ଶ୍ରେୟା ପରିବାରର ଏକମାତ୍ର ଝିଅ ଥିଲେ। ସେଠାରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଶ୍ରେୟାଙ୍କ ମୃତ୍ୟୁ ପରେ ଘରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି । ଶ୍ରୀୟାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଝରୁଛି । ବାପାଙ୍କର ସ୍ୱପ୍ନ ଥିଲା ତାଙ୍କ ଝିଅ ଦିନେ ଆଇଏଏସ୍ ଅଧିକାରୀ ହେବ ।
Trending Photos
ନୂଆଦିଲ୍ଲୀ: ରାଓ ଆଇଏଏସ୍ କୋଚିଂ ସେଣ୍ଟରର ବେସମେଣ୍ଟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ୟୁପି ଆମ୍ୱେଦକର ଅଞ୍ଚଳର ଶ୍ରେୟା ଯାଦବ । ତାଙ୍କ ବାପା ଗାଁରେ ଦୁଗ୍ଧ ବିକ୍ରି କରି ଦିଲ୍ଲୀରେ ତାଙ୍କ ଝିଅକୁ ଆଇଏଏସ୍ କୋଚିଂ ଦେଉଥିଲେ । ଶ୍ରେୟା ତାଙ୍କର ଏକମାତ୍ର ଝିଅ ଥିଲେ। ସେଠାରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ଶ୍ରେୟାଙ୍କ ମୃତ୍ୟୁ ପରେ ଘରେ ଶୋକକୂଳ ପରିବେଶ ଦେଖିବାକୁ ମିଳିଛି । ଶ୍ରୀୟାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଝରୁଛି । ବାପାଙ୍କର ସ୍ୱପ୍ନ ଥିଲା ତାଙ୍କ ଝିଅ ଦିନେ ଆଇଏଏସ୍ ଅଧିକାରୀ ହେବ ।
ଶ୍ରେୟାଙ୍କ ପିତା ତାଙ୍କ ଝିଅକୁ ଚଳିତ ବର୍ଷ ଏପ୍ରିଲ ମାସରେ ଦିଲ୍ଲୀର ରାଓ କୋଚିଂରେ ନାମ ଲେଖାଇଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରେ ଶ୍ରେୟା ସବୁଠୁ ବଡ଼ ଥିଲେ । ତାଙ୍କ ଦୁଇ ଭାଇ ତାଙ୍କଠାରୁ ସାନ । ଦେଶର ସବୁଠାରୁ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ ନେଇ ଦିଲ୍ଲୀ ଯାଇଥିବା ଶ୍ରେୟା ଏବେ ତାଙ୍କ ପରିବାର ସଦସ୍ୟଙ୍କଠାରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଶ୍ରେୟା ପିଲାଦିନରୁ ପାଠପଢାରେ ଖୁବ ଆଗୁଆ ଥିଲେ ।
ଶ୍ରେୟା ସୁଲତାନପୁରରେ ଏଗ୍ରିକଲଚରରେ ବି.ଏସସି ପଢିବା ପରେ ୟୁପିଏସସି ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ବେସମେଣ୍ଟରେ ଚାଲୁଥିବା କୋଚିଂ ଲାଇବ୍ରେରୀରେ ହଠାତ୍ ପାଣି ପଶିବା କାରଣରୁ ସେ ବୁଡ଼ିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଶ୍ରେୟାଙ୍କ ପରିବାର ସଦସ୍ୟ କୋଚିଂ ସିଷ୍ଟମ ଉପରେ ପ୍ରଶ୍ନ ଉଠାଉଛନ୍ତି। ସେମାନେ ପ୍ରଶ୍ନ ପଚାରୁଛନ୍ତି ଯେ, ଯେତେବେଳେ ଲାଇବ୍ରେରୀରେ କୌଣସି ବ୍ୟବସ୍ଥା ନଥିଲା ସେତେବେଳେ ଲାଇବ୍ରେରୀ କିପରି ଚାଲିଥିଲା । ହଠାତ୍ ସ୍ୱେରେଜ୍ ପାଣି ବେସମେଣ୍ଟ୍ ଲାଇବ୍ରେରୀରେ ପସିବା କାରଣରୁ ଶ୍ରେୟାଙ୍କ ସମେତ ଅନ୍ୟ ଜଣେ ବିଦ୍ୟାର୍ଥୀ ପ୍ରାଣ ହରାଇଲେ । ଶ୍ରେୟାଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେବା ପାଇଁ ଗାଁର ଲୋକମାନେ ତାଙ୍କ ଘରେ ପହଞ୍ଚିଛନ୍ତି । ଶ୍ରେୟାଙ୍କ ଭାଇ ଅଭିଷେକ ଯାଦବ ମାସ କମ୍ୟୁନିକେସନ୍ ଅଧ୍ୟୟନ କରୁଥିବାବେଳେ ତାଙ୍କ ମାମୁଁ ଧର୍ମେନ୍ଦ୍ର ଯାଦବ ନୋଏଡାରେ ରୁହନ୍ତି ।
Also Read- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ବିକଶିତ ଓଡ଼ିଶା ପାଇଁ ସହଯୋଗ କାମନା
Also Read- Lucky Zodiac Sign: ୨୯ ଜୁଲାଇରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ