ ହୋଇପାରେ । ଆସନ୍ତୁ ଜାଣିବା ଏ ବିଷୟରେ କଣ କୁହନ୍ତି ଡାକ୍ତର ।

1/7

ଲୁଣ ଏବଂ ଚିନି ଖାଇବା 

ଏହି ଦୁଇଟି ଜିନିଷ ହେଉଛି ସବୁଠାରୁ ସାଧାରଣ ଜିନିଷ ଯାହାକୁ ଆମେ ଦୈନନ୍ଦିନ ଖାଇଥାଉ । ଏହି ଦୁଇଟି ଜିନିଷ ଷ୍ଟୋନର ସବୁଠାରୁ ସାଧାରଣ କାରଣ ବୋଲି ବିବେଚନା କରାଯାଏ । ଯଦି ଆପଣ ଏହି ଚିନି ଏବଂ ଲୁଣ ଅଧିକ ଖାଆନ୍ତି, ତେବେ ତାହା ଷ୍ଟୋନ ସୃଷ୍ଟି କରିପାରେ । ତେଣୁ ଆପଣଙ୍କ ଖାଦ୍ୟରେ ଏହି ଦୁଇଟି ଜିନିଷର ବ୍ୟବହାରକୁ କମ୍ କରିବା ଆବଶ୍ୟକ ।

2/7

ଚା ଏବଂ କଫି

ଏହି ଦୁଇଟି ତରଳ ଜିନିଷ ଆମ ମାନଙ୍କ ପାଇଁ ସାଧାରଣ ପାନୀୟ । ସାଧାରଣତଃ ଏହା ପ୍ରତ୍ୟେକ ଲୋକଙ୍କ ଘରେ ତିଆରି କରାଯାଏ । ଅନେକ ସ୍ୱାସ୍ଥ୍ୟ ରିପୋର୍ଟ ପୂର୍ବରୁ ଦାବି କରିସାରିଛି ଯେ, ଚା ଏବଂ କଫିର ଅତ୍ୟଧିକ ବ୍ୟବହାର ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଡାକ୍ତରଙ୍କ ଅନୁଯାୟୀ, ଚା ଏବଂ କଫିର ଅତ୍ୟଧିକ ସେବନ ଦ୍ୱାରା କିଡନୀରେ ଷ୍ଟୋନ ହୋଇପାରେ।

3/7

କ୍ୟାଲସିୟମ ଗ୍ରହଣ

କ୍ୟାଲସିୟମ ମେଡିସିନ୍ ବ୍ୟବହାର କରିବା ସାଧାରଣ କଥା । କିନ୍ତୁ ଆପଣ ଜାଣିରଖିବା ଉଚିତ ଯେ, ଡାକ୍ତରୀ ପରାମର୍ଶ ବିନା କୌଣସି ମେଡିସିନ୍ ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ବିଶେଷ କରି ଏପରି ଔଷଧ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । କ୍ୟାଲସିୟମର ଅତ୍ୟଧିକ ସେବନ ଷ୍ଟୋନର କାରଣ ପାଲଟିପାରେ ।

4/7

କମ୍ ପାଣି ପିଇବା

ଯେଉଁମାନେ କମ୍ ମାତ୍ରାରେ ପାଣି ପିଉଛନ୍ତି ସେମାନଙ୍କ କିଡନୀ ଷ୍ଟୋନ ହେବାର ଆଶଙ୍କା ଅଧିକ ଥାଏ । ଜଳର ଅଭାବ ଶରୀରରେ ଫିଲ୍ଟ୍ରେସନ୍ କାମକୁ ପ୍ରଭାବିତ କରିଥାଏ । ଏହି କାରଣରୁ, କିଡନୀରେ ଷ୍ଟୋନ ହୋଇଥାଏ ।

5/7

ଅତ୍ୟଧିକ ପ୍ରୋଟିନ୍ ଗ୍ରହଣ

ଯଦି ଶରୀରରେ ଆବଶ୍ୟକତା ପରିମାଣରୁ ଯଥେଷ୍ଟ ଅଧିକ ଗ୍ରହଣ କରାଯାଏ ତେବେ କିଡନୀରେ ଷ୍ଟୋନ ହୋଇପାରେ ।

6/7

ପ୍ରତିଷେଧକ ବ୍ୟବସ୍ଥା 

କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ । ଶୋଇବା ଏବଂ ଉଠିବା ସମୟ ସ୍ଥିର କରନ୍ତୁ । ଆବଶ୍ୟକ ମାତ୍ରାରେ ପାଣି ପିଅନ୍ତୁ । ଯଥାସମ୍ଭବ ଫଳ ଏବଂ ପନିପରିବାକୁ ନିଜ ଡାଏଟରେ ସାମିଲ କରନ୍ତୁ । ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତେଣୁ ପ୍ରତିଦିନ ବ୍ୟାୟାମ କରିବା ଉଚିତ । ଲେମ୍ବୁ ପାଣି ଏବଂ ନଡ଼ିଆ ପାଣି ପରି ଇଲେକ୍ଟ୍ରୋଲାଇଟ୍ ପାନୀୟ ପିଅନ୍ତୁ ।

7/7

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।